ଆପଣ ବି କିଣିବାକୁ ଚାହୁଁଛନ୍ତି କି ସୁନାର ଟିଭି! ଜାଣନ୍ତୁ ମୂଲ୍ୟ ଓ ଫିଚର୍ସ

ବର୍ତ୍ତମାନ ମାର୍କେଟରେ ବିଭିନ୍ନ ପ୍ରକାରର ଟିଭି ଉପଲବ୍ଧ ହେଉଛି। ଏବେ ଲୋକମାନେ ଆଉ ପୂର୍ବ ଭଳି ଡବା ଟିଭି ଦେଖିବାକୁ ପସନ୍ଦ କରୁନଥିବାକୁ ଘରକୁ ପତଳାରୁ ପତଳା ଟିଭି ଆଣୁଛନ୍ତି। ଏହି ଟିଭି ଅଳ୍ପ ଜାଗାରେ ଆରାମରେ ରହିପାରିବା ସହ ଏଥିରେ ଅନେକଗୁଡ଼ିଏ ଆଧୁନିକ ଫିଚର ମଧ୍ୟ ରହିଛି। କିନ୍ତୁ କେବେ ଆପଣ ୨୪ କ୍ୟାରେଟ୍‌ ସୁନାର ଟିଭି ଦେଖିଛନ୍ତି କି? ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ସତରେ ସୁନାର ଟିଭି ମଧ୍ୟ ରହିଛି।

gold tv

ବ୍ରିଟେନ୍‌ର ଆକ୍ୱାଭିଜନ(Aquavision) ନାମକ କମ୍ପାନୀ ଏହି ସୁନାର ଟିଭି ତିଆରି କରିଛି। କମ୍ପାନୀ ତରଫରୁ ହେରୋଡ୍ସ ନାମକ ଏକ ନାଇଟସର୍ଭିସ ଷ୍ଟୋରରେ ସୁନାର ଏହି ଟିଭିକୁ ବିକ୍ରି ପାଇଁ ରଖାଯାଇଛି। ଏହି ଟିଭିରେ କେବଳ ସୁନା ଲାଗିନାହିଁ, ଏଥିରେ ଖୁବ୍‌ ଉନ୍ନତମାନର ଫିଚର ମଧ୍ୟ ରହିଛି। ଟିଭିରେ ଏଲସିଡି ସ୍କ୍ରିନ୍‌ ଲାଗିଛି। ଏହାର ସବୁଠାରୁ ଖାସ୍‌ କଥା ହେଉଛି ୧୦୦ ଇଞ୍ଚର ଏହି ଟିଭି ଓ୍ଵାଟରପ୍ରୁଫ୍‌। ଏଥିସହ ଟିଭିରେ ୪କେ ଡେଫିନେସନ୍‌ ମଧ୍ୟ ରହିଛି, ଯାହା ଦର୍ଶକଙ୍କୁ ଉନ୍ନତ ତଥା କ୍ଲିଅର ଭିଜୁଆଲ ଦେଖାଇବ। ଟିଭିର ସାଉଣ୍ଡ ସିଷ୍ଟମ୍‌ ମଧ୍ୟ ବେଶ୍‌ ଉନ୍ନତ ରହିଥିବା ଜଣାଯାଇଛି।

aquavision gold plated tv

ଏହି ଟିଭିର ମୂଲ୍ୟ ୧,୦୮,୦୦ ପାଉଣ୍ଡ ବୋଲି କୁହାଯାଉଛି। ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ପ୍ରାୟ ୧ କୋଟି ଟଙ୍କା ହେବ। ଖାସ୍‌ କରି ଧନୀମାନଙ୍କୁ ନଜରରେ ରଖି କମ୍ପାନୀ ଏହି ଟିଭି ନିର୍ମାଣ କରିଥିବା ଜଣାଯାଇଛି।