ସ୍ପେଶାଲ

ଏହି ୧୦ଟି ଜିନିଷ ସେବନ କଲେ ବଢ଼ିବ ଇମ୍ୟୁନିଟି ସିଷ୍ଟମ୍‌, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭାରତରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦେଶରେ ପ୍ରତିଦିନ ୮୦ରୁ ୯୫ ହଜାର ନୂଆ କେସ୍‌ ସାମ୍ନାକୁ ଆସୁଛି। ଏବେ ଯାଏଁ ଏହି ଭାଇରସ୍‌ରୁ ୪୭ ଲକ୍ଷ ୫୪ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହେଲେଣି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୭୮ ହଜାର ପାର କରିସାରିଲାଣି। କରୋନାରୁ ବର୍ତ୍ତିବାକୁ ଡାକ୍ତର ଓ ବୈଜ୍ଞାନିକମାନେ ନାନା ଉପାୟ କହୁଥିଲେ ମଧ୍ୟ ଥମିବାର ନାଁ ନେଉନି ଏହି ମହାମାରୀ। ତେବେ ଇତି ମଧ୍ୟରେ ଆୟୁଷ ମନ୍ତ୍ରାଳୟ ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ କରିବାକୁ କେତେକ ଜିନିଷ ସେବନ କରିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଜାଣିବା କେଉଁ ସବୁ ଦ୍ରବ୍ୟ ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରିବାରେ ସହାୟକ ହୋଇଥାଏ…

୧. ଆୟୁଷ କ୍ୱାଥ୍‌:

ପ୍ରତିଦିନ ୧୫୦ ଏମ୍‌ଏଲ୍‌ ବା କପେ ଆୟୁଷ କ୍ୱାଥ୍‌ ସେବନ କରନ୍ତୁ। ଏଥିରେ ତୁଳସୀ ପତ୍ର ଓ ଡାଲଚିନି ଭଳି ଘରୋଇ ଜିନିଷ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

୨.ସମଶାମନି ବଟି:

ଯେକୌଣସି ଆୟୁର୍ବେଦିକ ମେଡିସିନ୍‌ ଷ୍ଟୋରରେ ଆପଣଙ୍କୁ ସମଶାମନି ବଟି ମିଳିଯିବ। ଏହାକୁ ଦିନକ ଦୁଇଥର ସେବନ କରନ୍ତୁ।

୩. ଗିଲୋଏ ପାଉଡର:

ଗିଲୋଏ ପାଉଡରରେ ଇମ୍ୟୁନିଟି ବୁଷ୍ଟର ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ। ଏହାକୁ ୧୫ ଦିନ ପାଇଁ ଗରମ ପାଣିରେ ୧-୩ ଗ୍ରାମ୍‌ ସେବନ କରନ୍ତୁ।

୪. ଅଶ୍ୱଗନ୍ଧା:

ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବାରେ ଅଶ୍ୱଗନ୍ଧା ସାହାଯ୍ୟ କରେ। ଏହାକୁ ଦିନକୁ ଦୁଇଥର ବା ୫୦୦ ମିଲିଗ୍ରାମ୍‌ ସେବନ କରନ୍ତୁ।

୫. ଅଶ୍ୱଗନ୍ଧା ପାଉଡର:

ଅଶ୍ୱଗନ୍ଧା ପାଉଡର ଖାଉଥିଲେ ୧୫ ଦିନ ପାଇଁ ଦିନକୁ ଦୁଇଥର ୧-୩ ଗ୍ରାମ୍‌ ଲେଖାଏଁ ଗରମ ପାଣି ସହ ନିଅନ୍ତୁ।

୬. ଅଁଳା:

ଅଁଳାରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ରହିଥାଏ। ପ୍ରତିଦିନ ୧-୩ ଗ୍ରାମ୍‌ ଅଁଳା ଚୂର୍ଣ୍ଣ ସେବନ କଲେ ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ରହିବ।

୭.ମୁଲେଠି ପାଉଡର:

ଶୁଖିଲା କାଶ ହେଉଥିଲେ ମୁଲେଠି ପାଉଡର ସେବନ କରନ୍ତୁ। ଦିନକୁ ଦୁଇ ଥର ଗରମ ପାଣିରେ ୧-୩ ଗ୍ରାମ୍‌ ସେବନ କରନ୍ତୁ।

୮.ହଳଦୀ ମିଶା କ୍ଷୀର:

କରୋନାର ଲକ୍ଷଣ ପ୍ରକାଶ ପାଉ ନ ଥିଲେ ମଧ୍ୟ ଦିନକୁ ଦୁଇ ଥର ହଳଦୀ ମିଶା କ୍ଷୀର ପିଇବାକୁ ଆୟୁଷ ମନ୍ତ୍ରାଳୟ ତରଫରୁ ପରାମର୍ଶ ଦିଆଯାଇଛି। ଏହା ଦ୍ୱାରା କରୋନା ସହ ଲଢ଼ିବାକୁ ଶକ୍ତି ମିଳିବ।

୯. ହଳଦୀ ଓ ଲୁଣ ପାଣିରେ ଗଳ ଗଳ କରନ୍ତୁ:

ତଣ୍ଟି କୁଣ୍ଡାଇ ହେଉଥିଲେ କିମ୍ବା କାଶ ହେଉଥିଲେ ହଳଦୀ ଓ ଲୁଣ ମିଶା ଗରମ ପାଣିରେ ଗଳ ଗଳ କରନ୍ତୁ। ଦିନକୁ ୫-୬ ଥର ଏଭଳି କରନ୍ତୁ ଆରାମ ମିଳିବ।

୧୦. ଚ୍ୟବନ୍‌ପ୍ରାସ:

ନିକଟରେ ହୋଇଥିବା ରିସର୍ଚ୍ଚରେ ଜଣାପଡ଼ିଛି ଯେ ନିୟମିତ ଚ୍ୟବନ୍‌ପ୍ରାସ ଖାଉଥିବା ଲୋକ କମ୍‌ ବେମାର ପଡ଼ିଥାନ୍ତି। ଏହାକୁ ଇମ୍ୟୁନିଟି ବଢ଼ାଉଥିବା ଖାଦ୍ୟ କୁହାଯାଏ। ଏଣୁ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ପ୍ରତିଦିନ ଏକ ଚାମଚ ଲେଖାଏଁ ଚ୍ୟବନପ୍ରାସ୍‌ ଖାଇବାକୁ ଆୟୁଷ ମନ୍ତ୍ରାଳୟ ତରଫରୁ କୁହାଯାଇଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

5 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

7 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

9 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

9 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

9 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

9 hours ago