ସ୍ପେଶାଲ

ଚୋରି କରି କରି ହେଇଗଲା କୋଟିପତି, ଭାରତ ଠୁ ନେପାଳ ଯାଏ ରହିଛି ଢ଼େର ସମ୍ପତ୍ତି

ଧରା ପଡିଲା କୋଟିପତି ଚୋର। ଚୋରି କରି କରି ସବୁ ଟଙ୍କା ସାଇତି ରଖୁଥିଲା, ଯାହାପରେ ସେ ଏବେ କୋଟିପତି ବନିଯାଇଛି । ଏତେ ସତର୍କତାର ସହ ଚୋରି କରୁଥିଲା ଯେ କେବେବି ଧରା ପଡ଼ିନଥିଲା । ଦୀର୍ଘ ୨୫ ବର୍ଷ ଧରି ସେ ଚୋରି କରୁଥିଲା । ଏବେ ଦିଲ୍ଲୀ ପୁଲିସ ହାତରେ ଧରା ପଡିଛି । ନିଜ ଦେଶରେ ଚୋରି କରି କରି ବୋଧେ ଅଣ୍ଟିଲାନି ଯୁବକ ଜଣକ ନେପାଳ ଯାଏ ପଳେଇଲେ । ଭାରତଠୁ ନେଇ ନେପାଳ ଯାଏ ଏବେ ତାଙ୍କ ପାଖରେ କୋଟି କୋଟି ଟଙ୍କାର କୋଠାବାଡି ସହ ସମ୍ପତ୍ତି ରହିଛି ।

ଅଭିଯୁକ୍ତର ପରିବାର ପୂର୍ବରୁ ଉତ୍ତରପ୍ରଦେଶରେ ରହୁଥିବାବେଳେ ଏବେ ନେପାଳରେ ରହୁଥିବା ଜଣାପଡିଛି । ପୋଲିସ କହିବା ଅନୁସାରେ ସିଦ୍ଧାର୍ଥନଗରରେ ଅଭିଯୁକ୍ତର ପତ୍ନୀ ନାଁରେ ଗେଷ୍ଟହାଉସ୍ ଥିବାବେଳେ ତା ନିଜ ନାଁରେ ନେପାଳରେ ଏକ ଅଲିଶାନ ହୋଟେଲ ଚାଲିଛି । ଚୋରି କରି କରି ଅଭିଯୁକ୍ତ ଜଣକ ଲକ୍ଷେ୍ନ ଓ ଦିଲ୍ଲୀରେ ଦାମୀ ଘର କିଣିଛି । ସୂଚନା ଅନୁସାରେ ୨୦୦୧ ରୁ ୨୦୨୩ ମଧ୍ୟରେ ଅଭିଯୁକ୍ତଙ୍କ ନାଁ ରେ ରହିଛି ସର୍ବାଧିକ ଅପରାଧିକ ମାମଲା ।

୪୮ ବର୍ଷୀୟ ଯୁବକର ପ୍ରକୃତ ନାମ ମନୋଜ ଚୌବେ । ଗତ ୨୫ ବର୍ଷ ଧରି ମନୋଜ ନିଜ ପରିବାର ଠାରୁ ଅଲଗା ରହୁଥିଲା । ଯେଉଁଠି ରହୁଥିଲା ସେଠି ନିଜର ଅଲଗା ପରିଚୟ ଦେଉଥିଲା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ କିନ୍ତୁ ସେ ଏକା ୨୦୦ ଚୋରି କରିଛି ।

ମନୋଜ ପ୍ରଥମେ ୧୯୯୭ରେ ଦିଲ୍ଲୀ ଆସି ଥାନାରେ ଥିବା କ୍ୟାଣ୍ଟିନରେ କାମ କରୁଥିଲା । ହେଲେ କ୍ୟାଣ୍ଟିନରୁ ଚୋରୀ କରୁଥିବା ଧରାପଡିବାରୁ ତାକୁ ଜେଲ କୁ ପଠାଗଲା । ଜେଲରୁ ଆସିବା ପରେ ପୁଣି ଚୋରୀ କଲା । ବିଶେଷ କରି ସେ ବନ୍ଦ ପଡିଥିବା ଘର, ଫ୍ଲାଟକୁ ବେଶୀ ଟାର୍ଗେଟ କରୁଥିଲା । ହେଲେ ଧରା ପଡିଲେ କହୁଥିଲା ଯେ ଦିଲ୍ଲୀରେ ପାର୍କିଙ୍ଗର ଠିକା ନେଇଛି । ଏଥିରୁ ତା’ର ରୋଜଗାର ହେଉଛି ।

ଏତେ ଚୋରି କଲା ଯେ ଶେଷରେ ନେପାଳ ଯାଇ ହୋଟେଲ କଲା । ସବୁଠାରୁ ବଡ଼ କଥା ହେଉଛି ସେ ନିଜର ମିଛ ପରିଚୟ ଦେଇ ଜଣେ ଜଳସେଚନ ବିଭାଗ ଅଧିକାରୀଙ୍କ ଝିଅକୁ ବିବାହ କଲା । ସ୍ତ୍ରୀ ପାଇଁ ସିଦ୍ଧାର୍ଥନଜରରେ ଆଲିସାନ୍ ଘର କରିବା ସହ ପରିବାର ପାଇଁ ଲକ୍ଷେ୍ନøରେ ଆଉ ଏକ ବଡ ଘର ବନାଇଲା । ଏକାଧିକ ଜମିକୁ ଲିଜରେ ଦେଇ ସେଥିରୁ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା । କିନ୍ତୁ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରା ପଡିଲା ।

ଜଣେ ବ୍ୟକ୍ତି ଏଫଆଇଆର ଦେବା ପରେ ଏହାର ଯାଞ୍ଚ ଆରମ୍ଭ କରିଥିଲା ଦିଲ୍ଲୀ ପୁଲିସ । ସିସିଟିଭିରେ ମନୋଜ ମୁହଁ ଦେଖାଯାଇଥିଲା । ସ୍କୁଟି ନମ୍ବର ଯାଞ୍ଚ କରିବାରୁ ସବୁ ସତ ଧରାପଡିଲା । ଗତ ମାସ ଜୁଲାଇ ୧୦ ତାରିଖରେ ମନୋଜକୁ ଧରିଥିଲା ପୁଲିସ । ଏବେ ମନୋଜ ଜେଲରେ ଅଛି ।

D Sonali

Recent Posts

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

51 seconds ago

ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।…

5 mins ago

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ

ସଞ୍ଜୟ ଲୀଲା ଭଂସାଲୀଙ୍କ ସିରିଜ୍‌ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରେ ଫରିଦାନଙ୍କ ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୋନାକ୍ଷୀ…

24 mins ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପରେ ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା, ଏମିତି ଲେଖିଲେ ପାକ୍‌ ପିଏମ୍‌ ଶେହବାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମଗ୍ର ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୪ରେ ଲୋକସଭା ନିର୍ବାଚନର…

30 mins ago

କେଉଁ ଧାତୁରେ ପ୍ରସ୍ତୁତ କରାଯାଏ ମୁଦ୍ରା, ୧୦ ଟଙ୍କିଆ ମୁଦ୍ରାରେ ରହିଛି ଖାସ୍‌

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି…

43 mins ago

ବିଦ୍ୟାଳୟରେ ଚାଲିଛି ନିମ୍ନ ମାନର କାମ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ

କାମାକ୍ଷାନଗର(କେନ୍ୟୁଜ): କେନ୍ଦ୍ର ସରକାର ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ନିମନ୍ତେ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ଏଥିପାଇଁ…

43 mins ago