Categories: ସ୍ପେଶାଲ

ଡ୍ରାଇଭରଙ୍କ ନିଆରା ବୃକ୍ଷରୋପଣ, ବସ ଭିତରେ କରିଛନ୍ତି ବଗିଚା

ବେଙ୍ଗାଲୁରୁ(କେନ୍ୟୁଜ୍) : ବର୍ତମାନ ସମୟରେ ବହୁସଂଖ୍ୟାରେ ଯାନବାହନ ବୃଦ୍ଧି କାରଣରୁ ବାୟୁ ମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଫଳରେ ପ୍ରଦୂଷଣକୁ ରୋକିବା ପାଇଁ ସାଧାରଣ ଜନତା ଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଏନେଇ ବୃକ୍ଷ ହିଁ ଜୀବନ ନାରା ସମଗ୍ର ଭାରତ ବର୍ଷରେ ଚାଲୁଥିବା ବେଳେ ସଚେତନ ନାଗରିକ ମାନେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । କିପରି ପ୍ରଦୂଷଣ ରୋକାଯାଇପାରିବ ସେନେଇ ସାମାଜିକ ଅନୁଷ୍ଠାନ ତଥା ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ଏପରି କ୍ଷେତ୍ରରେ ବେଙ୍ଗାଲୁରୁରେ ଜଣେ ଡ୍ରାଇଭର ନିଆରା ଢଙ୍ଗରେ ସଚେତନତା ବାର୍ତା ପ୍ରଚାର କରୁଥିବା ଦେଖିବାକୁ ମିଳିଛି । କିପରି ପରିବେଶ ପ୍ରଦୂଷଣରୁ ମୁକ୍ତ ହୋଇପାରିବ ସେନେଇ ଯାତ୍ରୀ ମାନଙ୍କୁ ସଚେତନ କରାଉଛନ୍ତି ଏହି ଡ୍ରାଇଭର ଜଣଙ୍କ ।  ବେଙ୍ଗାଲୁରୁ ର ବିଏମ୍ ଟିସିର ଡ୍ରାଇଭର ନାରାୟଣପ୍ପା ନିଜେ ଚଲାଉଥିବା ବସ୍ ରେ ଏକ ଛୋଟ ବଗିଚାଟିଏ ସୃଷ୍ଟି କରିଛନ୍ତି । ତେବେ ସେ ଚଲାଉଥିବା ବସ୍ ଟି କାବାଲ ବ୍ୟଲାସାନ୍ଦ୍ରାରୁ ୟସବନ୍ତପୁର ଯାଉଛି । ସେ ଫୁଲ କୁଣ୍ଡରେ ଛୋଟ ଛୋଟ ଗଛ ଲଗାଇ ବସ୍ ସମ୍ମୁଖରେ ସଜାଇଛନ୍ତି । ଏହା ବ୍ଯତିତ ପ୍ରତି ସିଟ୍ ପାଖରେ କୁଣ୍ଡରେ ଛୋଟ ଛୋଟ ଗଛ ଲଗାଇ ବସଟିକୁ ସଜ୍ଜାଇଛନ୍ତି ।

ସେ ପାଖାପାଖି ୪ ବର୍ଷ ହେବ ଏହିପରି ଉପାୟରେ ଯାତ୍ରୀ ମାନଙ୍କୁ ସଚେତନ କରାଉଛନ୍ତି । ତେବେ ଏହି ବସ୍ ରେ ଚଢୁଥିବା ଯାତ୍ରୀ ମାନେ ବେସ୍ ଖୁସି ଅନୁଭବ କରିବା ସହ ନାରାୟଣପ୍ପାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଏହି ଖବର ଏବେ ଶୋସିଆଲ ମିଡିଆରେ ଭାରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ପ୍ରଶଂସା କରୁଥିବା ଜଣାଯାଇଛି ।

ବେଙ୍ଗାଲୁରୁ ରୁ ଗୋବିନ୍ଦ ବାରିକ,କେନ୍ୟୁଜ୍

Sonalisa

Recent Posts

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

1 min ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

7 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

19 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

25 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

29 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

30 mins ago