ଡାଏଟରେ ସାମିଲ୍ କରନ୍ତୁ ଏହି ଖାଦ୍ୟ, ସପ୍ତାହକ ମଧ୍ୟରେ ଦେଖନ୍ତୁ କେମିତି କମୁଛି ଆପଣଙ୍କ ଓଜନ

ଓଜନ ବଢାଇବା ବହୁତ ସହଜ ହୋଇଥାଏ । କିନ୍ତୁ ଏହାକୁ କମାଇବା ତାଠାରୁ ବହୁତ ଗୁଣରେ କଷ୍ଟ ହୋଇଥାଏ । ତେବେ ଆପଣ ଚାହିଁବେ ଯଦି ଏହାକୁ ସହଜ କରିପାରିବେ । ଆପଣ ଗୋଟେ ସପ୍ତାହ ସମୟ ନେଇ ଦେଖନ୍ତୁ।  ଏଥିପାଇଁ ଆପଣଙ୍କୁ ଏହି ସବୁ ଖାଦ୍ୟର ସେବନ କରିବାକୁ ପଡିବ । ଯାହାଦ୍ବାରା ଆପଣ ଆପଣଙ୍କ ଓଜନ କମୁଥିବାର କିଛିଟା ଫରକ୍ ଦେଖିପାରିବେ ।

ଟମାଟୋ:

ଟମାଟୋକୁ ପ୍ରତିଦିନ ସାଲଡ୍ ରେ ନିହାତି ଖାଆନ୍ତୁ । ଏହା ଓଜନ କମାଇବାରେ ବେଶ୍ ସହାୟକ ହୋଇଥାଏ । ଟମାଟୋରେ ବିଟା କେରୋଟିନ୍ ବି ଆଇକୋପିନ୍ ରହିଛି । ଯାହା ଓଜନ ଉପରେ ନିୟନ୍ତ୍ରଣ କରିଥାଏ । ଟମାଟୋରେ ବହୁ ପରିମାଣରେ ଫାଇବର ରହିଥାଏ ଏବଂ ଏହାର ରସ ଶରୀରର ପାଚନ ପ୍ରକ୍ରିୟା ପାଇଁ ଫାଇଦାପୂର୍ଣ୍ଣ ହୋଇଥାଏ ।

କାକୁଡି:

ଗରମ ପାଣିପାଗରେ କାକୁଡି ସମସ୍ତେ ସାଲାଡରେ ଖାଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଓଜନ କମ କରିବାରେ ସବୁଠାରୁ ଅଧିକ ଫାଇଦାପୂର୍ଣ୍ଣ ଅଟେ । କାକୁଡିରେ ୯୦ ପ୍ରତିଶତ ପାଣି ରହିଥାଏ ଏଥିପାଇଁ ଖାଇବା ପୂର୍ବରୁ କାକୁଡି ଖାଆନ୍ତୁ ଯାହା ପେଟ ପୁରିଯିବା ଭଳି ଲାଗିଥାଏ । ଏହାଦ୍ବାରା ନିୟମିତି ଏହାକୁ ଖାଇବା ଦ୍ବାରା ସପ୍ତାହକ ମଧ୍ୟରେ ଓଜନ କମ ହେବା ଆରମ୍ଭ ହୋଇଯାଇଥାଏ ।

ଷ୍ଟ୍ରବେରୀ:

ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଷ୍ଟ୍ରବେରୀ କୌଣସି ବରଦାନ ଠାରୁ କମ୍ ନୁହେଁ । ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ଥିବା ଷ୍ଟ୍ରବେରୀରେ ବହୁତ କମ୍ କାର୍ବ ରହିଥାଏ । ୟୁଏସ ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ଡାଟା(USDA)ମୁତାବକ ୧୦୦ ଗ୍ରାମ ଷ୍ଟ୍ରବେରୀରେ କେବଳ ୮ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ ।

ତରଭୂଜ:

ଓଜନ କମାଇବା ପାଇଁ ତରଭୂଜ ବହୁତ ସାହାର୍ଯ୍ୟ କରିଥାଏ । ତରଭୂଜ ଏକ ଏମିତି ଫଳ ଯେଉଁଥିରେ ବହୁତ କମ୍ କ୍ୟାଲୋରୀ ରହିଥାଏ । ୟୁଏସଡିଏ ଅନୁସାରେ, ୧୦୦ଗ୍ରାମ ତରଭୂଜରେ ୮ଗ୍ରାମ କାର୍ବୋହାଇଡ୍ରେଡ୍ ରହିଥାଏ ।

ବ୍ଳାକବେରୀ:

ଓଜନ କମାଇବାରେ ବ୍ଳାକବେରୀ ଫଳ ମଧ୍ୟ ଲାଭଦାୟକ ହୋଇଥାଏ । କିନ୍ତୁ ଏଥି ପାଇଁ ଧ୍ୟାନ ଦେବାକୁ ପଡିବ କି ଏହାକୁ କୌଣସି ଅନ୍ୟ ଖାଦ୍ୟ ସହିତ କିମ୍ବା ଅନ୍ୟ କୌଣସି ଖାଦ୍ୟରେ ମିଶାଇକି ଖାଇବେ ନାହିଁ । ୧୦୦ ଗ୍ରାମ ବ୍ଳାକବେରୀରେ ୧୦ ଗ୍ରାମ କାର୍ବୋହାଇଡ୍ରେଡ୍ ରହିଥାଏ ।

କଖାରୁ:

କଖାରୁ ଏପରି ଏକ ପରିବା ଯାହା ଓଜନ କମାଇବାର ବିକଳ୍ପ ଅଟେ । ଏଥିପାଇଁ ଯେଉଁ ବ୍ୟକ୍ତି ଓଜନ କମାଇବାକୁ ଚାହୁଁଛନ୍ତି ସେମାନଙ୍କୁ ନିଜର ଡାଏଟରେ କଖାରୁ ସାମିଲ କରିପାରିବେ । ୧୦୦ ଗ୍ରାମ କଖାରୁରେ ୮ ଗ୍ରାମ କାର୍ବୋହାଇଡ୍ରେଡ୍ ରହିଥାଏ ।

Sonalisa

Recent Posts

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

5 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

17 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

23 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

28 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

29 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago