ଡାଏଟରେ ସାମିଲ୍ କରନ୍ତୁ ଏହି ଖାଦ୍ୟ, ସପ୍ତାହକ ମଧ୍ୟରେ ଦେଖନ୍ତୁ କେମିତି କମୁଛି ଆପଣଙ୍କ ଓଜନ

ଓଜନ ବଢାଇବା ବହୁତ ସହଜ ହୋଇଥାଏ । କିନ୍ତୁ ଏହାକୁ କମାଇବା ତାଠାରୁ ବହୁତ ଗୁଣରେ କଷ୍ଟ ହୋଇଥାଏ । ତେବେ ଆପଣ ଚାହିଁବେ ଯଦି ଏହାକୁ ସହଜ କରିପାରିବେ । ଆପଣ ଗୋଟେ ସପ୍ତାହ ସମୟ ନେଇ ଦେଖନ୍ତୁ।  ଏଥିପାଇଁ ଆପଣଙ୍କୁ ଏହି ସବୁ ଖାଦ୍ୟର ସେବନ କରିବାକୁ ପଡିବ । ଯାହାଦ୍ବାରା ଆପଣ ଆପଣଙ୍କ ଓଜନ କମୁଥିବାର କିଛିଟା ଫରକ୍ ଦେଖିପାରିବେ ।

ଟମାଟୋ:

tomatoଟମାଟୋକୁ ପ୍ରତିଦିନ ସାଲଡ୍ ରେ ନିହାତି ଖାଆନ୍ତୁ । ଏହା ଓଜନ କମାଇବାରେ ବେଶ୍ ସହାୟକ ହୋଇଥାଏ । ଟମାଟୋରେ ବିଟା କେରୋଟିନ୍ ବି ଆଇକୋପିନ୍ ରହିଛି । ଯାହା ଓଜନ ଉପରେ ନିୟନ୍ତ୍ରଣ କରିଥାଏ । ଟମାଟୋରେ ବହୁ ପରିମାଣରେ ଫାଇବର ରହିଥାଏ ଏବଂ ଏହାର ରସ ଶରୀରର ପାଚନ ପ୍ରକ୍ରିୟା ପାଇଁ ଫାଇଦାପୂର୍ଣ୍ଣ ହୋଇଥାଏ ।

କାକୁଡି:

kakudiଗରମ ପାଣିପାଗରେ କାକୁଡି ସମସ୍ତେ ସାଲାଡରେ ଖାଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଓଜନ କମ କରିବାରେ ସବୁଠାରୁ ଅଧିକ ଫାଇଦାପୂର୍ଣ୍ଣ ଅଟେ । କାକୁଡିରେ ୯୦ ପ୍ରତିଶତ ପାଣି ରହିଥାଏ ଏଥିପାଇଁ ଖାଇବା ପୂର୍ବରୁ କାକୁଡି ଖାଆନ୍ତୁ ଯାହା ପେଟ ପୁରିଯିବା ଭଳି ଲାଗିଥାଏ । ଏହାଦ୍ବାରା ନିୟମିତି ଏହାକୁ ଖାଇବା ଦ୍ବାରା ସପ୍ତାହକ ମଧ୍ୟରେ ଓଜନ କମ ହେବା ଆରମ୍ଭ ହୋଇଯାଇଥାଏ ।

ଷ୍ଟ୍ରବେରୀ:

strawberriesଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଷ୍ଟ୍ରବେରୀ କୌଣସି ବରଦାନ ଠାରୁ କମ୍ ନୁହେଁ । ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ଥିବା ଷ୍ଟ୍ରବେରୀରେ ବହୁତ କମ୍ କାର୍ବ ରହିଥାଏ । ୟୁଏସ ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ଡାଟା(USDA)ମୁତାବକ ୧୦୦ ଗ୍ରାମ ଷ୍ଟ୍ରବେରୀରେ କେବଳ ୮ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ ।

ତରଭୂଜ:

watermelonଓଜନ କମାଇବା ପାଇଁ ତରଭୂଜ ବହୁତ ସାହାର୍ଯ୍ୟ କରିଥାଏ । ତରଭୂଜ ଏକ ଏମିତି ଫଳ ଯେଉଁଥିରେ ବହୁତ କମ୍ କ୍ୟାଲୋରୀ ରହିଥାଏ । ୟୁଏସଡିଏ ଅନୁସାରେ, ୧୦୦ଗ୍ରାମ ତରଭୂଜରେ ୮ଗ୍ରାମ କାର୍ବୋହାଇଡ୍ରେଡ୍ ରହିଥାଏ ।

ବ୍ଳାକବେରୀ:

blueberriesଓଜନ କମାଇବାରେ ବ୍ଳାକବେରୀ ଫଳ ମଧ୍ୟ ଲାଭଦାୟକ ହୋଇଥାଏ । କିନ୍ତୁ ଏଥି ପାଇଁ ଧ୍ୟାନ ଦେବାକୁ ପଡିବ କି ଏହାକୁ କୌଣସି ଅନ୍ୟ ଖାଦ୍ୟ ସହିତ କିମ୍ବା ଅନ୍ୟ କୌଣସି ଖାଦ୍ୟରେ ମିଶାଇକି ଖାଇବେ ନାହିଁ । ୧୦୦ ଗ୍ରାମ ବ୍ଳାକବେରୀରେ ୧୦ ଗ୍ରାମ କାର୍ବୋହାଇଡ୍ରେଡ୍ ରହିଥାଏ ।

କଖାରୁ:

pumpkinକଖାରୁ ଏପରି ଏକ ପରିବା ଯାହା ଓଜନ କମାଇବାର ବିକଳ୍ପ ଅଟେ । ଏଥିପାଇଁ ଯେଉଁ ବ୍ୟକ୍ତି ଓଜନ କମାଇବାକୁ ଚାହୁଁଛନ୍ତି ସେମାନଙ୍କୁ ନିଜର ଡାଏଟରେ କଖାରୁ ସାମିଲ କରିପାରିବେ । ୧୦୦ ଗ୍ରାମ କଖାରୁରେ ୮ ଗ୍ରାମ କାର୍ବୋହାଇଡ୍ରେଡ୍ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.