ଡ୍ରାଇଭରଙ୍କ ନିଆରା ବୃକ୍ଷରୋପଣ, ବସ ଭିତରେ କରିଛନ୍ତି ବଗିଚା

ବେଙ୍ଗାଲୁରୁ(କେନ୍ୟୁଜ୍) : ବର୍ତମାନ ସମୟରେ ବହୁସଂଖ୍ୟାରେ ଯାନବାହନ ବୃଦ୍ଧି କାରଣରୁ ବାୟୁ ମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଫଳରେ ପ୍ରଦୂଷଣକୁ ରୋକିବା ପାଇଁ ସାଧାରଣ ଜନତା ଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଏନେଇ ବୃକ୍ଷ ହିଁ ଜୀବନ ନାରା ସମଗ୍ର ଭାରତ ବର୍ଷରେ ଚାଲୁଥିବା ବେଳେ ସଚେତନ ନାଗରିକ ମାନେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । କିପରି ପ୍ରଦୂଷଣ ରୋକାଯାଇପାରିବ ସେନେଇ ସାମାଜିକ ଅନୁଷ୍ଠାନ ତଥା ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ଏପରି କ୍ଷେତ୍ରରେ ବେଙ୍ଗାଲୁରୁରେ ଜଣେ ଡ୍ରାଇଭର ନିଆରା ଢଙ୍ଗରେ ସଚେତନତା ବାର୍ତା ପ୍ରଚାର କରୁଥିବା ଦେଖିବାକୁ ମିଳିଛି । କିପରି ପରିବେଶ ପ୍ରଦୂଷଣରୁ ମୁକ୍ତ ହୋଇପାରିବ ସେନେଇ ଯାତ୍ରୀ ମାନଙ୍କୁ ସଚେତନ କରାଉଛନ୍ତି ଏହି ଡ୍ରାଇଭର ଜଣଙ୍କ । tree ବେଙ୍ଗାଲୁରୁ ର ବିଏମ୍ ଟିସିର ଡ୍ରାଇଭର ନାରାୟଣପ୍ପା ନିଜେ ଚଲାଉଥିବା ବସ୍ ରେ ଏକ ଛୋଟ ବଗିଚାଟିଏ ସୃଷ୍ଟି କରିଛନ୍ତି । ତେବେ ସେ ଚଲାଉଥିବା ବସ୍ ଟି କାବାଲ ବ୍ୟଲାସାନ୍ଦ୍ରାରୁ ୟସବନ୍ତପୁର ଯାଉଛି । ସେ ଫୁଲ କୁଣ୍ଡରେ ଛୋଟ ଛୋଟ ଗଛ ଲଗାଇ ବସ୍ ସମ୍ମୁଖରେ ସଜାଇଛନ୍ତି । ଏହା ବ୍ଯତିତ ପ୍ରତି ସିଟ୍ ପାଖରେ କୁଣ୍ଡରେ ଛୋଟ ଛୋଟ ଗଛ ଲଗାଇ ବସଟିକୁ ସଜ୍ଜାଇଛନ୍ତି ।

treeସେ ପାଖାପାଖି ୪ ବର୍ଷ ହେବ ଏହିପରି ଉପାୟରେ ଯାତ୍ରୀ ମାନଙ୍କୁ ସଚେତନ କରାଉଛନ୍ତି । ତେବେ ଏହି ବସ୍ ରେ ଚଢୁଥିବା ଯାତ୍ରୀ ମାନେ ବେସ୍ ଖୁସି ଅନୁଭବ କରିବା ସହ ନାରାୟଣପ୍ପାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଏହି ଖବର ଏବେ ଶୋସିଆଲ ମିଡିଆରେ ଭାରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ପ୍ରଶଂସା କରୁଥିବା ଜଣାଯାଇଛି ।

ବେଙ୍ଗାଲୁରୁ ରୁ ଗୋବିନ୍ଦ ବାରିକ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.