ସ୍ପେଶାଲ

ଟ୍ରକ ପଛରେ କାହିଁକି ଲେଖାଯାଇଥାଏ ‘Horn OK Please’, ଏହାର ଅର୍ଥ ଜାଣିଛନ୍ତି କି?

ଆମେ ରାସ୍ତାରେ ଯିବା ଆସିବା କରିବା ସମୟରେ ବିଭିନ୍ନ ପ୍ରକାରର ଯାନବାହନ ଦେଖିଥାଉ । ତେବେ ଏହି ଯାନ ଗୁଡିକରେ ଆପଣ ନିଶ୍ଚିତ ଭାବରେ କିଛି ନା କିଛି ଷ୍ଟିକର କିମ୍ବା କିଛି ଲେଖା ଥିବାର ଦେଖିଥିବେ । କାରଗୁଡିକରେ ପିଲାମାନଙ୍କର ନାମ କିମ୍ବା ଭଗବାନଙ୍କ ସମ୍ବନ୍ଧୀୟ କୌଣସି ସ୍ଲୋଗାନ ଥିବାବେଳେ ଟ୍ରକ୍ କିମ୍ବା ଅଟୋ ପଛରେ କିଛି କବିତା କିମ୍ବା କିଛି ସ୍ଲୋଗାନ ଲେଖାଯାଇଥାଏ । କିନ୍ତୁ ଆପଣ ଗୋଟିଏ ଜିନିଷ ନିଶ୍ଚିତ ଭାବରେ ଲକ୍ଷ୍ୟ କରିଥିବେ ଯେ ଅଧିକାଂଶ ଟ୍ରକ୍ ପଛରେ ବଡ ଅକ୍ଷରରେ ‘Horn OK Please’ ଲେଖାଯାଇଥାଏ ।

ଆମ ଜୀବନରେ ଏଭଳି ଅନେକ ଜିନିଷ ରହିଛି ଯାହାକୁ ଆମେ ପ୍ରତିଦିନ ଦେଖୁ କିନ୍ତୁ ସେଗୁଡ଼ିକର କାରଣ କ’ଣ ତାହା ଆମେ ଜାଣିନଥାଉ । ଯେତେବେଳେ ହଠାତ୍ କେହି ଆମକୁ ଏଗୁଡିକ ସମ୍ବନ୍ଧୀୟ ଏକ ପ୍ରଶ୍ନ ପଚାରନ୍ତି, ଆମେ ଭାବିବା ଆରମ୍ଭ କରିଦେଇଥାଉ । ସେହିଭଳି, ଟ୍ରକ ପଛରେ ଲେଖାଥିବା ଏହି ହର୍ନ ଓକେ ଏବଂ ପ୍ଲିଜକୁ ଆମେ ସବୁବେଳେ ଦେଖିଥାଉ କିନ୍ତୁ ଏହାର ଅର୍ଥ ଆମେ ଜାଣିନଥାଉ । ତେବେ ଆସନ୍ତୁ ଆଜି ଟ୍ରକ୍ ପଛରେ ଲେଖାଯାଇଥିବା ଏହି ସାଧାରଣ ଲାଇନ ହର୍ନ ଓକେ ଏବଂ ପ୍ଲିଜର ଅର୍ଥ କ’ଣ ସେ ବିଷୟରେ ଜାଣିବା? ତେବେ ଟ୍ରକ ପଛରେ ‘Horn OK Please’ ଲେଖାଯିବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଅଛି ।

ଟ୍ରକ ପଛରେ ଥିବା ଅନ୍ୟ ଗାଡି ଆଗକୁ ଯିବା ପୂର୍ବରୁ ହର୍ନ ବଜାଇଥାନ୍ତି । ଯେତେବେଳେ ଟ୍ରକ୍ ଡ୍ରାଇଭର ଅନୁଭବ କରେ ଯେ ସେ ଓଭରଟେକ କରିପାରିବ ଏବଂ ଆଗରୁ ଅନ୍ୟ କୌଣସି ଯାନ ଆସୁନାହିଁ, ସେତେବେଳେ ସେ ଓକେ କରି ଇଣ୍ଡିକେଟର ଦିଅନ୍ତି । ଏହା ପରେ ହିଁ ପଛରେ ଥିବା ଗାଡି ସହଜରେ ଆଗକୁ ଯାଇପାରିବ । ସେହିଭଳି ଭାବେ ହର୍ନ ଓକେ ଏବଂ ପ୍ଲିଜ ଦୁର୍ଘଟଣାକୁ ମଧ୍ୟ ରୋକିଥାଏ । ପୂର୍ବ ସମୟରେ ରାସ୍ତା ଗୁଡିକ ସଂକୀର୍ଣ୍ଣ ଥିଲା, ଏପରି ପରିସ୍ଥିତିରେ ଯେତେବେଳେ ରାସ୍ତା ଯିବା ପାଇଁ କ୍ଲିୟର ହେଉଥିଲା ସେତେବେଳେ ଟ୍ରକ୍ ଡ୍ରାଇଭର ଓକେ ଉପରେ ଥିବା ବଲବକୁ ଜାଳିଦେଉଥିଲେ, ଯାହାଦ୍ୱାରା ପଛରେ ଥିବା ବ୍ୟକ୍ତିଙ୍କୁ ଓଭରଟେକ କରିବାକୁ ସଙ୍କେତ ମିଳିଯାଇଥାଏ ।

କେବଳ ଏହା ନୁହେଁ, ଟ୍ରକ ପଛରେ ଲେଖାଯାଇଥିବା ଓକେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ଜଡିତ ଥିବାର ମଧ୍ୟ ଦେଖାଯାଏ । ବାସ୍ତବରେ, ଏହି ସମୟରେ ଡିଜେଲର ଘୋର ଅଭାବ ରହିଥିଲା, ତେଣୁ କିରୋସିନରେ ଭର୍ତ୍ତି କଣ୍ଟେନରଗୁଡିକ ଟ୍ରକରେ ରଖାଯାଉଥିଲା । ଯେହେତୁ କିରୋସିନ ଖୁବ ଶୀଘ୍ର ନିଆଁ ଲଗାଇବାରେ ସାହାଯ୍ୟ କରିଥାଏ, ତେଣୁ କୌଣସି ଦୁର୍ଘଟଣା ଘଟିଲେ ଏହା ନିଆଁକୁ ଆୟତ୍ତ କରିବା ସମ୍ଭବ ନୁହେଁ, ତେଣୁ ଉପଯୁକ୍ତ ଦୂରତା ବଜାୟ ରଖିବା ପାଇଁ ‘On kerosene’ ଲେଖାଯାଇଥିଲା, ଯାହା ପରେ ସର୍ଟ ଫର୍ମରେ OK ଭାବରେ ଲେଖାଗଲା । ତେବେ ଆଜିକାଲି ରାସ୍ତା ଚଉଡା ହେବା ଯୋଗୁଁ ଏହି ‘Horn OK Please’ର ଲେଖା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି । ତଥାପି ଅନେକ ଟ୍ରକ ପଛରେ ଆଜି ବି ଏହା ଲେଖାଯାଇଥାଏ ।

Srujanika Panda

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago