Categories: ସ୍ପେଶାଲ

ଆଠ ବର୍ଷର ଛୁଆ ପେଟ ଭିତରୁ ବାହାରିଲା ଏମିତି ଜିନିଷ , ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ଚୀନରେ ଏକ ହଇରାଣ କରିଦେବା ଭଳି ମାମଲା ସାମନାକୁ ଆସିଛି । ଏଠାରେ ଏକ ଆଠ ବର୍ଷର ଛୁଆର ପେଟରେ ଭୟାନକ ଭାବେ ପୀଡା ହେଉଥିଲା । ଏହା ଛଡା ଛୁଆଟିକୁ କିଛି କିଛି ସମୟ ବ୍ୟବଧାନରେ ବାନ୍ତି ମଧ୍ୟ ହେଉଥିଲା । ଯାହାଫଳରେ ତାକୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ଡକ୍ଟର ଯେତେବେଳେ ଛୁଆଟିର ସିଟି ସ୍କାନ୍ କରିଥିଲେ ସେତେବେଳେ ତା ପେଟ ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପ୍ରକୃତରେ ଛୁଆଟିର ପେଟ ଭିତରେ ଦେଢ କିଲୋର କେଶ ଗୁଳା ରହିଥିଲା, ଯାହାକୁ ସର୍ଜରୀ କରାଯାଇ ବାହାରକୁ ବାହାର କରାଯାଇଥିଲା । ରିପୋର୍ଟ ଅନୁସାରେ ଛୁଆଟିକୁ ଦୁଇ ବର୍ଷ ବୟସରୁ ହିଁ କେଶ ଖାଇବାର ବଦ ଅଭ୍ୟାସ ରହିଥିଲା । ଛୁଆଟିର ମା’ଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଆରମ୍ଭରୁ ସେ ଏହି ବଦ ଅଭ୍ୟାସ ଛାଡିଦେଇଥିଲା । କିନ୍ତୁ ଫେବୃଆରୀ ଆରମ୍ଭରୁ ଛୁଆଟି ଅଧିକ ରୋଗୀଣା ହୋଇଯାଇଥିଲା ଏବଂ ପେଟ ଖୁବ୍ ଜୋରରେ କାଟିବାକୁ ଲାଗିବା ସହ ବାନ୍ତି ହେବାକୁ ଲାଗିଲା । ଏହାପରେ ମହିଳା ଜଣଙ୍କ ଲକ୍ଷ କଲେ ଯେ ତାଙ୍କ ଝିଅର ପେଟ ଫୁଲିବାକୁ ଲାଗୁଛି । ତେଣୁ ସେ ଝିଅକୁ ତୁରନ୍ତ ଗୁଆଂଗଦୋଂଗ ର ଦୋଂଗୁଆ ହସ୍ପିଟାଲରେ ନେଇ ପହଁଚିଥିଲେ । ଏହାପରେ ଡକ୍ଟର ପେଟ କାଟିବାର କାରଣ ଜାଣିବା ପାଇଁ ଛୁଆଟିର ପେଟରେ ସିଟିସ୍କାନ୍ କରିଥିଲେ।

ସିଟିସ୍କାନ୍ କରିବା ପରେ ଡକ୍ଟର ଛୁଆଟିର ପେଟରେ ଏକ ବଡ କେଶ ର ଗଣ୍ଠି ଦେଖିଥିଲେ । ଏହି ଗଣ୍ଠି ପଥର ଭଳି ହୋଇଯାଇଥିଲା । କିନ୍ତୁ ଡକ୍ଟର ସର୍ଜରୀ କରି କେଶର ଏହି ଗୋଳାକୁ ବାହାର କରିଦେଇଥିଲେ । ଡକ୍ଟର ଛୁଆଟିର ବାପା ମାଙ୍କୁ ତାର ଖାଇବା ପିବା ଉପରେ ନଜର ରଖିବା ପାଇଁ କହିଥିଲେ । ଡକ୍ଟର କହିଥିଲେ କି ଛୁଆଟିର ଏହି କେଶ ଖାଇବା ଅଭ୍ୟାସ ପିକା ର ଲକ୍ଷଣ ଅଟେ । କିକା ହେଉଛି ଏକ ପ୍ରକାର ଇଟିଙ୍ଗ୍ ଡିସଅର୍ଡର , ଯାହା ଛୁଆଙ୍କୁ ଏପରି ଜିନିଷ ଖାଇବା ନେଇ ଅଭ୍ୟାସ କରାଇଥାଏ ।

Sonalisa

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

11 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

14 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

18 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

30 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

47 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago