ଆଠ ବର୍ଷର ଛୁଆ ପେଟ ଭିତରୁ ବାହାରିଲା ଏମିତି ଜିନିଷ , ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ଚୀନରେ ଏକ ହଇରାଣ କରିଦେବା ଭଳି ମାମଲା ସାମନାକୁ ଆସିଛି । ଏଠାରେ ଏକ ଆଠ ବର୍ଷର ଛୁଆର ପେଟରେ ଭୟାନକ ଭାବେ ପୀଡା ହେଉଥିଲା । ଏହା ଛଡା ଛୁଆଟିକୁ କିଛି କିଛି ସମୟ ବ୍ୟବଧାନରେ ବାନ୍ତି ମଧ୍ୟ ହେଉଥିଲା । ଯାହାଫଳରେ ତାକୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ଡକ୍ଟର ଯେତେବେଳେ ଛୁଆଟିର ସିଟି ସ୍କାନ୍ କରିଥିଲେ ସେତେବେଳେ ତା ପେଟ ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

hair1ପ୍ରକୃତରେ ଛୁଆଟିର ପେଟ ଭିତରେ ଦେଢ କିଲୋର କେଶ ଗୁଳା ରହିଥିଲା, ଯାହାକୁ ସର୍ଜରୀ କରାଯାଇ ବାହାରକୁ ବାହାର କରାଯାଇଥିଲା । ରିପୋର୍ଟ ଅନୁସାରେ ଛୁଆଟିକୁ ଦୁଇ ବର୍ଷ ବୟସରୁ ହିଁ କେଶ ଖାଇବାର ବଦ ଅଭ୍ୟାସ ରହିଥିଲା । ଛୁଆଟିର ମା’ଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଆରମ୍ଭରୁ ସେ ଏହି ବଦ ଅଭ୍ୟାସ ଛାଡିଦେଇଥିଲା । କିନ୍ତୁ ଫେବୃଆରୀ ଆରମ୍ଭରୁ ଛୁଆଟି ଅଧିକ ରୋଗୀଣା ହୋଇଯାଇଥିଲା ଏବଂ ପେଟ ଖୁବ୍ ଜୋରରେ କାଟିବାକୁ ଲାଗିବା ସହ ବାନ୍ତି ହେବାକୁ ଲାଗିଲା । ଏହାପରେ ମହିଳା ଜଣଙ୍କ ଲକ୍ଷ କଲେ ଯେ ତାଙ୍କ ଝିଅର ପେଟ ଫୁଲିବାକୁ ଲାଗୁଛି । ତେଣୁ ସେ ଝିଅକୁ ତୁରନ୍ତ ଗୁଆଂଗଦୋଂଗ ର ଦୋଂଗୁଆ ହସ୍ପିଟାଲରେ ନେଇ ପହଁଚିଥିଲେ । ଏହାପରେ ଡକ୍ଟର ପେଟ କାଟିବାର କାରଣ ଜାଣିବା ପାଇଁ ଛୁଆଟିର ପେଟରେ ସିଟିସ୍କାନ୍ କରିଥିଲେ।

ballସିଟିସ୍କାନ୍ କରିବା ପରେ ଡକ୍ଟର ଛୁଆଟିର ପେଟରେ ଏକ ବଡ କେଶ ର ଗଣ୍ଠି ଦେଖିଥିଲେ । ଏହି ଗଣ୍ଠି ପଥର ଭଳି ହୋଇଯାଇଥିଲା । କିନ୍ତୁ ଡକ୍ଟର ସର୍ଜରୀ କରି କେଶର ଏହି ଗୋଳାକୁ ବାହାର କରିଦେଇଥିଲେ । ଡକ୍ଟର ଛୁଆଟିର ବାପା ମାଙ୍କୁ ତାର ଖାଇବା ପିବା ଉପରେ ନଜର ରଖିବା ପାଇଁ କହିଥିଲେ । ଡକ୍ଟର କହିଥିଲେ କି ଛୁଆଟିର ଏହି କେଶ ଖାଇବା ଅଭ୍ୟାସ ପିକା ର ଲକ୍ଷଣ ଅଟେ । କିକା ହେଉଛି ଏକ ପ୍ରକାର ଇଟିଙ୍ଗ୍ ଡିସଅର୍ଡର , ଯାହା ଛୁଆଙ୍କୁ ଏପରି ଜିନିଷ ଖାଇବା ନେଇ ଅଭ୍ୟାସ କରାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.