Categories: ସ୍ପେଶାଲ

ଏପରି ଏକ ଅଜବ ଗାଁ, ଯେଉଁଠି ଫଟୋ କିମ୍ବା ଭିଡିଓ ନେଲେ ଦେବାକୁ ପଡେ ଟ୍ୟାକ୍ସ

ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାରତକୁ ବେଶ୍‌ ପସନ୍ଦ କରାଯାଏ। ଖାସ୍‌ କରି ଗୋଆରେ ବିଦେଶୀ ପର୍ଯ୍ୟଟକ ହୁଅନ୍ତୁ ଅବା ଭାରତୀୟ ଲୋକେ ସମସ୍ତେ ବୁଲିବାକୁ ଆସନ୍ତି। ଆପଣ ଯେଉଁ ବି ସ୍ଥାନକୁ ଯାଆନ୍ତୁ ଫଟୋ ଉଠାଇବା ସହ ଭିଡିଓ ମଧ୍ୟ ନିଅନ୍ତି। କିନ୍ତୁ ଗୋଆରେ ଏପରି ଏକ ଗାଁ ରହିଛି, ଯେଉଁଠି ଫଟୋ ଉଠାଇବା ସହ ଭିଡିଓ ନେଲେ ଦେବାକୁ ପଡିବ ଟ୍ୟାକ୍ସ। ଏମିତି ଏକ ଅସୁବିଧାର ସାମ୍ନା କରିଛନ୍ତି ଗୋଆ ଯାଇଥିବା ଜଣେ ପର୍ଯ୍ୟଟକ। ଯେତେବେଳେ ପର୍ଯ୍ୟଟକ ଜଣକ ଫଟୋ ଉଠାଇବା ଯୋଗୁଁ ଟ୍ୟାକ୍ସ ଦେବା ପରେ ରସିଦକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହୋଇଥିଲା।

ସୂଚନା ମୁତାବକ, ଗୋଆର ଏକ ଗାଁ ରହିଛି ପଞ୍ଚାୟତା ପର୍ରା । ଏହା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ଗାଁ। ଏହି ଗାଁର ସଡକ ଏବଂ ଚର୍ଚ୍ଚ ମଧ୍ୟ ଶାହରୁଖଙ୍କ ଫିଲ୍ମ ‘ଡିଅର ଜିନ୍ଦେଗୀ’ରେ ଆପଣମାନେ ନିଶ୍ଚିତ ଦେଖିଥିବେ। ଏହାର ସଡକ ବହୁତ ସୁନ୍ଦର। ଏହି ସଡକର ଦୁଇ ପାର୍ଶ୍ୱରେ ନଡିଆ ଗଛ ଥିବା ସହିତ ଚାରିଆଡେ ସବୁଜବନାନୀ ଦେଖିବାକୁ ମିଳିଥାଏ। ସେଥିପାଇଁ ଏଠାକୁ ଆସୁଥିବା ଲୋକ ଏଠାରେ ଫଟୋ ଉଠାଇବା ସହ ଭିଡିଓ ନିଅନ୍ତି।

ଏଠାରେ ଲୋକଙ୍କର ଏତେ ଗହଳି ହୋଇଯାଏ ଯେ ସ୍ଥାନୀୟ ଲୋକଙ୍କୁ ଯିବା ଆସିବା ବହୁତ ହଇରାଣ ଏବଂ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଖାସ୍‌ ଏଥିପାଇଁ ସ୍ଥାନୀୟ ଲୋକ ‘ସ୍ୱଚ୍ଛତା କର’ ନାମରେ ବୋର୍ଡ ଲଗାଇଦେଲେ। ତା ’ପରେ ଏଠାରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରିବା ପାଇଁ ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡିଥାଏ। ଏଠାରେ ହିଁ ଫଟୋ ଉଠାଇ ହଇରାଣ ହୋଇଛନ୍ତି ଜଣେ ପର୍ଯ୍ୟଟକ। ଏହି ଟ୍ୟାକ୍ସ ଦେଇ ତାହାର ରସିଦ୍‌ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଏହା ପରେ ଗୋଆ ପ୍ରଶାସନ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଦ୍ୱାରା ଲଗାଯାଇଥିବା ଟ୍ୟାକ୍ସକୁ ଉଠାଇଛନ୍ତି।

Swagatika

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

4 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

12 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

13 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

30 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

31 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

35 mins ago