Below header

ଏପରି ଏକ ଅଜବ ଗାଁ, ଯେଉଁଠି ଫଟୋ କିମ୍ବା ଭିଡିଓ ନେଲେ ଦେବାକୁ ପଡେ ଟ୍ୟାକ୍ସ

ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାରତକୁ ବେଶ୍‌ ପସନ୍ଦ କରାଯାଏ। ଖାସ୍‌ କରି ଗୋଆରେ ବିଦେଶୀ ପର୍ଯ୍ୟଟକ ହୁଅନ୍ତୁ ଅବା ଭାରତୀୟ ଲୋକେ ସମସ୍ତେ ବୁଲିବାକୁ ଆସନ୍ତି। ଆପଣ ଯେଉଁ ବି ସ୍ଥାନକୁ ଯାଆନ୍ତୁ ଫଟୋ ଉଠାଇବା ସହ ଭିଡିଓ ମଧ୍ୟ ନିଅନ୍ତି। କିନ୍ତୁ ଗୋଆରେ ଏପରି ଏକ ଗାଁ ରହିଛି, ଯେଉଁଠି ଫଟୋ ଉଠାଇବା ସହ ଭିଡିଓ ନେଲେ ଦେବାକୁ ପଡିବ ଟ୍ୟାକ୍ସ। ଏମିତି ଏକ ଅସୁବିଧାର ସାମ୍ନା କରିଛନ୍ତି ଗୋଆ ଯାଇଥିବା ଜଣେ ପର୍ଯ୍ୟଟକ। ଯେତେବେଳେ ପର୍ଯ୍ୟଟକ ଜଣକ ଫଟୋ ଉଠାଇବା ଯୋଗୁଁ ଟ୍ୟାକ୍ସ ଦେବା ପରେ ରସିଦକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହୋଇଥିଲା।

parra

ସୂଚନା ମୁତାବକ, ଗୋଆର ଏକ ଗାଁ ରହିଛି ପଞ୍ଚାୟତା ପର୍ରା । ଏହା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ଗାଁ। ଏହି ଗାଁର ସଡକ ଏବଂ ଚର୍ଚ୍ଚ ମଧ୍ୟ ଶାହରୁଖଙ୍କ ଫିଲ୍ମ ‘ଡିଅର ଜିନ୍ଦେଗୀ’ରେ ଆପଣମାନେ ନିଶ୍ଚିତ ଦେଖିଥିବେ। ଏହାର ସଡକ ବହୁତ ସୁନ୍ଦର। ଏହି ସଡକର ଦୁଇ ପାର୍ଶ୍ୱରେ ନଡିଆ ଗଛ ଥିବା ସହିତ ଚାରିଆଡେ ସବୁଜବନାନୀ ଦେଖିବାକୁ ମିଳିଥାଏ। ସେଥିପାଇଁ ଏଠାକୁ ଆସୁଥିବା ଲୋକ ଏଠାରେ ଫଟୋ ଉଠାଇବା ସହ ଭିଡିଓ ନିଅନ୍ତି।

goaaଏଠାରେ ଲୋକଙ୍କର ଏତେ ଗହଳି ହୋଇଯାଏ ଯେ ସ୍ଥାନୀୟ ଲୋକଙ୍କୁ ଯିବା ଆସିବା ବହୁତ ହଇରାଣ ଏବଂ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଖାସ୍‌ ଏଥିପାଇଁ ସ୍ଥାନୀୟ ଲୋକ ‘ସ୍ୱଚ୍ଛତା କର’ ନାମରେ ବୋର୍ଡ ଲଗାଇଦେଲେ। ତା ’ପରେ ଏଠାରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରିବା ପାଇଁ ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡିଥାଏ। ଏଠାରେ ହିଁ ଫଟୋ ଉଠାଇ ହଇରାଣ ହୋଇଛନ୍ତି ଜଣେ ପର୍ଯ୍ୟଟକ। ଏହି ଟ୍ୟାକ୍ସ ଦେଇ ତାହାର ରସିଦ୍‌ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଏହା ପରେ ଗୋଆ ପ୍ରଶାସନ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଦ୍ୱାରା ଲଗାଯାଇଥିବା ଟ୍ୟାକ୍ସକୁ ଉଠାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.