ଜଗତସିଂହପୁର ଜିଲ୍ଲାରେ ବାତ୍ୟା ବୁଲବୁଲର ପ୍ରଭାବ, ପାରାଦୀପରେ ସର୍ବାଧିକ ଶହେ ମିଲିମିଟର ବର୍ଷା ରେକର୍ଡ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବାତ୍ୟା ବୁଲବୁଲର ପ୍ରଭାବ। ପ୍ରବଳ ବର୍ଷା ପବନ ହୋଇଛି। ଗତକାଲିଠୁ ଆରମ୍ଭ ହୋଇଛି ବର୍ଷା। ପାରାଦୀପରେ ସର୍ବାଧିକ ଶହେ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ୬୦-୭୦ କିଲୋମିଟର ବେଗରେ ପବନ ବହିଛି। କିଛି ପ୍ରଭାବିତ ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖିଛି ପ୍ରଶାସନ। ମୋଟ୍ ୫୪୬ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଦିଆଯାଉଛି। ବର୍ଷା ପବନରେ ନଷ୍ଟ ହୋଇଛି ଧାନ ଫସଲ। ବର୍ଷା କମିବା ପରେ କୃଷି ଅଧିକାରୀମାନେ ପହଞ୍ଚି କ୍ଷୟକ୍ଷତିର ଆକଳ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।