ଟାଙ୍ଗୀ(ଖୋର୍ଦ୍ଧା): ମହିଳା ସଂଘର ସଦସ୍ୟାଙ୍କୁ ଅସଦାଚରଣ କରି ବଦଳି ହେଲେ ମ୍ୟାନେଜର ପ୍ରିୟଦର୍ଶୀ ଦାଶ

ଖୋର୍ଦ୍ଧା(କେନ୍ୟୁଜ୍‌): ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ୍ ହରିପୁର ଗ୍ରାମ ପଞ୍ଚାୟତ ସ୍ତରର ଆଞ୍ଚଳିକ ମହିଳା ମଞ୍ଚର ମହିଳାଙ୍କୁ ଚିଲିକା ବ୍ଲକ B.P.Mଙ୍କ ଅସଦାଚରଣ ଏବଂ ଦୁର୍ନୀତି ଅଭିଯୋଗରେ ଗତ ୬ ତାରିଖ ରେ ବାନ୍ଧିଥିଲେ ହରିପୁର ଗ୍ରାମପଞ୍ଚାୟତ ମହିଳା ମହାସଂଘର ସଦସ୍ୟା। ଶେଷରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିଶୃତି ଓ ଟାଙ୍ଗୀ ପୋଲିସ ସହାୟତାରେ ଉଧାର ପାଇଲେ ଅଧିକାରୀ। ମହାସଂଘର ପୂର୍ବ ସୁଧ ଟଙ୍କାକୁ ନେଇ ଥିଲା ଅଭିଯୋଗ ।

chilika1ଆଜି ସରପଞ୍ଚଙ୍କ ପ୍ରତିଶୃତି ଅନୁଯାୟୀ ବ୍ଲକ୍ ପରିସରରେ ଖୋର୍ଦ୍ଧା ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର, ଚିଲିକା ବି.ଡି.ଓ , ସି.ଡି.ପି.ଓ ଓ ହରିପୁର ସରପଞ୍ଚ ମଧ୍ୟରେ ଆଲୋଚନା ପରେ ସବ୍ରସମ୍ମତୀ କ୍ରମେ ୨୪ ଘଣ୍ଟା ମଧ୍ୟରେ ବ୍ଲକ୍ ପ୍ରୋଜେକ୍ଟ ମ୍ୟାନେଜର ପ୍ରୀୟଦର୍ଶୀ ଦାଶଙ୍କୁ ଅନ୍ୟତ୍ର ବଦଳି ଓ ହରିପୁର ପଞ୍ଚାୟତ ମାଷ୍ଟର ବୁକ୍ କିପର ଶାନ୍ତିଲତା ସେଠୀଙ୍କୁ ବହିଷ୍କାର କଲେ ବୋଲି ଚିଲିକା ସି.ଡି.ପି. ଗଣମାଧ୍ୟମ କୁ ପତିକ୍ରୀୟା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.