ନୋକିଆ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟ ଟିଭି, ସାମସଙ୍ଗ ଓ ସାଓମିକୁ ଦେବ କଡା ଟକ୍କର

କିଛି ବର୍ଷ ହେବ ଦେଶରେ ସ୍ମାର୍ଟ ଟିଭିର ପ୍ରଚଳନ ବହୁ ମାତ୍ରାରେ ବଢିଛି । ସାମସଙ୍ଗ, ମୋଟୋରୋଲା,ସାଓମି ପରି ବଡ ବଡ କମ୍ପାନୀ ମାନେ ବହୁତ ଶସ୍ତା ଦରରେ ବଜାରରେ ଭଳିକି ଭଳି ସ୍ମାର୍ଟ ଟିଭି ମାନ ପ୍ରବେଶ କରାଇଛନ୍ତି । ଏବେ ଲୋକପ୍ରିୟ ଫୋନ କମ୍ପାନୀ ନୋକିଆ ମଧ୍ୟ ଇ କମର୍ସ ସାଇଟ ଫ୍ଲିପକାର୍ଟ ସହ ମିଶି ବହୁଶିଘ୍ର ବଜାରକୁ ଏକ ସ୍ମାର୍ଟ ଟିଭି ଆଣିବାକୁ ଯାଉଛି । ଲୋକେ ବହୁ ଶୀଘ୍ର ଫ୍ଲିପକାର୍ଟ ପ୍ଲାଟଫର୍ମ ଜରିଆରେ ନୋକିଆ ସ୍ମାର୍ଟ ଟିଭିକୁ ଘରେ ବସି ସହଜରେ କିଣିପାରିବେ । ଏହା ପୂର୍ବରୁ ମୋଟୋରୋଲା କମ୍ପାନୀ ମଧ୍ୟ ସ୍ମାର୍ଟ ଟିଭିର ବଜାରରେ ପ୍ରବେଶ ପାଇଁ ଫ୍ଲିପକାର୍ଟ ସହ କଥାବାର୍ତ୍ତା କରିଥିଲା । ଫ୍ଲିପକାର୍ଟ କାର୍ଯ୍ୟକର୍ତ୍ତା ମଧ୍ୟ ଏହା ଉପରେ ଏକ ଶୁଣାଣି କରିଛନ୍ତି ।

ଏହା ସହ ପଢନ୍ତୁ: ଆଣ୍ଡ୍ରଏଡ୍‌ ୟୁଜରଙ୍କ ପାଇଁ ଖୁସି ଖବର, ମାଲଓ୍ଵୟାର ବିରୁଦ୍ଧରେ Google ନେଉଛି ବଡ ପଦକ୍ଷେପ

ନୋକିଆ କମ୍ପାନୀ ଆମ ସହାୟତାରେ ଭାରତୀୟ ଗ୍ରାହକ ମାନଙ୍କ ଆବଶ୍ୟକତାକୁ ସହଜରେ ବୁଝିପାରିବ ବୋଲି ଫ୍ଲିପକାର୍ଟ ତରଫରୁ କୁହାଯାଇଛି । ରିପୋର୍ଟ ଅନୁଯାୟୀ ନୋକିଆ ସ୍ମାର୍ଟ ଟିଭିକୁ ଯେବିଏଲ ସ୍ଟିକର୍ସ ଓ ସାଉଣ୍ଡ ପ୍ରୋଗ୍ରାମର ମଧ୍ୟ ସପୋର୍ଟ ମିଳିବ । କହି ରଖିବା ଉଚିତ ହେବ କି ଜେବିଏଲ ପୃଥିବୀର ଏକ ଅଗ୍ରଣୀ ସାଉଣ୍ଡ ପ୍ରଡକ୍ଟ ତିଆରି କରିବା କମ୍ପାନୀ ମାନଙ୍କ ଭିତରୁ ଅନ୍ୟତମ । ନୋକିଆ କମ୍ପାନୀ ପ୍ରଥମେ ସ୍ମାର୍ଟ ଟିଭି ଆଣ୍ଡ୍ରଏଡ଼ ଅପରେଟିଙ୍ଗ ସିଷ୍ଟମ ଉପରେ ହିଁ କାମ କରିବ । ଏହି ଡିଭାଇସଟିର ଲୁକ ମୋଟୋରୋଲା ସ୍ମାର୍ଟ ଟିଭି ଲୁକ ସହ ବହୁ ସାମଞ୍ଜସ୍ୟ ରହିଛି । ଏହି ସ୍ମାର୍ଟ ଟିଭିର ମୂଲ୍ୟ ଓ ବିଶେଷତା ନେଇ କମ୍ପାନୀ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.