Categories: ସ୍ପେଶାଲ

ଏକମାତ୍ର କୃଷ୍ଣ ମନ୍ଦିର ଯେଉଁଠାରେ ଦିନକୁ ତିନି ଥର ଚଢ଼ାଯାଏ ବାନା, ଶ୍ରଦ୍ଧାଳୁଙ୍କୁ ବର୍ଷ-ବର୍ଷ ଧରି କରିବାକୁ ପଡିଥାଏ ଅପେକ୍ଷା ଜାଣନ୍ତୁ କାହିଁକି

ଦ୍ୱାରକା ଶବ୍ଦ ‘ଦ୍ୱାର’ ଏବଂ ‘କା’ ଶବ୍ଦର ମିଶ୍ରଣରେ ହୋଇଛି। ‘କା’ର ଅର୍ଥ ହେଉଛି ବ୍ରହ୍ମା। ଦ୍ୱାରକାରୁ ବ୍ରହ୍ମାଙ୍କ ପାଖକୁ ଯିବାପାଇଁ ମାର୍ଗକୁ ଦ୍ୱାରକା କୁହାଯାଏ। ସନାତନ ଧର୍ମୀ ଚାରିଟି ପୀଠ ମଧ୍ୟରୁ ଗୋଟିଏ ପୀଠ ଦ୍ୱାରକା ସେହିଠାରେ ଅଛି। ମୁଖ୍ୟ ମନ୍ଦିର ହେଉଛି ଦ୍ୱାରକା ଜଗତ୍‌ ମନ୍ଦିର। କୁହାଯାଏ ଯେ ୪୦୦ଖ୍ରୀଷ୍ଟାବ୍ଦ ପୂର୍ବର ଭଗବାନ ଶ୍ରୀକୃଷ୍ଣଙ୍କ ବଂଶଜ ବଜ୍ରନାଭ ଏହାର ନିର୍ମାଣ କରାଇଥିଲେ। ଦ୍ୱାରକା ମନ୍ଦିର ବ୍ୟବସ୍ଥା ସମିତିର ଦାବି ଯେ ଦ୍ୱାରକା ଭାରତର ଏକ ମାତ୍ର ଏମିତି ମନ୍ଦିର ଯେଉଁଠାରେ ୫୨ ଗଜର ଧ୍ୱଜା ଦିନକୁ ତିନି ଥର ଚଢ଼ାଯାଇଥାଏ। ଶ୍ରଦ୍ଧାଳୁମାନେ ଏଠାକୁ ଧ୍ୱଜା ଚଢ଼ାଇବା ପାଇଁ ଆସିଲେ ନିଜ ପାଳି ପଡିବା ବେଳକୁ ଦୁଇ-ଦୁଇ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ।

ଅନେକ ବର୍ଷ ଧରି ଜଗତ୍‌ ମନ୍ଦିରର ଶିଖର ଉପରେ ବାନା ଚଢ଼ାଇବାର ପରମ୍ପରା ରହିଛି। ଗତ ୩୦ ବର୍ଷ ଧରି ବାନା ତିଆରି କରିବା ଏବଂ ଚଢ଼ାଇବା କାମ ସ୍ଥାନୀୟ ନିବାସୀ ଭରତ ତ୍ରିବେଦୀଙ୍କ ପରିବାର ବିନା କୌଣସି ପାରିଶ୍ରମିକରେ କରିଆସୁଛନ୍ତି। ମନ୍ଦିରର ପୂଜାରୀ ପରେଶ ଭାଇ କୁହନ୍ତି ଏହି ରକ୍ଷା ଧ୍ୱଜ ମନ୍ଦିର ଏବଂ ନଗରର ରକ୍ଷା କରିଥାଏ। ଏମିତି ମାନ୍ୟତା ରହିଛି ଯେ ଧ୍ୱଜା ନବଗ୍ରହକୁ ଧାରଣ କରିଥାଏ ଯାହା ରକ୍ଷା କବଚ କାମ କରିଥାଏ। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ ପ୍ରାୟ ୫୦ ମିଟର ଉଚ୍ଚ ଶିଖରରେ ତୀବ୍ର ପବନ ମଧ୍ୟରେ ୫୨ ଗଜର ଧ୍ୱଜା ଚଢ଼ାଇବା ବହୁତ ମୁସକିଲ ହୋଇଥାଏ।

ଜୀବନ୍ତ ହୋଇଉଠିଲା ଦ୍ୱାରକାର ଅଦ୍ୱିତୀୟ ବୈଭବର ବିବରଣ, ଜାଣନ୍ତୁ କାହିଁ ଦିଆଗଲା ଦ୍ୱାରକାର ନାମଦଦ୍ଭଗତ ଦିନରେ ଆସିଥିବା ‘ବାୟୁ’ ଚକ୍ରବର୍ତ୍ତୀ ସମୟରେ ବହୁତ ଭୟଙ୍କର ସମସ୍ୟା ଆସିଲା। ବାନାକୁ ବାହାର ନକରିବାରୁ ତାହା ଉପରେ ହିଁ ଅନ୍ୟ ବାନାକୁ ଚଢ଼ାଇବାକୁ ପଡିଲା। ଏସବୁ ସତ୍ତ୍ୱେ ପ୍ରତିଦିନ ତିନିଟି ଲେଖାଏଁ ବାନା ଚଢ଼ା ଯାଇଥାଏ। ବାନା ଚଢ଼ାଇବା ଶ୍ରଦ୍ଧାଳୁଙ୍କ ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡିଥାଏ।

ଏହାସହ ପଢନ୍ତୁ : କଣ ଆପଣ କେବେ ଦେଖିଛନ୍ତି ପାଣିରେ ଭାସୁଥିବା ଏହି ପରିବା ହାଟ ?

ରାଜସ୍ଥାନରେ ପହଁଚିଥିବା ଉମେ୍ମଦ ସିଂହ ଚମ୍ପାବତ କହିଲେ ଯେ ଦ୍ୱାରକାଧୀସଙ୍କୁ ବାନା ଚଢ଼ାଇବା ପାଇଁ ତାଙ୍କୁ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା। ଏହାପରେ ଯାଇ ତାଙ୍କର ପାଳି ପଡିଲା। ଧ୍ୱଜାକୁ ନେଇ ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପହଁଚିବା ଏବଂ ପରେ ତାହାକୁ ଶିଖର ଉପରେ ବାନା ଉଡିବା ଦେଖିବା ନିଜ ଭିତରେ ଏକ ଦିବ୍ୟ ଅନୁଭୂତି।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

39 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

48 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

1 hour ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago