ଏକମାତ୍ର କୃଷ୍ଣ ମନ୍ଦିର ଯେଉଁଠାରେ ଦିନକୁ ତିନି ଥର ଚଢ଼ାଯାଏ ବାନା, ଶ୍ରଦ୍ଧାଳୁଙ୍କୁ ବର୍ଷ-ବର୍ଷ ଧରି କରିବାକୁ ପଡିଥାଏ ଅପେକ୍ଷା ଜାଣନ୍ତୁ କାହିଁକି

ଦ୍ୱାରକା ଶବ୍ଦ ‘ଦ୍ୱାର’ ଏବଂ ‘କା’ ଶବ୍ଦର ମିଶ୍ରଣରେ ହୋଇଛି। ‘କା’ର ଅର୍ଥ ହେଉଛି ବ୍ରହ୍ମା। ଦ୍ୱାରକାରୁ ବ୍ରହ୍ମାଙ୍କ ପାଖକୁ ଯିବାପାଇଁ ମାର୍ଗକୁ ଦ୍ୱାରକା କୁହାଯାଏ। ସନାତନ ଧର୍ମୀ ଚାରିଟି ପୀଠ ମଧ୍ୟରୁ ଗୋଟିଏ ପୀଠ ଦ୍ୱାରକା ସେହିଠାରେ ଅଛି। ମୁଖ୍ୟ ମନ୍ଦିର ହେଉଛି ଦ୍ୱାରକା ଜଗତ୍‌ ମନ୍ଦିର। କୁହାଯାଏ ଯେ ୪୦୦ଖ୍ରୀଷ୍ଟାବ୍ଦ ପୂର୍ବର ଭଗବାନ ଶ୍ରୀକୃଷ୍ଣଙ୍କ ବଂଶଜ ବଜ୍ରନାଭ ଏହାର ନିର୍ମାଣ କରାଇଥିଲେ। ଦ୍ୱାରକା ମନ୍ଦିର ବ୍ୟବସ୍ଥା ସମିତିର ଦାବି ଯେ ଦ୍ୱାରକା ଭାରତର ଏକ ମାତ୍ର ଏମିତି ମନ୍ଦିର ଯେଉଁଠାରେ ୫୨ ଗଜର ଧ୍ୱଜା ଦିନକୁ ତିନି ଥର ଚଢ଼ାଯାଇଥାଏ। ଶ୍ରଦ୍ଧାଳୁମାନେ ଏଠାକୁ ଧ୍ୱଜା ଚଢ଼ାଇବା ପାଇଁ ଆସିଲେ ନିଜ ପାଳି ପଡିବା ବେଳକୁ ଦୁଇ-ଦୁଇ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ।

dwaraka templeଅନେକ ବର୍ଷ ଧରି ଜଗତ୍‌ ମନ୍ଦିରର ଶିଖର ଉପରେ ବାନା ଚଢ଼ାଇବାର ପରମ୍ପରା ରହିଛି। ଗତ ୩୦ ବର୍ଷ ଧରି ବାନା ତିଆରି କରିବା ଏବଂ ଚଢ଼ାଇବା କାମ ସ୍ଥାନୀୟ ନିବାସୀ ଭରତ ତ୍ରିବେଦୀଙ୍କ ପରିବାର ବିନା କୌଣସି ପାରିଶ୍ରମିକରେ କରିଆସୁଛନ୍ତି। ମନ୍ଦିରର ପୂଜାରୀ ପରେଶ ଭାଇ କୁହନ୍ତି ଏହି ରକ୍ଷା ଧ୍ୱଜ ମନ୍ଦିର ଏବଂ ନଗରର ରକ୍ଷା କରିଥାଏ। ଏମିତି ମାନ୍ୟତା ରହିଛି ଯେ ଧ୍ୱଜା ନବଗ୍ରହକୁ ଧାରଣ କରିଥାଏ ଯାହା ରକ୍ଷା କବଚ କାମ କରିଥାଏ। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ ପ୍ରାୟ ୫୦ ମିଟର ଉଚ୍ଚ ଶିଖରରେ ତୀବ୍ର ପବନ ମଧ୍ୟରେ ୫୨ ଗଜର ଧ୍ୱଜା ଚଢ଼ାଇବା ବହୁତ ମୁସକିଲ ହୋଇଥାଏ।

dwarka templeଜୀବନ୍ତ ହୋଇଉଠିଲା ଦ୍ୱାରକାର ଅଦ୍ୱିତୀୟ ବୈଭବର ବିବରଣ, ଜାଣନ୍ତୁ କାହିଁ ଦିଆଗଲା ଦ୍ୱାରକାର ନାମଦଦ୍ଭଗତ ଦିନରେ ଆସିଥିବା ‘ବାୟୁ’ ଚକ୍ରବର୍ତ୍ତୀ ସମୟରେ ବହୁତ ଭୟଙ୍କର ସମସ୍ୟା ଆସିଲା। ବାନାକୁ ବାହାର ନକରିବାରୁ ତାହା ଉପରେ ହିଁ ଅନ୍ୟ ବାନାକୁ ଚଢ଼ାଇବାକୁ ପଡିଲା। ଏସବୁ ସତ୍ତ୍ୱେ ପ୍ରତିଦିନ ତିନିଟି ଲେଖାଏଁ ବାନା ଚଢ଼ା ଯାଇଥାଏ। ବାନା ଚଢ଼ାଇବା ଶ୍ରଦ୍ଧାଳୁଙ୍କ ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡିଥାଏ।

ଏହାସହ ପଢନ୍ତୁ : କଣ ଆପଣ କେବେ ଦେଖିଛନ୍ତି ପାଣିରେ ଭାସୁଥିବା ଏହି ପରିବା ହାଟ ?

ରାଜସ୍ଥାନରେ ପହଁଚିଥିବା ଉମେ୍ମଦ ସିଂହ ଚମ୍ପାବତ କହିଲେ ଯେ ଦ୍ୱାରକାଧୀସଙ୍କୁ ବାନା ଚଢ଼ାଇବା ପାଇଁ ତାଙ୍କୁ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା। ଏହାପରେ ଯାଇ ତାଙ୍କର ପାଳି ପଡିଲା। ଧ୍ୱଜାକୁ ନେଇ ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପହଁଚିବା ଏବଂ ପରେ ତାହାକୁ ଶିଖର ଉପରେ ବାନା ଉଡିବା ଦେଖିବା ନିଜ ଭିତରେ ଏକ ଦିବ୍ୟ ଅନୁଭୂତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.