ସ୍ପେଶାଲ

ସୁମୋ ରେସଲର ଏମିତି କ’ଣ ଖାଆନ୍ତି ଯେ ଏତେ ମୋଟା ହୁଅନ୍ତି, ଜାଣନ୍ତୁ ଭିତିରି କଥା

ସାରା ଦୁନିଆରେ ଏମିତି ଅନେକ ଲୋକପ୍ରିୟ ଖେଳ ରହିଥିଲେ ମଧ୍ୟ ସୁମୋ ପହଲିମାନ୍‌ଙ୍କ କଥା କିନ୍ତୁ ସବୁଠୁ ନିଆରା। ଏହା ଜାପାନର ଜାତୀୟ ଖେଳ। ଏହି ଖେଳ ପାଇଁ କଠିନ ପରିଶ୍ରମ ଓ ଦୃଢ଼ ମନୋବଳର ଆବଶ୍ୟକତା ରହିଛି। ବର୍ତ୍ତମାନର ପିଢ଼ି ଏତେଟା ସମୟାନୁବର୍ତ୍ତିତା ତଥା କଠିନ ପରିଶ୍ରମ କରିପାରୁନଥିବାରୁ ଧୀରେ ଧୀରେ ଏହି ଖେଳଠାରୁ ଦୂରେଇ ଯାଉଥିବା ଦେଖାଯାଇଛି। ସୁମୋ ଖେଳ ପାଇଁ ପ୍ରାୟ ୬ ବର୍ଷ ବୟସରୁ ହିଁ ଖେଳାଳିଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିଥାଏ। ପିଲାବେଳୁ ଖେଳ ପ୍ରତି ଆଗ୍ରହ ଓ ନିଷ୍ଠା ରହିଲେ ହିଁ ବଡ଼ ହେଲା ପରେ ଜଣେ ଭଲ ସୁମୋ ରେସଲର ହୋଇ ବାହାରିଥାଏ। ଏହା ବ୍ୟତୀତ ଖେଳାଳିଙ୍କୁ ନିଜ ଖାଦ୍ୟପେୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ସୁମୋ ରେସଲରଙ୍କ ବିଷୟରେ କେତେକ ଅଜଣା ରୋଚକ ତଥ୍ୟ…

ଜାପାନରେ ସୁମୋ ଫାଇଟ୍‌ର ପରମ୍ପରା ଖୁବ୍‌ ପୁରୁଣା। କୁହାଯାଏ ଯେ ଏହା ପ୍ରାୟ ୧୫୦୦ ବର୍ଷ ତଳର ଖେଳ। ପରମ୍ପରା ଅନୁସାରେ ଜାପାନରେ ବସନ୍ତର ଆଗମନରେ ୟାସୁକୁନି ନାମକ ମଠରେ ଚେରୀ ଭଙ୍ଗାଯାଏ। ଏହା ପରେ ସୁମୋ ଫାଇଟ୍‌ର ଆୟୋଜନ କରାଯାଏ। ଏହି ପରମ୍ପରାକୁ ସୁମୋ ପହିଲିମାନମାନେ ଖୁବ୍‌ ମାନିଥାନ୍ତି। ଫାଇଟିଂର ଠିକ୍‌ ପୂର୍ବରୁ ଲଢ଼େଇରେ ଭାଗ ନେଉଥିବା ପହିଲିମାନ ମାନେ କେତେକ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି। ଲଢ଼େଇ ପୂର୍ବରୁ ସେମାନେ ଉପରକୁ ଲୁଣ ଫିଙ୍ଗିଥାନ୍ତି। ଏଭଳି କରିବା ଦ୍ୱାରା ସେମାନେ ଆଖଡ଼ାରେ ବିଜୟ ଲାଭ କରିବେ ବୋଲି ବିଶ୍ୱାସ ରହିଛି।

 

ସୁମୋ ପହିଲିମାନମାନଙ୍କ ଜୀବନଶୈଳୀ ମଧ୍ୟ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ସେମାନେ ସାଧାରଣ ଜୀବନରୁ ନିଜକୁ ଦୂରେଇ ରଖିଥାନ୍ତି। ପିଲାବେଳୁ ଏମାନଙ୍କୁ ସମାଜଠାରୁ ଦୂରେଇ ରଖାଯାଏ। ଫଳରେ ସେମାନେ ନିଜ ଲକ୍ଷ୍ୟଠାରୁ ଦୂରେଇ ଯାଆନ୍ତି ନାହିଁ।

ଜାପାନରେ ସୁମୋ ପହିଲିମାନମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ତାହାକୁ ହେୟା କୁହାଯାଏ। ଏଠାରେ ସୁମୋ ପହଲିମାନଙ୍କ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ରହିଥାଏ। ଏଠାରେ ରହି ସେମାନେ ଅଭ୍ୟାସ କରିଥାନ୍ତି। ଏଥିସହ ଏଠାକାର ସମସ୍ତ ନିୟମ କାନୁନ୍‌ ମଧ୍ୟ ପାଳନ କରିଥାନ୍ତି। କଡ଼ା ଅନୁଶାସନ ମଧ୍ୟରେ ରହି ସୁମୋ ଫାଇଟର ନିଜ ଜୀବନକୁ ଗଢ଼ି ତୋଳିଥାନ୍ତି। ଯଦି କୌଣସି ପହିଲିମାନ ଏହି ନିୟମକୁ ଭାଙ୍ଗେ ତେବେ ଏହାର ପରିଣାମ ଭୟଙ୍କର ହୋଇଥାଏ। ନିୟମ ଭାଙ୍ଗିଥିବା ପହିଲିମାନକୁ ଜରିମାନା ଦେବାକୁ ପଡ଼େ। ଆଉ ଯଦି ମାମଲା ଗମ୍ଭୀର ହୋଇଥାଏ ତେବେ ତାଙ୍କୁ ଆଜୀବନ ନିଲମ୍ବନ କରିବା ନିୟମ ମଧ୍ୟ ରହିଛି।

ସୁମୋ ପହିଲିମାନ୍‌ଙ୍କ ପୋଷାକ ମଧ୍ୟ ଅନ୍ୟ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ। ଏମାନେ ଖେଳିବା ବେଳେ ଜାପାନୀ ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି। ଏହା ଦ୍ୱାରା ଖେଳିବା ବେଳେ ସେମାନେ ସହଜ ଅନୁଭବ କରିଥାନ୍ତି।

ଏବେ ଆସନ୍ତୁ ଜାଣିବା ସୁମୋ ଫାଇଟରଙ୍କ ଖାଦ୍ୟପେୟ ସମ୍ପର୍କରେ…

ଦେଖିବାକୁ ବିରାଟକାୟ ହୋଇଥିବା ଏହି ସୁମୋ ଫାଇଟରଙ୍କ ଖାଦ୍ୟପେୟ ମଧ୍ୟ ସମସ୍ତଙ୍କଠାରୁ ନିଆରା। ସୁମୋ ଫାଇଟରଙ୍କ ପାଇଁ ସେମାନଙ୍କ ଓଜନ ହିଁ ସବୁକିଛି। ଏଥିପାଇଁ ସେମାନେ ପ୍ରଚୁର ପରିମାଣରେ ଖାଦ୍ୟ ଖାଇଥାନ୍ତି। ଜାପାନୀ ଫୁଡ୍‌ ଏକ୍ସପର୍ଟଙ୍କ ମୁତାବକ ସୁମୋ ରେସଲର୍ସ ସାଧାରଣ ଲୋକଙ୍କ ତୁଳନାରେ ୫ରୁ ୮ ଗୁଣ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥାନ୍ତି। କୁହାଯାଏ ଯେ ସୁମୋ ଫାଇଟର ପ୍ରତିଦିନ ୧୦ ହଜାର କ୍ୟାଲୋରୀରୁ ଊର୍ଦ୍ଧ୍ୱ ଭୋଜନ କରିଥାନ୍ତି। ସେମାନେ ନିଜେ ହିଁ ନିଜ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି।

ସୁମୋ ଫାଇଟର ସକାଳର ବ୍ରେକଫାଷ୍ଟ କରିନଥାନ୍ତି। ଏମାନେ ସକାଳୁ ଶୀଘ୍ର ଉଠି ଖାଲି ପେଟରେ ୫ ଘଣ୍ଟା ପର୍ଯ୍ୟନ୍ତ କୁସ୍ତି ଅଭ୍ୟାସ ଓ ଅନ୍ୟାନ୍ୟ ବ୍ୟାୟାମ କରିଥାନ୍ତି। ବ୍ରେକଫାଷ୍ଟ ନ କରିବାର ପ୍ରମୁଖ କାରଣ ହେଉଛି ଲଞ୍ଚ୍‌ ବେଳେ ତାଙ୍କୁ ପ୍ରବଳ ଭୋକ ଲାଗିବ ଓ ସେମାନେ ଅଧିକ ଖାଇପାରିବେ। ଲଞ୍ଚ୍‌ ପରେ ସେମାନେ ୪ ଘଣ୍ଟା ଶୋଇଥାନ୍ତି। ଏହା ଦ୍ୱାରା ସେମାନଙ୍କ ମେଟାବଲିଜିମ୍‌ ହ୍ରାସ ପାଏ, ଫଳରେ ଶରୀରରେ ଫ୍ୟାଟ୍‌ ଜମା ହୁଏ। ସେମାନେ ଶୋଇକି ଉଠିବା ପରେ ହାଲ୍‌କା ଖାଦ୍ୟ ଖାଇଥାନ୍ତି ଓ ରାତି ଡିନରରେ ପ୍ରଚୁର ପରିମାଣରେ ପୌଷ୍ଟିକ ଖାଦ୍ୟ ଖାଇ ପୁଣି ଶୋଇଯାଆନ୍ତି।

ସୁମୋ ଫାଇଟରଙ୍କ ପ୍ରମୁଖ ଖାଦ୍ୟ ମଧ୍ୟରେ ଚଙ୍କୋନାବେ, ବିୟର, ଭାତ, ଫ୍ରାଏଡ ଚିକେନ୍‌, ଉଦୋନ୍‌ ନୁଡଲ୍‌ସ, ସଲାଡ ଓ ସୁପ୍‌ ପ୍ରମୁଖ। ସେମାନଙ୍କ ସମସ୍ତ ଖାଦ୍ୟରେ ଚିକେନ୍‌, ମଟନ, ମାଛ, ଅଣ୍ଡା, ମଇଦା ଜାତୀୟ ଖାଦ୍ୟ ଭରି ରହିଥାଏ, ଯାହା ଶରୀରରେ ଚର୍ବିର ପରିମାଣ ବୃଦ୍ଧି କରି ସେମାନଙ୍କୁ ପୃଥୁଳାକାୟ କରିଥାଏ।

WCW 11

Recent Posts

ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଚାଳଛପର ଘର

ଆଳି : ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମାନପୁର…

13 mins ago

ରେଡ୍‌ ଲାଇଟ୍‌ ଦେଖି ନାଳରେ ପଡ଼ିଲେ ଯୁବତୀ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ । ସେଠାରେ ଅନେକ ଭିଡିଓ ଅଛି, ଯାହାକୁ ଆପଣ ଯେତେଥର…

16 mins ago

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Honor X6b, ମିଳିବ ଦମଦାର ଫିଚର୍ସ

ସ୍ମାର୍ଟଫୋନ୍ ବଜାରରେ ପ୍ରତିଦିନ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଏ । ଏହି ଧାରା ଜୁନ୍ ମାସରେ ମଧ୍ୟ ଜାରି ରହିଛି…

22 mins ago

ବାଦଶାହଙ୍କ ନୂଆ ପୋଷ୍ଟ ସୋସିଆଲ ମିଡିଆରେ ସୃଷ୍ଟି କଲା ଆଲୋଡ଼ନ, ଜାଣନ୍ତୁ କାହିଁକି

ର‍୍ୟାପର ବାଦଶାହ ସାରା ବିଶ୍ୱରେ ଅନେକ ନାମ ଅର୍ଜନ କରିଛନ୍ତି । କେବଳ ଏତିକି ନୁହେଁ, ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ…

35 mins ago

‘ଭାରତରେ EVM ଏକ ବ୍ଲାକ୍‌ ବକ୍ସ, କାହାକୁ ବି ନାହିଁ ଏହାର ଯାଞ୍ଚ ଅନୁମତି’; ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧି ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ଭାରତର ଏକ ବ୍ଲାକ୍‌ ବକ୍ସ ବୋଲି…

36 mins ago

କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ…

1 hour ago