ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ନେଇ ଏବେ ସମସ୍ତେ ଚିନ୍ତିତ। ହୁ ହୁ ହୋଇ ପେଟ୍ରୋଲ ଡିଜେଲ ଦର ବଢ଼ୁଥିବାରୁ ଲୋକମାନେ ଏବେ ଗାଡ଼ି ଛାଡ଼ି ସାଇକେଲ ଧରିବାକୁ ଆଗଭର ହେଉଛନ୍ତି। ଏହାକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମିମ୍ସ ସେୟାର କରୁଛନ୍ତି, ଯାହାକୁ ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି।
ଏବେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ବେଦମ୍ ହେବେ। ଭିଡିଓରେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ତେଲ ପକାଇ ସାରିବା ପରେ କିଭଳି ଶେଷ ବୁନ୍ଦାକୁ ବି ଛାଡ଼ୁ ନାହାନ୍ତି ଓ ପୋଛିପୋଛି ନେଉଛନ୍ତି, ତାହା ଦେଖିବାକୁ ମିଳିଛି।
ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ନିଜ କାରରେ ତେଲ ଭରୁଛନ୍ତି। ପେଟ୍ରୋଲ ପମ୍ପ କର୍ମଚାରୀ ପାଇପ୍କୁ ନୋଜାଲରୁ କାଢ଼ିବା ବେଳେ ବ୍ୟକ୍ତି ଉକ୍ତ ପାଇକ୍କୁ ଧରି ପକାଉଛନ୍ତି ଓ ସେଥିରେ ଥିବା ଦୁଇ ଚାରି ବୁନ୍ଦା ତେଲକୁ କାରରେ ପକାଇବାକୁ ଚେଷ୍ଟା କରୁଛନ୍ତି। ଏମିତିକି ସେ ପାଇପ୍କୁ ଟେକି କାଳେ କିଛି ତେଲ ରହିଯାଇଥିବ ତାକୁ ବି ପକାଉଛନ୍ତି। ସେତିକିରେ ବି ସେ ସନ୍ତୁଷ୍ଟ ହେଉନାହାନ୍ତି। ଶେଷରେ ପାଇପ୍ର ମୁହଁକୁ ଆଙ୍ଗୁଠିରେ ପୋଛି ଟାଙ୍କିରେ ପୋଛୁଛନ୍ତି।
ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଥିବା ବେଳେ କ୍ୟାପ୍ସନ୍ରେ ଲେଖାଯାଇଛି, ‘ଏକ ବୁନ୍ଦ ତେଲ କି କିମତ୍ ତୁମ୍ କ୍ୟା ଜାନୋ ରମେଶ ବାବୁ’।
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…
ଭୁବନେଶ୍ୱର(କେନ୍ୟୁଜ୍): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍ରେ କୋଲକାତା ନାଇଟ୍ ରାଇଡର୍ସ (KKR)…
ଭୁବନେଶ୍ୱର(କେନ୍ୟୁଜ୍): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…
ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…