ପେଟ୍ରୋଲ ଦାମ୍‌ ବଢ଼ିବା ପରେ ତେଲ ପକାଇବାକୁ ଯାଇଥିବା ବ୍ୟକ୍ତି କଲେ କିଛି ଏମିତି, ଦେଖିଲେ ଆପଣ ବି ହସି ହସି ଗଡ଼ିବେ; ଦେଖନ୍ତୁ ଭିଡିଓ

ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ନେଇ ଏବେ ସମସ୍ତେ ଚିନ୍ତିତ। ହୁ ହୁ ହୋଇ ପେଟ୍ରୋଲ ଡିଜେଲ ଦର ବଢ଼ୁଥିବାରୁ ଲୋକମାନେ ଏବେ ଗାଡ଼ି ଛାଡ଼ି ସାଇକେଲ ଧରିବାକୁ ଆଗଭର ହେଉଛନ୍ତି। ଏହାକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମିମ୍‌ସ ସେୟାର କରୁଛନ୍ତି, ଯାହାକୁ ସମସ୍ତେ ବେଶ୍‌ ପସନ୍ଦ କରୁଛନ୍ତି।

ଏବେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ବେଦମ୍‌ ହେବେ। ଭିଡିଓରେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ତେଲ ପକାଇ ସାରିବା ପରେ କିଭଳି ଶେଷ ବୁନ୍ଦାକୁ ବି ଛାଡ଼ୁ ନାହାନ୍ତି ଓ ପୋଛିପୋଛି ନେଉଛନ୍ତି, ତାହା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ନିଜ କାରରେ ତେଲ ଭରୁଛନ୍ତି। ପେଟ୍ରୋଲ ପମ୍ପ କର୍ମଚାରୀ ପାଇପ୍‌କୁ ନୋଜାଲରୁ କାଢ଼ିବା ବେଳେ ବ୍ୟକ୍ତି ଉକ୍ତ ପାଇକ୍‌କୁ ଧରି ପକାଉଛନ୍ତି ଓ ସେଥିରେ ଥିବା ଦୁଇ ଚାରି ବୁନ୍ଦା ତେଲକୁ କାରରେ ପକାଇବାକୁ ଚେଷ୍ଟା କରୁଛନ୍ତି। ଏମିତିକି ସେ ପାଇପ୍‌କୁ ଟେକି କାଳେ କିଛି ତେଲ ରହିଯାଇଥିବ ତାକୁ ବି ପକାଉଛନ୍ତି। ସେତିକିରେ ବି ସେ ସନ୍ତୁଷ୍ଟ ହେଉନାହାନ୍ତି। ଶେଷରେ ପାଇପ୍‌ର ମୁହଁକୁ ଆଙ୍ଗୁଠିରେ ପୋଛି ଟାଙ୍କିରେ ପୋଛୁଛନ୍ତି।

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଥିବା ବେଳେ କ୍ୟାପ୍‌ସନ୍‌ରେ ଲେଖାଯାଇଛି, ‘ଏକ ବୁନ୍ଦ ତେଲ କି କିମତ୍‌ ତୁମ୍‌ କ୍ୟା ଜାନୋ ରମେଶ ବାବୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.