Below header

କେନ୍ଦ୍ରାପଡା: ବରଯାତ୍ରୀ ଭୋଜି ଖାଇ ୧୦୦ ଜଣ ଅସୁସ୍ଥ

ପଟ୍ଟାମୁଣ୍ଡାଇ(କେ ନ୍ୟୁଜ):  ଭୋଜି ଖାଇ ୧୦୦ ଜଣ ଅସୁସ୍ଥ ହୋଇପଡିଛନ୍ତି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଳକ କେରଡାଗଡ ଗାଁରେ ବରଯାତ୍ରୀ ଭୋଜି ଖାଇ ୧୦୦ ଜଣ ଅସୁସ୍ଥ ହୋଇଛନ୍ତି । ଗତକାଲି ଗାଁର ଜଣେ ବ୍ୟକ୍ତିଙ୍କ ବାହାଘର ଥିଲା। ତାଙ୍କର ବରଯାତ୍ରୀ ହୋଇ ମାଟିଆ ଗାଁକୁ ଯାଇଥିଲେ ଗ୍ରାମବାସୀ ।

ସୂଚନା ଅନୁଯାୟୀ ସେଠାରେ ଭୋଜି ଖାଇବା ପରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ ବରଯାତ୍ରୀ । ଅସୁସ୍ଥଙ୍କୁ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ କେନ୍ଦ୍ରାପଡା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.