Below header

କୋଇଲା ଦୁର୍ନୀତି ମାମଲା : ମମତାଙ୍କ ପୁତୁରା ଅଭିଷେକଙ୍କୁ ସିବିଆଇ ସମନ, ୨୪ ଘଣ୍ଟା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ

କୋଲକାତା :  କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ରବିବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ପୁତୁରା ଅଭିଷେକଙ୍କୁ ସମନ ଜାରି କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ସିବିଆଇରେ ହାଜର ହେବା ପାଇଁ ଅଭିଷେକଙ୍କ ପତ୍ନୀଙ୍କୁ କୋଲକାତା ସ୍ଥିତ ତାଙ୍କ ବାସଭବନରେ ସିବିଆଇ ନୋଟିସ ଦେଇଥିବା ଜଣାଯାଇଛି । କୋଇଲା ଦୁର୍ନୀତିରେ ତାଙ୍କର ସଂପୃକ୍ତି ନେଇ ସିବିଆଇ ତାଙ୍କୁ ନୋଟିସ କରିଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି । ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି ବେଶ୍‌ ସରଗରମ ଦେଖାଦେଇଛି ।

abhisek
photo credit: punjabkesari.in

ସିବିଆଇ ଟିମ କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କ ସମେତ ସରଗନା ମାଝୀ, ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡ ଲିମିଟେଡ (ଇସିଏଲ୍‌) ର ତତ୍କାଳୀନ ଏମ୍‌ଡି ଅମିତ କୁମାର, ଇସିଏଲ୍‌ ର ସୁରକ୍ଷା ମୁଖ୍ୟ ତମ୍ମନା ଦାସ, ଧନଞ୍ଜୟ ରାୟ ପ୍ରମୁଖଙ୍କ ବିରୋଧରେ ମାମଲା ଦାଏର କରିଥିଲା । ଲୋକସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କର ତୃଣମୂଲ କଂଗ୍ରେସରେ ଖାସ୍‌ ପ୍ରଭାବ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.