ମଧ୍ୟ ପ୍ରଦେଶ: ମୋବାଇଲ୍‌ ନେଟ୍‌ଓ୍ଵାର୍କ ନ ଥିବାରୁ ସବୁଦିନ ଝୁଲା ଦୋଳିରେ ବସୁଛନ୍ତି ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବ, ସେହିଠାରୁ ହିଁ କରୁଛନ୍ତି ଅଧିକାରୀଙ୍କୁ ଯୋଗାଯୋଗ

ମଧ୍ୟ ପ୍ରଦେଶ ସରକାରରେ ମନ୍ତ୍ରୀ ତଥା ମୁଙ୍ଗାବଲୀ ବିଜେପି ବିଧାୟକ ବ୍ରିଜେନ୍ଦ୍ର ସିଂ ଯାଦବଙ୍କର ଏକ ଅଜବ ଫଟୋ ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ପ୍ରତ୍ୟେକ ଦିନ ୩ ଘଣ୍ଟା ଝୁଲା ଦୋଳିରେ ବସି ବିତାଉଥିବା ଦେଖିବାକୁ ମିଳୁଛି। ଖବରରୁ ଜଣାପଡ଼ିଛି, ଅଶୋକ ନଗର ଅଞ୍ଚଳରେ ମୋବାଇଲ୍‌ ସିଗ୍‌ନାଲ ସମସ୍ୟା ରହିଛି। ନେଟ୍‌ଓ୍ଵାର୍କ ନ ଥିବା କାରଣରୁ ମନ୍ତ୍ରୀ ପ୍ରତିଦିନ ଏଠାକୁ ଆସୁଛନ୍ତି।

ଶନିବାର ସାମ୍ନାକୁ ଆସିଥିବା ଏହି ଫଟୋରେ ମନ୍ତ୍ରୀ ଝୁଲା ଦୋଳି ଉପରେ ବସି ମୋବାଇଲ୍‌ ଫୋନ୍‌ରେ କଥା ହେଉଥିବା ଦେଖାଯାଉଛି। ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କ ବୟାନ ମଧ୍ୟ ଆସିଛି। ସେ କହିଛନ୍ତି, ସିଗ୍‌ନାଲ ନ ଥିବା କାରଣରୁ ଅଧିକାରୀମାନଙ୍କ ସହିତ ବାର୍ତ୍ତାଳାପ ହୋଇପାରୁ ନାହିଁ। ଏଥିପାଇଁ ଝୁଲାରେ ବସି ଉପରକୁ ଉଠିବାକୁ ପଡ଼ୁଛି, ଯେପରି ନେଟ୍‌ଓ୍ଵାର୍କ ମିଳିପାରିବ।

ମନ୍ତ୍ରୀ କହିଥିଲେ, ‘ମୁଁ ଏଠାରେ ଭାଗବତରେ ମୁଖ୍ୟ ଯଜମାନ ଅଛି। ମୋତେ ଏଠାରେ ୯ ଦିନ ରହିବାକୁ ପଡ଼ିବ। ଲୋକେ ସମସ୍ୟା ନେଇ ଆସୁଛନ୍ତି। ଏଠାରେ ସିଗ୍‌ନାଲ ନ ଥିବାରୁ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା ହୋଇପାରୁନାହିଁ। ଏଥିପାଇଁ ମୁଁ ସମସ୍ୟାର ସମାଧାନ କରିପାରୁନାହିଁ। ମୁଁ ପ୍ରତ୍ୟେକ ଦିନ ଝୁଲା ଦୋଳିରେ ବସି ଉପରକୁ ଯାଉଛି ଏବଂ ସମମ୍ୟାର ସମାଧାନ କରୁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.