ମାଡ଼ର ଜବାବ ମାଡ଼ରେ ଦେଲେ ଶ୍ବଶୁର ଘର ଲୋକେ, ଗାଁ ଦାଣ୍ଡରେ ବାନ୍ଧି ଜ୍ୱାଇଁକୁ ନିର୍ଦ୍ଧୁମ ଛେଚିଲେ

କୋରାପୁଟ(କେ ନ୍ୟୁଜ): ଜ୍ୱାଇଁକୁ ଘରୁ ଉଠେଇ ନେଇ ଗାଁ ଦାଣ୍ଡରେ ବାନ୍ଧି ନିର୍ଦ୍ଧୁମ ପିଟିଲେ । ଶ୍ୱଶୁର ଘର ଲୋକଙ୍କ ଏ କାରନାମାର ଭିଡିଓ ଏବେ ସବୁଆଡ଼େ ଭାଇରାଲ ହେଉଛି । ଅଚେତ ଅବସ୍ଥାରେ ଜ୍ୱାଇଁକୁ ‌ଉଦ୍ଧାର କରିଥିଲା ପୋଲିସ । କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟାଙ୍ଗି ଅଞ୍ଚଳରେ ଘଟିଛି ଏହି ଘଟଣା । ମାଡ଼ ଖାଇ ହୋସ ହଜି ଯାଇଥିବା ଜ୍ୱାଇଁକୁ ପଟାଙ୍ଗି ପୋଲିସ୍‌ ଉଦ୍ଧାର କରି କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି । ତାଙ୍କ ଝିଅକୁ ଜ୍ୱାଇଁ ମାରୁଥିବା ନେଇ ଉତ୍ତୋକ୍ଷିପ୍ତ ହୋଇଯାଇଥିଲେ ଘର ଲୋକେ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଏହି ପଦକ୍ଷେପ ଉଠାଇଥିଲେ ।

ପଚରା ଉଚୁରାରୁ ଜଣାଯାଇଛିଯେ ଛଅ ମାସ ତଳେ ମାଳିମରୁଆ ଗ୍ରାମର ଲକୀ ଖରା ନାମକ ଯୁବକ ମାଳିଗୁଂଜା ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଆଉ ନିଜ ସ୍ତ୍ରୀକୁ ନେଇ ସେମିଳିଗୁଡ଼ାରେ ଏକ ଭଡ଼ା ଘରେ ରହୁଥିଲା ଲକୀ । ତେବେ ଶ୍ୱଶୁର ଘର ଲୋକଙ୍କ ଅଭିଯୋଗ ହେଉଛି, ବିଭିନ୍ନ ସମୟରେ ଲକୀ ତାଙ୍କ ସ୍ତ୍ରୀଙ୍କୁ ମାରପିଟ କରିବା ସହିତ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ।

ଶନିବାର ଦିନ ସ୍ତ୍ରୀକୁ ଶାଶୁ ଘରକୁ ଚାଲିଯିବା ପାଇଁ କହିଥିଲା । ତେବେ ସ୍ତ୍ରୀ ଗାଁକୁ ଯାଉଥିବା ସମୟରେ ଅଧାବାଟରେ ତାଙ୍କୁ ଅଟକାଇ ମାଡ଼ ମାରିବା ସହିତ ରାସ୍ତାରେ ଛାଡି ଚାଲି ଯାଇଥିଲା। ଖବର ପାଇ ଝିଅ ଘର ଲୋକେ ଆହତ ଝିଅକୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଝିଅ ଘର ଲୋକେ ଜ୍ବାଇଁକୁ ତାଙ୍କ ଭଡ଼ା ଘରୁ ଉଠାଇ ଆଣିଥିଲେ । ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଏ ନେଇ ଥାନାରେ ମାମଲା ହେବା ପରେ ପୋଲିସ୍‌ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.