Below header

ବିବାହ ସମାରୋହରେ ଛେପ ପକାଇ ରୁଟି ସେକୁଥିବା ବ୍ୟକ୍ତିକୁ ଧୁମ୍‌ ପିଟିଲେ ଓ ପୋଲିସରେ ଦେଲେ

ମେରଠ :  ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରେ ଏକ ବିବାହ ଉତ୍ସବରେ ଖାଦ୍ୟ ତିଆରି କରୁଥିବା ଜଣେ ଯୁବକ ଛେପ ପକାଇ ରୁଟି ସେକୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସିସିଟିଭି ରେ ଏହାର ଭିଡିଓ ଦେଖିବା ପରେ ଉକ୍ତ ବ୍ୟକ୍ତିକୁ ଲୋକୋ ଧୂମ ଛେଚିବା ସହ ପୋଲିସରେ ଦେଇଥିବା ଜଣାଯାଇଛି । ଅଭିଯୁକ୍ତକୁ ପୋଲିସ ଆଗରେ ବି ନିସ୍ତାର ମିଳିନି । ଭିଡିଓଟି ଭାଇରାଲ୍‌ ହେବା ପରେ ହିନ୍ଦୁ ସଂଗଠନର କ୍ରୋଧ ଚରମରେ ପହଞ୍ଚିଛି ।

ଘଟଣାଟି ଘଟିଛି ମେରଠ ଅରୋମା ଗାର୍ଡେନ ଅଞ୍ଚଳରେ । ଯେଉଁଠି ଏକ ବିବାହ ଉତ୍ସବ ଚାଲିଛି । ବିବାହ ପାଇଁ ଖାଦ୍ୟ ତିଆରି ଚାଲିଥିବା ବେଳେ ରୁଟି ତିଆରି କରୁଥିବା କୁକ୍‌ ରୁଟିରେ ଛେପ୍‌ ପକାଇ ସେକୁଥିବା ଦୃଶ୍ୟ ସିସିଟିଭିରେ ରେକଡିଂ ହୋଇଥିଲା । ଏହାକୁ ଦେଖିବା ପରେ ଲୋକେ ଉକ୍ତ କୁକ୍‌ ନୌସାଦକୁ ଭଲ କରି ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମା ଦେଇଥିଲେ । ଛେପ ପକାଇ ରୁଟି ସେକୁଥିବା ଭିଡିଓ ଏବେ ଭାଇରାଲ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.