photo: Zee News
ରାସ୍ତାରୁ ଅଳିଆ ଆବର୍ଜନା ଗୋଟାଉଥିବା ବେଙ୍ଗାଲୁରୁର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ମହିଳା ନନ୍ଷ୍ଟପ୍ ଇଂଲିଶ କହୁଥିବାର ଦେଖାଯାଉଛନ୍ତି। ତାଙ୍କ ନାଁ ସେସିଲିୟା ମାର୍ଗରେଟ ଲରେନ୍ସ ବୋଲି ଜଣାପଡ଼ିଛି। ଇନ୍ଷ୍ଟାଗ୍ରାମ ୟୁଜର ଶଚୀନା ହେଗର ଭିଡିଓ ପାଇଁ ଯେତେବେଳେ ତାଙ୍କୁ ସମ୍ପର୍କ କଲେ, ତ ସେ ଇଂଲିଶରେ କଥା ହେବାକୁ ଲାଗିଲେ। ସେସିଲିୟା ସଦାଶିବନଗରରେ ଅଳିଆ ଗୋଟାଉଥିବା ବେଳେ ଶଚୀନା ତାଙ୍କ ସଂସ୍ପର୍ଶରେ ଆସିଥିଲେ।
ମହିଳା ଜଣକ ଦାବି କରିଛନ୍ତି କି, ସେ ୭ ବର୍ଷ ଜାପାନରେ ରହିଛନ୍ତି। ତେବେ ଭିଡିଓକୁ ସେୟାର କରି ଶଚୀନା କ୍ୟାପସନ ଲେଖିଛନ୍ତି, ‘କାହାଣୀ ସବୁବେଳେ ନିଜ ଆଖପାଖରେ ହିଁ ରହିଥାଏ। ବାସ୍, ଆପଣଙ୍କୁ କେବଳ ଏତିକି କରିବାର ଅଛି କି, ଅଟକନ୍ତୁ ଏବଂ ଚାରିଆଡ଼କୁ ଦେଖନ୍ତୁ। କିଛି ସୁନ୍ଦର ଆଉ କିଛି ଦୁଃଖଦାୟକ। ଯଦି ଆପଣମାନଙ୍କ ମଧ୍ୟରୁ କେହି ତାଙ୍କୁ ଦେଖନ୍ତି, ତ ଦୟାକରି ଆମ ସହିତ ସମ୍ପର୍କ କରିବେ’।
ଅନ୍ୟ ଏକ ଭିଡିଓରେ ମହିଳା ଜଣକ କଥାବାର୍ତ୍ତା ବେଳେ ଗୀତ ମଧ୍ୟ ଗାଉଥିବାର ଦେଖାଯାଉଛନ୍ତି। ତେବେ କିଛି ୟୁଜରଙ୍କ କହିବା ହେଲା, ସେସିଲିୟା ରବିବାର ହୋଲି ଘୋଷ୍ଟ ଚର୍ଚ୍ଚକୁ ନିୟମିତ ଭାବେ ଆସିଥାଆନ୍ତି। ଭିଡିଓ ଦେଖିବା ପରେ କିଛି ଲୋକ କହିଛନ୍ତି, ଯିଏ ବି ଏହି ଭିଡିଓ ପୋଷ୍ଟ କରିଛନ୍ତି, ବହୁତ ଭଲ କାମ କରିଛନ୍ତି।
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…