ଦେଖନ୍ତୁ ଭିଡିଓ: ରାସ୍ତାରୁ ଅଳିଆ ଗୋଟାଉଥିବା ମହିଳା କହୁଛନ୍ତି ନନ୍‌ଷ୍ଟପ ଇଂଲିଶ, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ରାସ୍ତାରୁ ଅଳିଆ ଆବର୍ଜନା ଗୋଟାଉଥିବା ବେଙ୍ଗାଲୁରୁର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ମହିଳା ନନ୍‌ଷ୍ଟପ୍‌ ଇଂଲିଶ କହୁଥିବାର ଦେଖାଯାଉଛନ୍ତି। ତାଙ୍କ ନାଁ ସେସିଲିୟା ମାର୍ଗରେଟ ଲରେନ୍ସ ବୋଲି ଜଣାପଡ଼ିଛି। ଇନ୍‌ଷ୍ଟାଗ୍ରାମ ୟୁଜର ଶଚୀନା ହେଗର ଭିଡିଓ ପାଇଁ ଯେତେବେଳେ ତାଙ୍କୁ ସମ୍ପର୍କ କଲେ, ତ ସେ ଇଂଲିଶରେ କଥା ହେବାକୁ ଲାଗିଲେ। ସେସିଲିୟା ସଦାଶିବନଗରରେ ଅଳିଆ ଗୋଟାଉଥିବା ବେଳେ ଶଚୀନା ତାଙ୍କ ସଂସ୍ପର୍ଶରେ ଆସିଥିଲେ।

ମହିଳା ଜଣକ ଦାବି କରିଛନ୍ତି କି, ସେ ୭ ବର୍ଷ ଜାପାନରେ ରହିଛନ୍ତି। ତେବେ ଭିଡିଓକୁ ସେୟାର କରି ଶଚୀନା କ୍ୟାପସନ ଲେଖିଛନ୍ତି, ‘କାହାଣୀ ସବୁବେଳେ ନିଜ ଆଖପାଖରେ ହିଁ ରହିଥାଏ। ବାସ୍‌, ଆପଣଙ୍କୁ କେବଳ ଏତିକି କରିବାର ଅଛି କି, ଅଟକନ୍ତୁ ଏବଂ ଚାରିଆଡ଼କୁ ଦେଖନ୍ତୁ। କିଛି ସୁନ୍ଦର ଆଉ କିଛି ଦୁଃଖଦାୟକ। ଯଦି ଆପଣମାନଙ୍କ ମଧ୍ୟରୁ କେହି ତାଙ୍କୁ ଦେଖନ୍ତି, ତ ଦୟାକରି ଆମ ସହିତ ସମ୍ପର୍କ କରିବେ’।

ଅନ୍ୟ ଏକ ଭିଡିଓରେ ମହିଳା ଜଣକ କଥାବାର୍ତ୍ତା ବେଳେ ଗୀତ ମଧ୍ୟ ଗାଉଥିବାର ଦେଖାଯାଉଛନ୍ତି। ତେବେ କିଛି ୟୁଜରଙ୍କ କହିବା ହେଲା, ସେସିଲିୟା ରବିବାର ହୋଲି ଘୋଷ୍ଟ ଚର୍ଚ୍ଚକୁ ନିୟମିତ ଭାବେ ଆସିଥାଆନ୍ତି। ଭିଡିଓ ଦେଖିବା ପରେ କିଛି ଲୋକ କହିଛନ୍ତି, ଯିଏ ବି ଏହି ଭିଡିଓ ପୋଷ୍ଟ କରିଛନ୍ତି, ବହୁତ ଭଲ କାମ କରିଛନ୍ତି।

 

View this post on Instagram

 

A post shared by Shachina Heggar (@itmeshachinaheggar)

 

View this post on Instagram

 

A post shared by Shachina Heggar (@itmeshachinaheggar)

Leave A Reply

Your email address will not be published.