Below header

ନ୍ୟାୟ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଲେ ମୃତ ସୌମ୍ୟଙ୍କ ବାପା

ଭୁବନେଶ୍ୱର(କେନ୍ୟୁଜ୍‌) : ପୁଅ ମୃତ୍ୟୁର ନ୍ୟାୟ ପାଇଁ ବାପା ଏବେ କରିଛନ୍ତି ରାଷ୍ଟ୍ରପତିଙ୍କୁ ଗୁହାରୀ । ପୁଅ ମୃତ୍ୟୁକୁ ମାସେ ପୁରିଥିଲେ ବି ନ୍ୟାୟ ମିଳିନଥିବାରୁ ଅସନ୍ତୋଷବ୍ୟକ୍ତ କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ନ୍ୟାୟ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି ମୃତ ସୌମ୍ୟଙ୍କ ବାପା । ରାଷ୍ଟ୍ରପତି ଗୁହାରୀ ଶୁଣିବା ସହ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏପଟେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ ।ଆଜି ଚତୁର୍ଥ ଦିନରେ ଆଉ ୨ ବନ କର୍ମଚାରୀଙ୍କୁ ଜେରା ଚାଲିଛି। ପାରଳାଖେମୁଣ୍ଡି ଥାନାର ଏକ ସ୍ୱତନ୍ତ୍ର କୋଠରୀରେ ମାଳି ଅଜୟ କୁମାର ବେହେରା ଓ ଜଗୁଆଳୀ ସନ୍ତୋଷ କୁମାର ବିଶ୍ୱାଳଙ୍କୁ ପଚରାଉଚରା କରିଛି ଟିମ୍। ଘଟଣା ବାବଦରେ ସେମାନେ କଣ ଜାଣିଛନ୍ତି ?

ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ଖବର କାହା ପାଖରୁ ଶୁଣିଥିଲେ ? ସେସବୁ ନେଇ ଘନ ଘନ ପ୍ରଶ୍ନ ପଚାରିଥିଲେ । ଦିନ ୧୦ଟାରୁ ସାଢେ ୨ଟା ଯାଏ ପ୍ରାୟ ସାଢେ ଚାରି ଘଣ୍ଟା ଜେରା ହୋଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆମ୍ବୁଲାନ୍ସ ଡ୍ରାଇଭର, ମ୍ୟାନେଜର, ହେଲପରଙ୍କୁ ଜେରା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.