Below header

ବଳକା ଭାତ ନ ଫୋପାଡି ଏପରି ପ୍ରସ୍ତୁତ କରନ୍ତୁ , ତୁରନ୍ତ ହେବ ପ୍ରସ୍ତୁତ

ସାଧାରଣତଃ ସାଉଥ ଇଣ୍ଡିଆନ୍‌ ଡିସରେ ରାଇସ୍‌ ବା ଭାତକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏହି ରାଇସକୁ ବନାଇବା ବହୁତ ସହଜ ବି ହୋଇଥାଏ ଏବଂ ସ୍ୱାଦରେ ଏକଦମ୍‌ ଜବରଦସ୍ତ ହୋଇଥାଏ। ଏହି ଡିସକୁ ବନାଇବା ପାଇଁ ଆପଣଙ୍କୁ ବିଲକୁଲ୍‌ ବି ସମୟ ଲାଗିବନି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୨ ଗିନା ବଳକା ଭାତ
୧ କପ୍‌ ଦହି
୨ ବଡ ଚାମଚ ତେଲ
ଲୁଣ (ସ୍ୱାଦାନୁସାରେ)
ଏକ ଚାମଚ ଗୋଟା ସୋରିଷ
୧ ବଡ ଚାମଚ ଚଣା ଡାଲି
ଏକ ଚାମଚ ଗରମ ମସଲା

ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନରେ ପାଣି ସହିତ ବଳକା ଭାତକୁ ଗରମ କରନ୍ତୁ। ଏହାପରେ ଏଥିରେ ଦହି, କ୍ରୀମ ଏବଂ ଲୁଣ ମିଶାନ୍ତୁ। ଏବେ ଏକ କଡେଇରେ ତେଲ ଗରମ ପକାନ୍ତୁ ଏବଂ ଗରମ କରନ୍ତୁ। ଭୃଷଙ୍ଗ ପତ୍ର, ସୋରିଷ, ଚଣା ଡାଲି ପକାଇ ହାଲକା ଭାଜି ଦିଅନ୍ତୁ। ଏହାପରେ ଏହାକୁ ଚାଉଳ ମିଶ୍ରଣରେ ପକାନ୍ତୁ ଏବଂ ଭଲ ଭାବେ ମିଶାନ୍ତୁ। ଏହାପରେ ଏଥିରେ ଗରମ ମସଲା ପକାଇ ଦିଅନ୍ତୁ ଏବଂ ୫-୭ ମିନିଟ୍‌ ଆଞ୍ଚରେ ବସିବାକୁ ଦିଅନ୍ତୁ। ଧନିଆ ପତ୍ର କିମ୍ବା ଅନାର ଦାନାରେ ସଜାଇ ଏହାକୁ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.