ଆଫ୍ରିକାନ ଗଭର୍ଣ୍ଣମେଣ୍ଟ କମିଶନ ନାଇଜେରିଆରୁ ଡାକ୍ତର ନିରାକାରଙ୍କୁ କରାଗଲା ସମ୍ମାନିତ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିରାକାର ଜେନାଙ୍କୁ ନାଇଜେରିଆରୁ ଅନ୍ତର୍ଜାତୀୟ ସମ୍ମାନ । କରୋନା ସମୟରେ ନିଜ ୟୁ-ଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ପ୍ରାଣୀ ଚିକିତ୍ସା ସମ୍ପର୍କରେ ଉପାଦେୟ ଉପଦେଶ ଦେଇ ସୁନାମ ଅର୍ଜନ କରିଥିଲେ ନିରାକାର । ଏଥିପାଇଁ ତାଙ୍କ ଜନ୍ମ ମାଟି ବନ୍ତ ବ୍ଲକ ମହୁଲ ଗଡିଆ ଗ୍ରାମରେ ଆନନ୍ଦ ଖେଳିଯାଇଛି । ଗ୍ରାମବାସୀମାନେ ନିରାକାରଙ୍କ ଏହି ସଫଳତା ପାଇଁ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି ।

ତେବେ କରୋନା ସମୟରେ ଲୋକମାନେ ଘରେ ରହିଥିବା ସମୟରେ ଡାକ୍ତର ଜେନା ତାଙ୍କ ୟୁ-ଟ୍ୟୁବ ଚ୍ୟାନେଲରେ ପ୍ରାଣୀ ଚିକିତ୍ସା ବାବଦରେ ଓଡିଶାର ପୁରପଲ୍ଲୀର ଥିବା ଲୋକମାନଙ୍କୁ ଚିକିତ୍ସା ସେବାପାଇଁ ଉପାଦେୟ ପରାମର୍ଶ ଦେଇ ସଫଳ ହୋଇଥିଲେ । ତେଣୁ ୱେଷ୍ଟ ଆଫ୍ରିକାନ ଗଭର୍ଣ୍ଣମେଣ୍ଟ କମିଶନ ନାଇଜେରିଆରୁ ଡାକ୍ତର ଜେନାଙ୍କୁ ୱାର୍ଲଡ ଜିନିଅସ ରେକର୍ଡରେ ପୁରସ୍କୃତ କରିବା ସହିତ ଗୋଲଡ ମେଡାଲ ମଧ୍ୟ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.