ସ୍ପେଶାଲ

ନାଲି ସାଢ଼ୀ ପିନ୍ଧି ରେଲଓ୍ଵ ଷ୍ଟେସନ୍‌ରେ ନାଚୁଥିଲେ ଯୁବତୀ, ପରେ ତାଙ୍କ ସହ ଯାହା ହେଲା…ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲୋକମାନେ ଇନଷ୍ଟାଗ୍ରାମରେ ରିଲ୍ ତିଆରି କରିବାକୁ କିଛି ବି କରନ୍ତି । କେହି କେହି ବଣୁଆ ଜନ୍ତୁ ସହ ସେଲଫି ଉଠାଇ ଥାଆନ୍ତି ତ କେହି ଗାଈ ଗୋବର ସହିତ ସେଲଫି ନିଅନ୍ତି । ବେଳେବେଳେ ଲୋକମାନେ ସେମାନଙ୍କର ରିଲ୍ସ ପାଇଁ ଟ୍ରେନ୍ ଏବଂ ମେଟ୍ରୋ ଛାଡନ୍ତି ନାହିଁ ସବୁ ସୀମା ଲଘିଂ ଯାଆନ୍ତି । ଆଜିକାଲି ଇନଷ୍ଟାଗ୍ରାମରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ଯୁବତୀ ଜଣକ ହଠାତ୍ ରେଳ ଷ୍ଟେସନରେ ନାଚିବା ଆରମ୍ଭ କରିଦିଏ। କିନ୍ତୁ ତାଙ୍କ ପଛରେ ଦେଖାଯାଇଥିବା ମହିଳା ମଧ୍ୟ କମ୍ ନୁହଁନ୍ତି । ତାଙ୍କ ପଛରେ ଅସୁଥିବା ମହିଳା ଜଣକ ଏଭଳି ଆଚରଣ କରିଥିଲେ ସେହି ଭିଡିଓ ଭାଇରାଲ ହୋଇଥିଲା ।

ଭିଡିଓରେ ଦେଖିବାକୁ ମିଳିଛି ଯେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ଝିଅ ରେଳ ଷ୍ଟେସନରେ ଖେସରୀ ଲାଲ ଯାଦବଙ୍କ ଭୋଜପୁରୀ ଗୀତରେ ନାଚିବା ଆରମ୍ଭ କରିଦିଏ। ତାଙ୍କ ପଛରେ ଜଣେ ମହିଳା ବ୍ୟାଗ ଧରିଛନ୍ତି, ସିଏ ହସୁଛନ୍ତି । ହଠାତ୍ ମହିଳା ମଧ୍ୟ ନାଚିବା ଆରମ୍ଭ କଲେ ଏବଂ ଝିଅଟି ଗୀତର ତାଳ ଦେଇ ଚାଲିଥିଲେ । ସେ ପ୍ରଥମେ ବ୍ୟାଗକୁ ପାଖରେ ରଖିଲେ ପରେ ନାଚିବା ଆରମ୍ଭ କରିଥିଲେ । ଏହି ଭିଡିଓକୁ କାଜଲ ଭରଦ୍ୱାଜ ନାମକ ଜଣେ ଉପଭୋକ୍ତା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

କେବଳ ଏତିକି ନୁହେଁ, ଯେତେବେଳେ ଏହି ଦୁଇ ମହିଳା ଷ୍ଟେସନରେ ନାଚୁଥିଲେ, ଅନ୍ୟ ପ୍ଲାଟଫର୍ମରୁ ଯାଉଥିବା ଟ୍ରେନର ଯାତ୍ରୀମାନେ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଏହି ଭିଡିଓକୁ ଲକ୍ଷ ଲକ୍ଷ ଥର ଦେଖାଯାଇଥିବା ବେଳେ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି । ଶହ ଶହ ମନ୍ତବ୍ୟ ମଧ୍ୟ ଆସିଛି। ଜଣେ ଇଣ୍ଟରନେଟ୍‌ ବ୍ୟବହାରକାରୀ ଲେଖିଛନ୍ତି ଯେ ମାଉସୀ ଟ୍ରେନ୍ ହରାଇଛନ୍ତି, ପରେ ଏକ ରିଲ୍ ତିଆରି କରିଛନ୍ତି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହା ଏକ ମା- ଝିଅ ଯୋଡି ପରି ଦେଖାଯାଉଛି । ଅନ୍ୟ ଜଣେ ତାଙ୍କ ମନ୍ତବ୍ୟରେ ଲେଖିଛନ୍ତି ଯେ ମାଉସୀ ଚମତ୍କାର କରିଥିଲେ ଏବଂ ସବୁ ସୋ ଚୋରି କରିଦେଲେ ।

ଭାଇରାଲ ହେବା ପାଇଁ ଲୋକମାନେ ରେଳ ଷ୍ଟେସନ ଏବଂ ଟ୍ରେନ୍ ଭିତରେ ଅନେକ ରିଲ୍ ତିଆରି କରୁଛନ୍ତି । କିନ୍ତୁ ଏହା କରିବା ବେଆଇନ ଅଟେ । ରେଳ ନିୟମ ଅନୁଯାୟୀ, ରେଳ ଟ୍ରାକ୍ କିମ୍ବା ପ୍ଲାଟଫର୍ମ ପାର୍ଶ୍ୱରେ ସେଲଫି ନେବା ଏକ ଦଣ୍ଡନୀୟ ଅପରାଧ । ଏହା ସତ୍ତ୍ୱେ ଲୋକମାନେ ବିଶ୍ୱାସ କରୁ ନାହାଁନ୍ତି । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଜରିମାନା ଏବଂ ଦଣ୍ଡକୁ ଏଡାଇବା ପାଇଁ ରେଳ ଟ୍ରାକ୍ ଏବଂ ପ୍ଲାଟଫର୍ମରେ ସେଲଫି ନେବା କିମ୍ବା ରିଲ୍‌ସ ନ କରନ୍ତୁ ।

Sasmita

Recent Posts

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

5 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

6 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

16 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ଚଳିତ ବର୍ଷ ସମଗ୍ର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍…

26 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

42 mins ago

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…

43 mins ago