Categories: ସ୍ପେଶାଲ

ଆପଣ ଜାଣିଛନ୍ତି, ସ୍ମାର୍ଟଫୋନରୁ ମଧ୍ୟ ଅଧିକ ଶସ୍ତା ଏଠାରେ ଏକେ-୪୭ ବନ୍ଧୁକ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, କିନ୍ତୁ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ ଏକେ-୪୭ର ମୂଲ୍ୟ ମୋବାଇଲ ଫୋନର ମୂଲ୍ୟ ଠାରୁ ଖୁବ୍ କମ୍ ରହିଛି। ସାଧାରଣତଃ ଲୋକମାନେ ନିଜର ସୁରକ୍ଷା ପାଇଁ ପାଖରେ ଏକ ବନ୍ଧୁକ ରଖିଥାନ୍ତି। ତେବେ ବନ୍ଧୁକ କିଣିବାକୁ ହେଲେ ତା ପାଇଁ ଲାଇସେନ୍ସ ବାଦ୍ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ବିଶ୍ୱରେ ଏପରି ଏକ ଦେଶ ଅଛି ଯେଉଁଠାରେ ଆପଣଙ୍କ ସ୍ମାର୍ଟଫୋନରୁ ମଧ୍ୟ ଖୁବ କମ୍ ମୂଲ୍ୟରେ ଏକେ-୪୭ ଭଳି ମାରାତ୍ମକ ବନ୍ଧୁକ ମିଳିଥାଏ। ଆସନ୍ତୁ ଜାଣିବା କେଉଁଠାରେ ସେହି ଦେଶ ଏବଂ କଣ ରହିଛି ଶସ୍ତା ବନ୍ଧୁକ ପଛର କାରଣ।

ସୂଚନା ଅନୁଯାୟୀ, ପାକିସ୍ତାନରେ ‘ଦଶ ଆଦମଖେଲ’ ନାମକ ଏକ ସହର ରହିଛି। ସେଠାରେ ଏକେ-୪୭ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମାରାତ୍ମକ ବନ୍ଧୁକ ଯେପରିକି, ମେସିନ ଗନ୍, ଅଟୋମେଟିକ ଗନ୍ ଆଦି ଖୁଲମଖୁଲା ବିକ୍ରି କରାଯାଇଥାଏ ।

ଦଶ ଆଦମଖେଲ ସହରଟି ପାକିସ୍ତାନର ମୂଖ୍ୟ ସହରରୁ ୩୫ କିଲୋମିଟର ଦୂରରେ ଏକ ପାହାଡ ମଝିରେ ଅବସ୍ଥିତ। ଏଠାରେ ସମସ୍ତ ପ୍ରକାର ମାରାଣାସ୍ତ୍ର ହତିଆର ମିଳିଯାଇଥାଏ । କେବଳ ସେତିକି ନୁହେଁ ଏଠାରେ ବନ୍ଧୁକର ବଜାର ବସିବା ସହ ତାହା ଖୁବ୍ ଶସ୍ତାରେ ମିଳିଥାଏ । ଗୋଟେ ବନ୍ଧୁକର ମୂଲ୍ୟ ଅଧିକରୁ ଅଧିକ ୫-୭ ହଜାର ଟଙ୍କାରେ ମିଳିଥାଏ।

ସେଠାକାର ଜଣେ ବନ୍ଧୁକ ବ୍ୟବସାୟିଙ୍କ କହିବା ଅନୁଯାୟୀ, ସେ ପ୍ରାୟ ୧୦ ବର୍ଷ ମଧ୍ୟରେ ୧୦ ହଜାରୁ ଅଧିକ ବନ୍ଧୁକ ବିକ୍ରି କରିଛନ୍ତି । ବିକ୍ରି ହୋଇଥିବା ବନ୍ଧୁକର କୌଣସି ଅସୁବିଧା ଥିବା ନେଇ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ ।

କିପରି ଆରମ୍ଭ ହେଲା ଏଠାରେ ବନ୍ଧୁକ

ବହୁ ବର୍ଷ ପୂର୍ବରୁ ପାକିସ୍ତାନର ଏହି ଅଞ୍ଚଳରେ ବନ୍ଧୁକ ବ୍ୟାପାର ହୋଇ ଆସୁଛି । ୧୯୮୦ ମସିହା ପର ଠାରୁ ଏଠାରେ ହତିଆର ବେପାର ଧିରେ ଧିରେ ବଢିବାକୁ ଲାଗିଲା । ଯାହା ଫଳରେ ଏବେ ଏହା ଏକ ଭୟଙ୍କର ସହରରେ ପରିଣତ ହୋଇଛି । ସବୁଠାରୁ ବଡ କଥା ହେଲା ଏଠାକୁ ପୋଲିସ ମଧ୍ୟ ଯାଇପାରନ୍ତି ନାହିଁ । ପୂର୍ବରୁ ପାକିସ୍ତାନରେ ନବାଜ ଶରିଫ କ୍ଷମତାକୁ ଆସିବା ପରେ ଏହି ହତିଆର ବ୍ୟବସାୟ ଉପରେ କିଛି ମାତ୍ରାରେ ପ୍ରଭାବ ପଡିଥିଲା ବୋଲି ସୂଚନାରୁ ଜଣାପଡିଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago