Categories: ରାଜ୍ୟ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି, ମହିଳା ସଂରକ୍ଷଣ ବିଲ୍‌ ପାଇଁ ଲୋଡ଼ିଲେ ସହଯୋଗ

ଭୁବନେଶ୍ବର : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ମହିଳା ସଂରକ୍ଷଣ ବିଲ୍‌ ପାଇଁ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ୩୩% ସ୍ଥାନ ସଂରକ୍ଷଣ ପାଇଁ ସହଯୋଗ ଲୋଡ଼ିଛନ୍ତି । ସ୍ଥାନ ସଂରକ୍ଷଣ ନେଇ ମୋଦିଙ୍କୁ ଚିଠି ଲେଖିଥିବା ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ସମର୍ଥନ ନେଇ ୨୨ଟି ରାଜନୈତିକ ଦଳଙ୍କୁ ଭେଟିବ ବିଜେଡି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଲୋକସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା । ତେଣୁ ବିକାଶ ପ୍ରକ୍ରିୟା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ଯୋଗଦାନ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବ । ବିଜୁ ବାବୁ ପ୍ରଥମେ ମହିଳା ମାନଙ୍କ ପାଇଁ ବିଭିନ୍ନ ପଞ୍ଚାୟତ, ପୌର ପରିଷଦ ସମେତ ସରକାରୀ ଚାକିରୀରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଆରମ୍ଭ କରିଥିଲେ । ମହିଳାଙ୍କ ପାଇଁ ପାର୍ଲାମେଣ୍ଟ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଦେବା ସପକ୍ଷରେ ରାଜ୍ୟ ବିଧାନସଭା ଏକ ସଂକଳ୍ପ ପାରିତ କରିଛି ।

KNews Bureau

Recent Posts

ରିଆସି ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ: ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ଜମ୍ମୁରେ ରିଆସିରେ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୋଲିସ । ଆତଙ୍କବାଦୀଙ୍କ ସ୍କେଚ୍…

14 mins ago

ଶୀତଳଷଷ୍ଠୀରେ ପୁରୀରେ ବାଣ ଫୁଟା ଉପରେ କଟକଣା, ୧୪ ତାରିଖ ଯାଏ ୧୪୪ ଧାରା ଲାଗୁ

ପୁରୀ (କେନ୍ୟୁଜ): ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା। ଶୀତଳଷଷ୍ଠୀ ଅବସରରେ ପୁରୀର ବିଭିନ୍ନ ଶିବ ମନ୍ଦିରରେ ବାଣ ଫୁଟା…

20 mins ago

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପରେ ଆକ୍ରମଣ, ୬ ଯବାନ ଆହତ

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ…

50 mins ago

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ମାଝୀଙ୍କ ପାଇଁ ଆସିଲା ବଡ ଦୁଃଖଦ ଖବର

ଭୁବନେଶ୍ଵର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପାଇଁ ଦୁଃଖଦ ଖବର । ମୁଖ୍ୟମନ୍ତ୍ରୀ…

52 mins ago

ପୁଣି ଥରେ ଦାଦନ ଦୁଃଖ: ୨୫୦ଶ୍ରମିକଙ୍କୁ ଅଧା ରାସ୍ତାରେ ଛାଡି ପଳାଇଲା ବସ୍

ଜୟପୁର (କେନ୍ୟୁଜ): ଅମାନୁଷିକତା ଭଳି ଗୋଟିଏ ବସରେ ଟାଇଁ ଟାଇଁ ଖରାରେ ଆସିଲେ ୨୫୦ ଦାଦନ ଶ୍ରମିକ । ରାସ୍ତାରେ…

1 hour ago

ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ: ଯୁଗଳ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼, ୪୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର/ ଚାନ୍ଦବାଲି (କେନ୍ୟୁଜ); ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ ।  ଗତକାଲି ବିଳମ୍ବିତ…

2 hours ago