ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି, ମହିଳା ସଂରକ୍ଷଣ ବିଲ୍ ପାଇଁ ଲୋଡ଼ିଲେ ସହଯୋଗ

ଭୁବନେଶ୍ବର : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ମହିଳା ସଂରକ୍ଷଣ ବିଲ୍ ପାଇଁ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ୩୩% ସ୍ଥାନ ସଂରକ୍ଷଣ ପାଇଁ ସହଯୋଗ ଲୋଡ଼ିଛନ୍ତି । ସ୍ଥାନ ସଂରକ୍ଷଣ ନେଇ ମୋଦିଙ୍କୁ ଚିଠି ଲେଖିଥିବା ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ସମର୍ଥନ ନେଇ ୨୨ଟି ରାଜନୈତିକ ଦଳଙ୍କୁ ଭେଟିବ ବିଜେଡି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଲୋକସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା । ତେଣୁ ବିକାଶ ପ୍ରକ୍ରିୟା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ଯୋଗଦାନ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବ । ବିଜୁ ବାବୁ ପ୍ରଥମେ ମହିଳା ମାନଙ୍କ ପାଇଁ ବିଭିନ୍ନ ପଞ୍ଚାୟତ, ପୌର ପରିଷଦ ସମେତ ସରକାରୀ ଚାକିରୀରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଆରମ୍ଭ କରିଥିଲେ । ମହିଳାଙ୍କ ପାଇଁ ପାର୍ଲାମେଣ୍ଟ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଦେବା ସପକ୍ଷରେ ରାଜ୍ୟ ବିଧାନସଭା ଏକ ସଂକଳ୍ପ ପାରିତ କରିଛି ।