Below header

ରାଜନୀତି ମୈଦାନକୁ ଓହ୍ଲାଇବେ ମାଧୁରୀ ଦୀକ୍ଷିତ୍, ପୁଣେରୁ ଲଢିବେ ନିର୍ବାଚନ

ରାଜନୀତି କରିବେ ଧକ୍ ଧକ୍ ଗର୍ଲ । ଖୁବ୍ ଶୀଘ୍ର ବିଜେପିରେ ମିଶିବେ ମାଧୁରୀ ଦୀକ୍ଷିତ୍ । ଶୁଣିବାକୁ ମିଳିଛି ୨୦୧୯ରେ ପୁଣେ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ମାଧୁରୀ । ନିଜର ଦମଦାର ଅଭିନୟରେ ଦର୍ଶକ ହୃଦୟରେ ରାଜ୍ କରୁଥିବା ମାଧୁରୀ ଏବେ ରାଜନୀତିର ପଶାପାଲିରେ କରିବେ ଗୋଟି ଚାଳନା ।

ଚଳିତ ବର୍ଷ ଜୁନ୍ ମାସରେ ବିଜେପି ପକ୍ଷରୁ ‘ସମର୍ଥନ ପାଇଁ ସମ୍ପର୍କ” କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସମୟରେ ବିଜେପି ସଭାପତି ଅମିତ ଶାହ ମୁମ୍ବାଇ ସ୍ଥିତ ମାଧୁରୀଙ୍କ ଘରକୁ ଯାଇଥିଲେ । ସେବେଠାରୁ ମାଧୁରୀ ପଦ୍ମରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଆଉ ଆଜି ଏହି ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ ।

madhuri

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଲୋକସଭା ନିର୍ବାଚନ ପାଇଁ କିଛି ନେତାଙ୍କ ଟିକେଟ୍ ଚୂଡ଼ାନ୍ତ କରୁଛି ଦଳ । ଏଥିରେ ମାଧୁରୀଙ୍କ ନାଁ ରହିଛି । ମାଧୁରୀଙ୍କୁ ପୁଣେ ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ଦଳ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ କଂଗ୍ରେସ୍ ହାତରୁ ଲୋକସଭା ସିଟ୍ ଛଡାଇନେଇଥିଲା ବିଜେପି । ବିଜେପିର ଅନୀଲ୍ ଶିରୋଲେ କଂଗ୍ରେସ୍ ପ୍ରାର୍ଥୀଙ୍କୁ ୩ ଲକ୍ଷ ଭୋଟରେ ହରାଇ ପିନ୍ଧିଥିଲେ ବିଜୟ ମୁକୁଟ । କିନ୍ତୁ ଏଥର ସେହି ଆସନରୁ ମାଧୁରୀଙ୍କୁ ପ୍ରାର୍ଥୀ କରିବ ବିଜେପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.