Below header

ଗଞ୍ଜାମ ଜିଲ୍ଲାରେ ଖୋଲିବ ୧୪୫ଟି ନୂଆ ପେଟ୍ରୋଲ ପମ୍ପ୍‌

ବ୍ରହ୍ମପୁର (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାରେ ପେଟ୍ରୋଲ ଟିକିଏ ପକାଇବାକୁ ହଇରାଣ ହେଉଥିବା ଗାଁ ଗହଳି ଲୋକଙ୍କ ପାଇଁ ଆଶ୍ୱସ୍ତି । କାରଣ ପେଟ୍ରୋଲିୟମ କମ୍ପାନୀ ସମୂହ ୧୪୫ଟି ରୁରାଲ ଆଉଟଲେଟ୍‌ ବା ଗ୍ରାମୀଣ ପେଟ୍ରୋଲ ପମ୍ପ ଖୋଲିବାକୁ ଘୋଷଣା କରିଛନ୍ତି ।ଥିପାଇ
ଆବେଦନ ପତ୍ର ମଧ୍ୟ ମଗା ଯାଇଛି । ନୂଆ ଆଉଟଲେଟ୍‌ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ସାଧାରଣ ଲୋକେ ମଧ୍ୟ ଉପକୃତ ହେବେ । ବ୍ରହ୍ମପୁର ଠାରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ହିନ୍ଦୁସ୍ତାନ ପେଟ୍ରୋଲିୟମର ମୁଖ୍ୟ ପ୍ରବନ୍ଧକ ଅଭୟଙ୍କର ଦାସ ।
ଜିଲ୍ଲାରେ ବର୍ତ୍ତମାନ ୮୦ଟି ପେଟ୍ରୋଲ ପମ୍ପ ଥିବା ବେଳେ ବ୍ଲକ୍‌ ସ୍ତରରେ ଅନେକ ଜାଗାରେ ଲୋକେ ପେଟ୍ରୋଲ ଡିଜେଲ୍ ପାଇବାକୁ ହଟହଟା ହେଉଛନ୍ତି । ପେଟ୍ରୋଲ ପମ୍ପ ସଂଖ୍ୟା ବଢ଼ିଲେ ସମସ୍ୟା ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.