Below header

ନିକଙ୍କୁ ଧୋକା ଦେଇ ଜବରଦସ୍ତ ବିବାହ କରିଛନ୍ତି ପ୍ରିୟଙ୍କା !

ବିବାହରେ ଇଛା ନଥିଲା ନିକଙ୍କ । ଏହି ସିଙ୍ଗରଙ୍କୁ ଧୋକାରେ ବାହା ହୋଇଛନ୍ତି ପ୍ରିୟଙ୍କା ଚୋପ୍ରା । ଉଭୟଙ୍କ ମଧ୍ୟରେ କେବେ ବି ପ୍ରେମ ନଥିଲା । ତେବେ ଏକଥା ଆମେ ନୁହେଁ କହିଛି ଇଣ୍ଟରନ୍ୟାସନାଲ୍ ମାଗାଜିନ୍ ଦ କଟ୍ । ବିଦେଶୀ ମହିଳା ପତ୍ରକାର ନିଜର ଏକ ଆର୍ଟିକିଲରେ ସିଧା ଟାର୍ଗେଟ୍ କରିଛନ୍ତି ଦେଶୀ ଗର୍ଲଙ୍କୁ । କହିଛନ୍ତି , ନିକଙ୍କୁ ଧୋକାରେ ସାରା ଜୀବନ ପାଇଁ ବାନ୍ଧି ନେଇଛନ୍ତି ପ୍ରିୟଙ୍କା । ଏପରିକି ପ୍ରିୟଙ୍କାଙ୍କୁ ଜଣେ ସ୍କାମ୍ ଆର୍ଟିଷ୍ଟ ବୋଲି କହିବାକୁ ପଛାଇ ନାହାଁନ୍ତି ।

ଏହା ସହ ପଢନ୍ତୁ ପ୍ରିୟଙ୍କାଙ୍କୁ ଦେଖି ଇମୋସନାଲ ହେଲେ ନିକ୍ ଜୋନ୍ସ , ଦେଖନ୍ତୁ ଏହି ମ୍ୟାରେଜ ଭିଡିଓ

nick priyankaତେବେ ଆର୍ଟିକିଲ୍ ପରେ ଅନେକ ସମାଲୋଚନାର ଶିକାର ହୋଇଛି ଦ କଟ୍ । ବଲିଉଡ୍ ଠୁ ଆରମ୍ଭ କରି ହଲିଉଡର ଅନେକ ବଡ଼ ବଡ଼ ଷ୍ଟାର୍ ଏହାକୁ ଖୁବ୍ ନିନ୍ଦା କରିଛନ୍ତି । ବଲିଉଡ୍ ଷ୍ଟାର୍ ସୋନମ୍ କପୁର କହିଛନ୍ତି, ଏହି ଆର୍ଟିକିଲରେ ପ୍ରିୟଙ୍କାଙ୍କ ପ୍ରତି ରଙ୍ଗଭେଦର ଟିପ୍ପଣୀ ଦିଆଯାଇଛି । ସବୁଠାରୁ ଦୁଃଖର କଥା ଏହି ଆର୍ଟିକିଲକୁ ଆଉ କେହି ନୁହେଁ ଜଣେ ମହିଳା ଲେଖିଛନ୍ତି । ରଙ୍ଗଭେଦ, ଇର୍ଷା ଏବଂ କଟ୍ଟୁତାରେ ଭରପୁର ଆର୍ଟିକିଲଟି ।

priyanka chopraସେହିପରି ସୋନମଙ୍କ ପରେ ସ୍ବରା ଭାସ୍କରା ଏବଂ ସୋନା ମହାପାତ୍ର ସାମ୍ନାକୁ ଆସିଛନ୍ତି । ଉଭୟ ଏହି ଆର୍ଟିକିଲ୍ ଏବଂ ମାଗାଜିନକୁ ଖୁବ୍ ସମାଲୋଚନା କରିଛନ୍ତି । ଅନ୍ୟପଟେ ନିକ୍ ଜୋନ୍ସଙ୍କ ଭାଇ ଜୋଏ ଜୋନ୍ସ ଟୁଇଟ୍ କରି କହିଛନ୍ତି , ଏହା ବହୁତ ଅପମାନଜନକ । ଏଭଳି ଶବ୍ଦ ବ୍ୟବହାର କରିଥିବାରୁ ଲାଜ ଲାଗିବା ଉଚିତ୍ । ନିକ୍ ଏବଂ ପ୍ରିୟଙ୍କା ପରସ୍ପରକୁ ଭଲ ପାଆନ୍ତି ।

ଏହା ସହ ପଢନ୍ତୁ ଅନୁଷ୍କାଙ୍କ ପରେ ପ୍ରିୟଙ୍କା, ରିସେପସନ୍ ପାର୍ଟିରେ ଆଶୀର୍ବାଦ ଦେବାପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ତେବେ ଏହି ବିବାଦ ବଢିବା ପରେ ମାଗାଜିନର ଏଡିଟର କ୍ଷମା ପ୍ରାର୍ଥନା କରିବା ସହ ଆର୍ଟିକିଲକୁ ଫେରାଇ ନେଇଛନ୍ତି । କହିଛନ୍ତି, ଏହି ଆର୍ଟିକିଲ୍ ଆମ ଷ୍ଟାଣ୍ଡାର୍ଡକୁ ମ୍ୟାଚ୍ କରୁନାହିଁ , ସେଥିପାଇଁ ଏହାକୁ ଫେରାଇ ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.