ସ୍ପେଶାଲ

ବଜାରକୁ ଆସିବ ଆଦିମ ଜନଜାତି ଡଙ୍ଗରିଆଙ୍କ ହାତବୁଣା ମାସ୍କ

ରାୟଗଡା(କେନ୍ଯୁଜ୍): ବଜାରକୁ ଆସିବ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତବୁଣା ମାସ୍କ । ଏଥିପାଇଁ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ନିୟମଗିରି ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇଉଠିଛି । ଏହି ବିରଳ ଜନଜାତିଙ୍କ ହସ୍ତଶିଳ୍ପ ସୋଲ୍ ବା କପଡାଗୁନ୍ଦା ଲକଡାଉନ ଯୋଗୁଁ ବଜାରିକରଣ ବନ୍ଦ ହୋଇଯାଇଥିବା ବେଳେ ସେମାନଙ୍କୁ ଆହୁରୀ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ଆଦିବାସୀ କଲ୍ୟାଣ ବିଭାଗର ନିର୍ଦେଶ ଅନୁଯାୟୀ ଡଙ୍ଗରିଆମାନେ ମାସ୍କ ତିଆରି କରିବା ପରେ ଟିଡିସିସି ଏହି ମାସ୍କ କିଣି ବଜାରକୁ ଛାଡିବ । ଯାହାଫଳରେ ଏବେ ଡଙ୍ଗରିଆ ଜନଜାତି ଆହୁରି ଦୁଇପଇସା ରୋଜଗାର କରିପାରିବେ ।

ବିଷମକଟକ ବ୍ଲକ ନିୟମଗିରି ଅଞ୍ଚଳର କୁର୍ଲୀ, ଖମ୍ବେସୀ, ହୁଟେସି ଓ ହୁଣ୍ଡିଜାଲି ପରି ଅନେକ ଗାଁର ମହିଳା ମାନେ ଏବେ ମାସ୍କ ତିଆରି କରିବାରେ ବ୍ୟସ୍ତ । ପ୍ରାୟ ଶହେରୁ ଉର୍ଦ୍ଦ ପରିବାର ଏବେ ପ୍ରସ୍ତୁତ କରୁଛନ୍ତି କପଡାଗୁନ୍ଦାର ମାସ୍କ । ଆଉ ଏମାନଙ୍କୁ ପ୍ରତ୍ସାହନ ଦେଉଛି ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥା । ଶିଳ୍ପୀ ମାନଙ୍କୁ ଚାରି ରଙ୍ଗର ସୂତା ସମେତ ଛୁଞ୍ଚି ଓ ଏମ୍ରୋଡୋରୀ ସାମଗ୍ରୀ ମାଗଣାର ଏହି ବିଭାଗ ପ୍ରଦାନ କରୁଛି । ଏବଂ ପାରିଶ୍ରମିକ ବାବଦକୁ ଗୋଟିଏ ମାସ୍କ ପିଛା ୫୦ ଟଙ୍କା ପ୍ରଦାନ କରୁଛି । ତେବେ ଏପରି ମାସ୍କ ପ୍ରସ୍ତୁତ ହେବା ଦ୍ବାରା ଜନଜାତିର ମହିଳା ମାନେ ଅଧିକ ସ୍ବାବଲମ୍ବୀ ହୋଇପାରିବେ ବୋଲି କୁହାଯାଇଛି ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

22 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

25 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

29 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

42 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

58 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago