ଟେକ୍

ଗୁଗଲର ଟିକଟକ୍‌ ପ୍ରୀତି, ଟିକ୍‌ଟକ୍‌ ରେଟିଂ ବଢ଼ାଇବାକୁ ରାତାରାତି ୫ ମିଲିୟନ୍‌ ରିଭ୍ୟୁ ହଟାଇଲା ଗୁଗଲ

୪.୭ରୁ ୧.୨ ଷ୍ଟାର ରେଟିଂରେ ପହଞ୍ଚିଥିବା ଚୀନ୍‌ର ସର୍ଟ ଭିଡିଓ ମେକିଂ ଆପ୍‌ ଟିକ୍‌ଟକ୍‌ର ରେଟିଂରେ ଶେଷରେ ଟିକେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ରେଟିଂ ବଢ଼ାଇବା ପାଇଁ ଗୁଗଲ ପ୍ଲେ ଷ୍ଟୋର ଏକ ଖାସ୍‌ ଉପାୟ ଆପଣାଇଛି। ଗୁଗଲ ଏଥିପାଇଁ ୟୁଜର୍ସମାନେ ଟିକ୍‌ଟକ୍‌କୁ ଦେଇଥିବା ନେଗେଟିଭ୍‌ ରିଭ୍ୟୁକୁ ହଟାଇ ଦେଇଛି। ଏନେଇ ଜଣେ ଡାଟା ବିଶେଷଜ୍ଞ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

ଡାଟା ଷ୍ଟୋରିଟେଲର Norbert Elekes ଟ୍ଵିଟ୍‌ କରି ଲେଖିଛନ୍ତି ଯେ ରାତାରାତି ଗୁଗଲ ଲକ୍ଷାଧିକ ଟିକ୍‌ଟକ୍‌ ରିଭ୍ୟୁ ଡିଲିଟ୍‌ କରି ଦେଇଛି। ଫଳରେ ଆପ୍‌ର ରେଟିଂ ୧.୨ରୁ ବଢ଼ି ୧.୬ ଷ୍ଟାର ହୋଇଛି। ଟ୍ଵିଟ୍‌ରେ ସେ ଏକ ସ୍କ୍ରିନ୍‌ ସର୍ଟ ମଧ୍ୟ ଦେଇଛନ୍ତି। ଫଟୋରେ ରିଭ୍ୟୁ ୨୮ ମିଲିୟନ୍‌ରୁ କମି ୨୭ ମିଲିୟନ୍‌ ହୋଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ Youtube vs TikTok ବିବାଦ ଯୋଗୁ ଲୋକମାନେ ଟିକ୍‌ଟକ୍‌କୁ ୧ ଷ୍ଟାର ରିଭ୍ୟୁ ଦେଉଛନ୍ତି। ଏହା ବ୍ୟତୀତ ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ କରିବାକୁ ମଧ୍ୟ ଦାବି ହେଉଛି।

 

କୁହାଯାଉଛି ଯେ ପ୍ଲେ ଷ୍ଟୋରର ପଲିସି ଅନୁସାରେ ଗୁଗଲ ଏଭଳି ରିଭ୍ୟୁ ହଟାଇଛି। ଲୋକମାନେ ଯେଉଁ ପରିମାଣରେ ଟିକଟକ୍‌କୁ ବ୍ୟାନ୍‌ କରିବାକୁ ଚେଷ୍ଟା ଚଳାଇଛନ୍ତି ତାହା ଭୁଲ। ଯୋଜନାବଦ୍ଧ ଭାବେ କୌଣସି ଆପ୍‌କୁ ହଟାଇବାକୁ ଭୁଲ ରେଟିଂ କରିବା ନିୟମ ବିରୁଦ୍ଧ ବୋଲି ଗୁଗଲ କହିବା ସହ ସମସ୍ତ ନେଗେଟିଭ୍‌ ରେଟିଂକୁ ଡିଲିଟ୍‌ କରିଦେଇଛି।

WCW 11

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

3 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

6 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

10 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

22 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

39 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago