ଗୁଗଲର ଟିକଟକ୍ ପ୍ରୀତି, ଟିକ୍ଟକ୍ ରେଟିଂ ବଢ଼ାଇବାକୁ ରାତାରାତି ୫ ମିଲିୟନ୍ ରିଭ୍ୟୁ ହଟାଇଲା ଗୁଗଲ

୪.୭ରୁ ୧.୨ ଷ୍ଟାର ରେଟିଂରେ ପହଞ୍ଚିଥିବା ଚୀନ୍ର ସର୍ଟ ଭିଡିଓ ମେକିଂ ଆପ୍ ଟିକ୍ଟକ୍ର ରେଟିଂରେ ଶେଷରେ ଟିକେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ରେଟିଂ ବଢ଼ାଇବା ପାଇଁ ଗୁଗଲ ପ୍ଲେ ଷ୍ଟୋର ଏକ ଖାସ୍ ଉପାୟ ଆପଣାଇଛି। ଗୁଗଲ ଏଥିପାଇଁ ୟୁଜର୍ସମାନେ ଟିକ୍ଟକ୍କୁ ଦେଇଥିବା ନେଗେଟିଭ୍ ରିଭ୍ୟୁକୁ ହଟାଇ ଦେଇଛି। ଏନେଇ ଜଣେ ଡାଟା ବିଶେଷଜ୍ଞ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
Apparently, Google deleted over a million TikTok reviews overnight, that’s why the rating increased from 1.2 to 1.6 stars. pic.twitter.com/pDylX8BwcT
— Norbert Elekes (@NorbertElekes) May 22, 2020
ଡାଟା ଷ୍ଟୋରିଟେଲର Norbert Elekes ଟ୍ଵିଟ୍ କରି ଲେଖିଛନ୍ତି ଯେ ରାତାରାତି ଗୁଗଲ ଲକ୍ଷାଧିକ ଟିକ୍ଟକ୍ ରିଭ୍ୟୁ ଡିଲିଟ୍ କରି ଦେଇଛି। ଫଳରେ ଆପ୍ର ରେଟିଂ ୧.୨ରୁ ବଢ଼ି ୧.୬ ଷ୍ଟାର ହୋଇଛି। ଟ୍ଵିଟ୍ରେ ସେ ଏକ ସ୍କ୍ରିନ୍ ସର୍ଟ ମଧ୍ୟ ଦେଇଛନ୍ତି। ଫଟୋରେ ରିଭ୍ୟୁ ୨୮ ମିଲିୟନ୍ରୁ କମି ୨୭ ମିଲିୟନ୍ ହୋଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ Youtube vs TikTok ବିବାଦ ଯୋଗୁ ଲୋକମାନେ ଟିକ୍ଟକ୍କୁ ୧ ଷ୍ଟାର ରିଭ୍ୟୁ ଦେଉଛନ୍ତି। ଏହା ବ୍ୟତୀତ ଭାରତରେ ଟିକ୍ଟକ୍ ବ୍ୟାନ୍ କରିବାକୁ ମଧ୍ୟ ଦାବି ହେଉଛି।
କୁହାଯାଉଛି ଯେ ପ୍ଲେ ଷ୍ଟୋରର ପଲିସି ଅନୁସାରେ ଗୁଗଲ ଏଭଳି ରିଭ୍ୟୁ ହଟାଇଛି। ଲୋକମାନେ ଯେଉଁ ପରିମାଣରେ ଟିକଟକ୍କୁ ବ୍ୟାନ୍ କରିବାକୁ ଚେଷ୍ଟା ଚଳାଇଛନ୍ତି ତାହା ଭୁଲ। ଯୋଜନାବଦ୍ଧ ଭାବେ କୌଣସି ଆପ୍କୁ ହଟାଇବାକୁ ଭୁଲ ରେଟିଂ କରିବା ନିୟମ ବିରୁଦ୍ଧ ବୋଲି ଗୁଗଲ କହିବା ସହ ସମସ୍ତ ନେଗେଟିଭ୍ ରେଟିଂକୁ ଡିଲିଟ୍ କରିଦେଇଛି।