Below header

ବଜାରକୁ ଆସିବ ଆଦିମ ଜନଜାତି ଡଙ୍ଗରିଆଙ୍କ ହାତବୁଣା ମାସ୍କ

ରାୟଗଡା(କେନ୍ଯୁଜ୍): ବଜାରକୁ ଆସିବ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତବୁଣା ମାସ୍କ । ଏଥିପାଇଁ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ନିୟମଗିରି ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇଉଠିଛି । ଏହି ବିରଳ ଜନଜାତିଙ୍କ ହସ୍ତଶିଳ୍ପ ସୋଲ୍ ବା କପଡାଗୁନ୍ଦା ଲକଡାଉନ ଯୋଗୁଁ ବଜାରିକରଣ ବନ୍ଦ ହୋଇଯାଇଥିବା ବେଳେ ସେମାନଙ୍କୁ ଆହୁରୀ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ଆଦିବାସୀ କଲ୍ୟାଣ ବିଭାଗର ନିର୍ଦେଶ ଅନୁଯାୟୀ ଡଙ୍ଗରିଆମାନେ ମାସ୍କ ତିଆରି କରିବା ପରେ ଟିଡିସିସି ଏହି ମାସ୍କ କିଣି ବଜାରକୁ ଛାଡିବ । ଯାହାଫଳରେ ଏବେ ଡଙ୍ଗରିଆ ଜନଜାତି ଆହୁରି ଦୁଇପଇସା ରୋଜଗାର କରିପାରିବେ ।

hand maskବିଷମକଟକ ବ୍ଲକ ନିୟମଗିରି ଅଞ୍ଚଳର କୁର୍ଲୀ, ଖମ୍ବେସୀ, ହୁଟେସି ଓ ହୁଣ୍ଡିଜାଲି ପରି ଅନେକ ଗାଁର ମହିଳା ମାନେ ଏବେ ମାସ୍କ ତିଆରି କରିବାରେ ବ୍ୟସ୍ତ । ପ୍ରାୟ ଶହେରୁ ଉର୍ଦ୍ଦ ପରିବାର ଏବେ ପ୍ରସ୍ତୁତ କରୁଛନ୍ତି କପଡାଗୁନ୍ଦାର ମାସ୍କ । ଆଉ ଏମାନଙ୍କୁ ପ୍ରତ୍ସାହନ ଦେଉଛି ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥା । ଶିଳ୍ପୀ ମାନଙ୍କୁ ଚାରି ରଙ୍ଗର ସୂତା ସମେତ ଛୁଞ୍ଚି ଓ ଏମ୍ରୋଡୋରୀ ସାମଗ୍ରୀ ମାଗଣାର ଏହି ବିଭାଗ ପ୍ରଦାନ କରୁଛି । ଏବଂ ପାରିଶ୍ରମିକ ବାବଦକୁ ଗୋଟିଏ ମାସ୍କ ପିଛା ୫୦ ଟଙ୍କା ପ୍ରଦାନ କରୁଛି । ତେବେ ଏପରି ମାସ୍କ ପ୍ରସ୍ତୁତ ହେବା ଦ୍ବାରା ଜନଜାତିର ମହିଳା ମାନେ ଅଧିକ ସ୍ବାବଲମ୍ବୀ ହୋଇପାରିବେ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.