ସଲମାନଙ୍କୁ ନେଇ ଏକ ବଡ ଖୁଲାସା କଲେ ଭାଗ୍ୟଶ୍ରୀ, କହିଲେ ଏମିତି କିଛି…..

ସଲମାନ ଖାଁନ ଓ ଭାଗ୍ୟଶ୍ରୀଙ୍କ ଅଭିନୀତ “ମେନେ ପ୍ୟାର କିୟା”ର ସରଳ ପ୍ରେମ କାହାଣୀ ୯୦ ଦଶକରେ ପ୍ରତିଟି ଭାରତୀୟଙ୍କ ହୃଦୟ ଜିଣି ନେଇଥିଲା । ଏମିତିକି ଫିଲ୍ମଟି ରିଲିଜ ହେବାର ଅନେକ ଦିନ ପରେ ଏହି ଦୁଇ କଳାକାରଙ୍କ ଏକାସାଙ୍ଗର ଫଟୋ ପାଇଁ ଦେଶବ୍ୟାପିରୁ ଡିମାଣ୍ଡ ହୋଇଥିଲା । ନିକଟରେ “ଡେକାନ କ୍ରୋନିକାଲ”କୁ ଦେଇଥିବା ଏକ ସାକ୍ଷାତକାରରେ ଭାଗ୍ୟଶ୍ରୀ, ସେସମୟର ଏକ ସ୍ମୃତିକୁ ସମସ୍ତଙ୍କ ସହ ସେୟାର କରିଛନ୍ତି । ତାଙ୍କ ଅନୁଯାୟୀ, ସେସମୟରେ ଜଣେ ପ୍ରଖ୍ୟାତ ଫଟୋ ଗ୍ରାଫର ସଲମାନ ଓ ଭାଗ୍ୟଶ୍ରୀଙ୍କ ଅନ୍ତରଙ୍ଗ ଫଟୋ ନେବାକୁ ଚାହିଁଥିଲେ । ଫଟୋଗ୍ରାଫର ଜଣଙ୍କ ସଲମାନଙ୍କୁ ଡାକି କହିଥିଲେକି, ତମେ ହଠାତ ହିରୋଇନ (ଭାଗ୍ୟଶ୍ରୀ)ଙ୍କୁ ନିଜ ବାହୁରେ ନେଇ ତାଙ୍କ ଗାଲରେ ଏକ କିସ କରିବାକୁ ପ୍ରସ୍ତାବ ଦେଇଥିଲେ ।

salman

କିନ୍ତୁ ଫଟୋଗ୍ରାଫରଙ୍କ ଏହି ପ୍ରସ୍ତାବରେ ବିଲକୁଲ ରାଜି ହୋଇନଥିଲେ ଦବଂଗ ଷ୍ଟାର । ଆଉ ଜବାବରେ କହିଥିଲେ, ଜଣଙ୍କ ଅଜାଣତରେ କେବେ ବି ମୁଁ ଏମିତି ପଦକ୍ଷପ ନେବି ନାହିଁ | ଯଦି ଆପଣ ଏପରି କୌଣସି ପୋଜ ଚାହୁଁଛନ୍ତି ତେବେ ଭାଗ୍ୟଶ୍ରୀଙ୍କ ମତାମତ ପ୍ରଥମେ ନିଅନ୍ତୁ ।  ସେପଟ ଘରେ ଦୁହିଁଙ୍କ ବାର୍ତ୍ତାଳାପକୁ ଲୁଚି ଲୁଚି ଶୁଣୁଥିଲେ ଭାଗ୍ୟଶ୍ରୀ । ସଲମାନଙ୍କ ଏପରି ଉତ୍ତର ଶୁଣି ନିଜକୁ ସୁରକ୍ଷିତ ମଣିଥିଲେ । ଭାଗ୍ୟଶ୍ରୀଙ୍କ ଅନୁଯାୟୀ ସେହି ଦିନ ଠାରୁ ହିଁ ସଲମାନଙ୍କ ପ୍ରତି ତାଙ୍କ ହୃଦୟରେ ସମ୍ମାନ ଅନେକ ଗୁଣରେ ବଢି ଯାଇଥିଲା । ସେହି ସମୟର ସେହି ଲୋକପ୍ରିୟ ଫଟୋଗ୍ରାଫର କେବେଠୁ ଦୁନିଆରୁ ଅଲବିଦା ନେଇ ସାରିଲେଣି । କହିରଖିବା ଉଚିତ ହେବଯେ, ସେସମୟରେ ମେନେ

ପ୍ୟାର କିୟା ବିପୁଳ ସଫଳତା ହାସଲ କରିଥିଲେ ମଧ୍ୟ ବିବାହ ଓ ମାତୃତ୍ଵ ଲାଭ ଉପରେ ପ୍ରାଧାନ୍ୟ ଦେଇ ଅଭିନୟ କରିବା ଛାଡିଥିଲେ ଭାଗ୍ୟଶ୍ରୀ । ଅନ୍ୟ ଏକ ସାକ୍ଷାତକାରରେ ଭାଗ୍ୟଶ୍ରୀ କହିଛନ୍ତିକି, “ମେନେ ପ୍ୟାର କିୟା” ସିନେମା ରିଲିଜ ପରେ ତାଙ୍କ ନିକଟକୁ ଅନେକ ଅଫର ଆସିଥିଲେ ବି ନିଜ ସ୍ୱାମୀ ଓ ପୁଅ ଅଭିମନ୍ୟୁଙ୍କ ଦାୟିତ୍ୱ ନେବାକୁ ଉଚିତ ମଣିଥିଲେ । ଏଥିପାଇଁ କିନ୍ତୁ ତାଙ୍କ ମନରେ କୌଣସି ପ୍ରକାରର ପଶ୍ଚାତାପ ନାହିଁ । କହି ରଖିବା ଉଚିତ ହେବକି, ଭାଗ୍ୟଶ୍ରୀଙ୍କ ନିର୍ମିତ ଏକ ନୂଆ ପ୍ରୋଜେକ୍ଟ “ରାଧା କୃଷ୍ଣ କୁମାର ଜୈନ” ଖୁବ ଶୀଘ୍ର ପରଦା ଉପରକୁ ଆସିବାକୁ ଯାଉଛି । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ପ୍ରଭାସ ଓ ପୂଜା ହେଗଡେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.