ସ୍ୱିଜରଲ୍ୟାଣ୍ଡରେ ପାଖାପାଖି ୨ ହଜାର ଅଣ୍ଡରୱେୟାର ମାଟିରେ ପୋତା ଗଲାଣି। ଦେଶର ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏଠାକାର ଲୋକେ ଏଭଳି କରୁଛନ୍ତି। ଲୋକଙ୍କ ଅଣ୍ଡରୱେୟାରରୁ ମାଟିର ଗୁଣବତ୍ତା ଯାଞ୍ଚ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପ୍ରତି ଘରକୁ ସରକାର ଦୁଇଟି ଲେଖାଏ ଧଳା ରଙ୍ଗର ଅଣ୍ଡରୱେୟାର ପଠାଉଛନ୍ତି, ଯାହାକୁ ଲୋକେ ମାଟି ତଳେ ପୋତି ଦେଉଛନ୍ତି।
ଏହି ଦେଶରେ ମାଟିର ଗୁଣବତ୍ତା ଯାଞ୍ଚ କରିବା ପାଇଁ ସରକାର କୃଷକମାନଙ୍କ ସହାୟତା ଲୋଡିଛନ୍ତି। ସ୍ୱିଜରଲ୍ୟାଣ୍ଡର ଅନୁସନ୍ଧାନ ସଂସ୍ଥାନ ଏଗ୍ରୋସ୍କୋପ୍ ଲୋକଙ୍କୁ ଦୁଇଟି ଅଣ୍ଡରୱେୟାର ଦେଇ ମାଟି ତଳେ ପୋତିବାକୁ କହିଛି।
ଯେଉଁଠି ଅଣ୍ଡରୱେୟାରକୁ ମାଟିରେ ପୋତାଯିବ, ସେଠାକାର ମାଟିର ଗୁଣବତ୍ତା ଲୋକଙ୍କୁ ଜଣାଇ ଦିଆଯିବ। ଯଦି ମାଟି ଭିତରେ ଅଣ୍ଡରୱେୟାର ନଷ୍ଟ ହୋଇଗଲା, ତ ସେହି ଜାଗାରେ ବ୍ୟାକ୍ଟେରିଆ ଏବଂ ଅନ୍ୟ ଜୀବାଣୁ ଅଧିକ ମାତ୍ରାରେ ରହିଛନ୍ତି ବୋଲି ଧରାଯିବ। ଅର୍ଥାତ୍ ସେଠାକାର ଜମି ଉର୍ବରଯୋଗ୍ୟ ବୋଲି ଜଣାପଡ଼ିବ।
ବୈଜ୍ଞାନିକମାନେ କହିଛନ୍ତି, ଏହି ଚଡି ବା ଅଣ୍ଡରୱେୟାର ୧ ମାସ ପର୍ଯ୍ୟନ୍ତ ମାଟି ଭିତରେ ଦବି ରହିବ। ଏଥି ସହିତ ମାଟିରେ ଟି ବ୍ୟାଗ୍ସ ମଧ୍ୟ ପକାଯିବ। ୧ ମାସ ପରେ ବୈଜ୍ଞାନିକମାନେ ଏହାକୁ ଖୋଳି ବାହାର କରିବେ। ଏହାପରେ ଏହାର ଡିଜିଟାଲ ଏନାଲିସିସ୍ କରାଯିବ। ଏଥିରୁ ବ୍ୟାକ୍ଟେରିଆର କ୍ୱାଲିଟି ମଧ୍ୟ ଜଣାପଡ଼ିବ।
ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…
ଟି-୨୦ ବିଶ୍ୱକପ୍ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…
ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…
ନରସିଂହପୁର (କେନ୍ୟୁଜ୍): ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ପିଟିଲା…
ସୋର (କେନ୍ୟୁଜ) : ସବୁଦିନ ପରି ଆଜି ବି ଗାଡି ଚଲାଇ ଯାଉଥିଲେ । କିନ୍ତୁ ଏଥର ଭାରି ହେଇଗଲା…
ଭୁବନେଶ୍ୱର(କେନ୍ୟୁଜ୍): ପଶ୍ଚିମ ଓଡ଼ିଶା ସମେତ ଏକାଧିକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଏସଆରସିଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି…