ଏଠାରେ ସରକାର ପ୍ରତି ଘରକୁ ପଠାଉଛନ୍ତି ଦୁଇଟି ଚଡି, ମାଟିରେ ପୋତା ଗଲାଣି ୨ ହଜାର ଧଳା ଅଣ୍ଡରୱେୟାର, ଜାଣନ୍ତୁ କାହିଁକି

ସ୍ୱିଜରଲ୍ୟାଣ୍ଡରେ ପାଖାପାଖି ୨ ହଜାର ଅଣ୍ଡରୱେୟାର ମାଟିରେ ପୋତା ଗଲାଣି। ଦେଶର ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏଠାକାର ଲୋକେ ଏଭଳି କରୁଛନ୍ତି। ଲୋକଙ୍କ ଅଣ୍ଡରୱେୟାରରୁ ମାଟିର ଗୁଣବତ୍ତା ଯାଞ୍ଚ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପ୍ରତି ଘରକୁ ସରକାର ଦୁଇଟି ଲେଖାଏ ଧଳା ରଙ୍ଗର ଅଣ୍ଡରୱେୟାର ପଠାଉଛନ୍ତି, ଯାହାକୁ ଲୋକେ ମାଟି ତଳେ ପୋତି ଦେଉଛନ୍ତି।

ଏହି ଦେଶରେ ମାଟିର ଗୁଣବତ୍ତା ଯାଞ୍ଚ କରିବା ପାଇଁ ସରକାର କୃଷକମାନଙ୍କ ସହାୟତା ଲୋଡିଛନ୍ତି। ସ୍ୱିଜରଲ୍ୟାଣ୍ଡର ଅନୁସନ୍ଧାନ ସଂସ୍ଥାନ ଏଗ୍ରୋସ୍କୋପ୍‌ ଲୋକଙ୍କୁ ଦୁଇଟି ଅଣ୍ଡରୱେୟାର ଦେଇ ମାଟି ତଳେ ପୋତିବାକୁ କହିଛି।

ଏମିତି ପରୀକ୍ଷା କରାଯିବ ମାଟିର ଗୁଣବତ୍ତା

ଯେଉଁଠି ଅଣ୍ଡରୱେୟାରକୁ ମାଟିରେ ପୋତାଯିବ, ସେଠାକାର ମାଟିର ଗୁଣବତ୍ତା ଲୋକଙ୍କୁ ଜଣାଇ ଦିଆଯିବ। ଯଦି ମାଟି ଭିତରେ ଅଣ୍ଡରୱେୟାର ନଷ୍ଟ ହୋଇଗଲା, ତ ସେହି ଜାଗାରେ ବ୍ୟାକ୍ଟେରିଆ ଏବଂ ଅନ୍ୟ ଜୀବାଣୁ ଅଧିକ ମାତ୍ରାରେ ରହିଛନ୍ତି ବୋଲି ଧରାଯିବ। ଅର୍ଥାତ୍‌ ସେଠାକାର ଜମି ଉର୍ବରଯୋଗ୍ୟ ବୋଲି ଜଣାପଡ଼ିବ।

୧ ମାସରେ ହୋଇଯିବ କନଫର୍ମ

ବୈଜ୍ଞାନିକମାନେ କହିଛନ୍ତି, ଏହି ଚଡି ବା ଅଣ୍ଡରୱେୟାର ୧ ମାସ ପର୍ଯ୍ୟନ୍ତ ମାଟି ଭିତରେ ଦବି ରହିବ। ଏଥି ସହିତ ମାଟିରେ ଟି ବ୍ୟାଗ୍ସ ମଧ୍ୟ ପକାଯିବ। ୧ ମାସ ପରେ ବୈଜ୍ଞାନିକମାନେ ଏହାକୁ ଖୋଳି ବାହାର କରିବେ। ଏହାପରେ ଏହାର ଡିଜିଟାଲ ଏନାଲିସିସ୍‌ କରାଯିବ। ଏଥିରୁ ବ୍ୟାକ୍ଟେରିଆର କ୍ୱାଲିଟି ମଧ୍ୟ ଜଣାପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.