Below header

ଭଦ୍ରକ ଚରମ୍ପାରେ ଶିକ୍ଷକଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ ଘଟଣା: ନିଲମ୍ବିତ ହେଲେ ରସିକିଆ ସାର୍

ଭଦ୍ରକ(କେନ୍ୟୁଜ୍):  ଶିକ୍ଷକ ଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଘଟଣା । ନିଲମ୍ବିତ ହେଲେ କୋଡ଼ବରୁଆଁ ୟୁଜିଏମଇ ସ୍କୁଲର ଶିକ୍ଷକ ସପନ କୁମାର ମିଶ୍ର । ଆଜି ତାଙ୍କୁ  ବ୍ଲକ  ଶିକ୍ଷାଧିକାରୀ  ନିଲମ୍ବିତ କରିଛନ୍ତି। ସରକାରୀ କାର୍ଯ୍ୟରେ ଅବହେଳା ଓ ହ୍ଵାଟ୍ସଆପ ଗ୍ରୁପରେ ଅଶ୍ଲୀଳ ଭିଡ଼ିଓ ଭାଇରାଲ ନେଇ ବିଇଓ ପଦକ୍ଷେପ  ନେଇଥିବା ସୂଚନା ମିଳିଛି।

୬ ଦିନ ପୂର୍ବରୁ ଏହି ସ୍କୁଲର ରସିକିୟା ଶିକ୍ଷକ ସପନ୍ କୁମାର୍ ମିଶ୍ର ଜଣେ ମହିଳାଙ୍କ ସହ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ   ଭାଇରାଲ ହେବାରେ ଲାଗିଥିଲା

ସୂଚନା ଅନୁଯାୟୀ  ଏହି ରସିକିଆ ଶିକ୍ଷକଙ୍କ ଘର ସାବରଙ୍ଗ ଶାସନରେ ।  ସିଏ ଆଗରୁ ନଳବାଙ୍କ ସ୍କୁଲ, ଅମୃତମଣି ସ୍କୁଲରେ ପଢୁଥିବା ଛାତ୍ରୀଙ୍କ ଉପରେ ଖରାପ ବ୍ୟବହାର କରି ଦଣ୍ଡିତ ହୋଇଥିଲେ। ଆଉ ଏବେ ଏଭଳି    ଅଶ୍ଲିଳ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି। ଏଭଳି କାର୍ଯ୍ୟକୁ ଜନସାଧାରଣ ,ବୁଦ୍ଧିଜୀବୀ ଓ  ଶିକ୍ଷକ ନିନ୍ଦା କରିବା ସହିତ ଚାକିରିରୁ ବହିଷ୍କାର କରିବା ପାଇଁ ଜୋରଦାର ଦାବି କରିଥିଲେ।

ତାଙ୍କର ଏଭଳି କାର୍ଯ୍ୟକୁ କୋଡୋବରୁଆ ସ୍କୁଲର ପ୍ରଧାନ ଶିକ୍ଷକ ଓ ସେଠିକାର ଅଭିଭାବକ ନିନ୍ଦା କରିବା ସହିତ ଚାକିରିରୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ । ପ୍ରଧାନ ଶିକ୍ଷକ ପୂର୍ବ କେସ ଓ ଏହି କେସ ନେଇ BEO ,DEOଙ୍କୁ ଲିଖିତ ମାଧ୍ୟମରେ ଜଣାଇଥିଲେ ।ଏହି ଘଟଣାର କାର୍ଯ୍ୟାନୁଷ୍ଠାନ  ନେଇ ବ୍ଲକ ଶିକ୍ଷାଧିକାରୀ ରସିକିଆ ଶିକ୍ଷକ ସପନ କୁମାର ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.