ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା, ରଥଦାଣ୍ଡକୁ ୧୪୪ ଧାରା ଜାରି କରିବ କମିସନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା। ରଥଯାତ୍ରା ପରେ ଆସନ୍ତା ୨୪ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଏହାକୁ ଆଖି ଆଗରେ ରଖି ସର୍ବସାଧାରଣଙ୍କ ଲାଗି କିଛି କଟକଣା ଲାଗୁ କରିଛନ୍ତି ପୋଲିସ କମିସନର ସେମେନ୍ଦ୍ର ପ୍ରିୟଦର୍ଶୀ । ୨୦୨୦ର ପୁରୀ ରଥଯାତ୍ରା ଭଳି ଏଥର ରୁକୁଣା ରଥ ଯାତ୍ରା ହେବ । ପୁରା ରଥଦାଣ୍ଡକୁ ୧୪୪ ଧାରା କରାଯିବ । ଦାଣ୍ଡର ଦୁଇ ପଟେ ଥିବା ଘରର ଛାତ ଉପରେ ମଧ୍ୟ ଲୋକଙ୍କୁ ଦେଖିବାକୁ ଅନୁମତି ଦିଆଯିବ ନାହିଁ ।

RATHA-1

କାଲି ସକାଳ ୧୨ ଟାରୁ ଲାଗୁ ହେବ ୧୪୪ ଧାରା । କୌଣସି ଯାନବାହାନକୁ ମାଉସୀ ମା’ ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ । ଗାଡ଼ିଗୁଡ଼କ ମାଉସୀମା ଛକଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ । ରଥ ଖଳାଠାରୁ ରଥ ରୋଡରେ କୌଣସି ଯାନବାହାନକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ସେଗୁଡ଼ିକ ବାଟ ମହାଦେବ ମନ୍ଦିର ପଟରୁ ବିଏମସି ମାର୍କେଟ କମ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାଇପାରିବେ । ନିୟମ ଉଲ୍ଲଂଘନ କଲେ ୫୦୦ କିମ୍ବା ସର୍ବାଧିକ ହଜାରେ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.