Below header

କରୋନା ସଂକ୍ରମିତ ହୋଇଥିବା ସଂଗୀତକାର ଶ୍ରବଣ ରାଠୋରଙ୍କ ଅବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ବଲିଉଡ୍‌ ମ୍ୟୁଜିକ୍‌ କମ୍ପୋଜର ଯୋଡ଼ି ନଦୀମ-ଶ୍ରବଣରଙ୍କ ଫ୍ୟାନ୍‌ଙ୍କ ପାଇଁ ଦୁଃଖଦ ଖବର। ରିପୋର୍ଟ ମୁତାବକ, ଏହି ଯୋଡ଼ିର ଶ୍ରବଣ ରାଠୋର କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ଅବସ୍ଥା ଗୁରୁତର ଅଛି। ବର୍ତ୍ତମାନ ଖବର ଆସିଛି ଯେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍‌ ଆସିଛି।

ମିଳିଥିବା ସୂଚନାନୁଯାୟୀ, କରୋନା ସଂକ୍ରମିତ ହେବା ପରେ ଶ୍ରବଣଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ଏସ୍‌.ଏଲ୍‌ ରହେଜା ହସ୍ପିଟାଲରେ ଆଡମିଟ୍‌ କରାଯାଇଛି। ସେଠାରେ ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତରଙ୍କ ରିପୋର୍ଟ ମୁତାବକ, କରୋନା ବ୍ୟତୀତ ତାଙ୍କର ଅନ୍ୟ ରୋଗ ବି ରହିଛି। ଏଣୁ ତାଙ୍କ ଅବସ୍ଥା ସଂଘାତିକ ଅଛି। ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ ଯେ ଶ୍ରବଣ ବଲିଉଡ୍‌ରେ ଅନେକ ହିଟ୍‌ ଗୀତ ତିଆରି କରିଛନ୍ତି। ତାଙ୍କ ଲୋକପ୍ରିୟ ଗୀତ ମଧ୍ୟରେ ଦିଲ ମାନତା ନେହିଁ, ଫୁଲ ଔର କାଣ୍ଟେ, ହମ୍‌ ହେ ରାହି ପ୍ୟାରକେ, ଦିଓ୍ଵାନୀ, ସଡ଼କ ଓ ପରଦେଶ ପ୍ରମୁଖ ଗୀତ ରହିଛି। ବଲିଉଡ୍‌ କୋରିଓଗ୍ରାଫର ବିରଳ ଭିବାନୀ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶ୍ରବଣ ରାଠୋରଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ସେ ତାଙ୍କ ସୁସ୍ଥତା କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.