ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ, ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ କମିଶନର

କେନ୍ୟୁଜ୍(ବ୍ୟୁରୋ):  କୋଭିଡ଼ କଟକଣା ନେଇ ବଡ଼ ଘୋଷଣା  କଲେ ସ୍ବତନ୍ତ୍ର ରିଲିଫ କମିଶନର। ରାଜ୍ୟର ସବୁ ସହରାଞ୍ଚଳରେ ଶନିବାର ଓ ରବିବାର ରହିବ ସଟଡାଉନ, ଅତ୍ୟାବଶ୍ୟକ ସେବାକୁ  ବାଦ ଦେଲେ ବାକି ସବୁ ଅନୁଷ୍ଠାନ ରହିବ ବନ୍ଦ।

ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ କମିଶନର । ପୂର୍ବରୁ ଅର୍ଥାତ ୧୭ ତାରିଖରୁ ୩୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି।  କେବଳ ଅତ୍ୟାବଶ୍ୟକ ସେବା ଛାଡିଲେ ଅନ୍ୟ ସବୁରେ କଟକଣା ଲାଗୁ ହେବ।ହସ୍ପିଟାଲ, କ୍ଲିନିକ୍‌, ନର୍ସିଂ ହୋମ୍‌ ଓ ମେଡିସିନ ଷ୍ଟୋର ଖୋଲା ରହିବ। ଆମ୍ବୁଲାନ୍‌ସ ସେବା, ପୋଲିସ ଓ ଫାୟାର ସର୍ଭିସ୍‌କୁ ବାଦ ଦିଆଯାଇଛି।

ସେହିପରି ଜରୁରୀ ସେବାରେ ଥିବା ସରକାରୀ କର୍ମଚାରୀ, ଟେଲିକମ ସେବା ଜାରି ରହିବ। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ ଉପରେ କଟକଣା ନାହିଁ । ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଗଣମାଧ୍ୟମ, ଜଳ ଯୋଗାଣ, ସଫେଇ କାମ, ବିଦ୍ୟୁତ୍‌ ସେବା ଯୋଗାଣ ଓ ବଣ୍ଟନ ଜାରି ରହିବ। ସଟଡାଉନରୁ ମାଲ ପରିବହନ, ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାମ, କୃଷି ଭିତ୍ତିକ କାର୍ଯ୍ୟ, ରେଳ ଓ ବିମାନ ସେବା, ଜାତୀୟ ରାଜପଥରେ ଗମନାଗମନ ଉପରେ କଟକଣା ନାହିଁ । ଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନ ବନ୍ଦରରୁ ଟ୍ୟାକ୍‌ସି ସେବା ଜାରି ରହିବ ।

ଖାଦ୍ୟର ହୋମ୍‌ ଡେଲିଭରି ଜାରି ରହିବ । ଖୋଲା ରହିବ ତେଜରାତି, ପନିପରିବା, ଆମିଷ, କ୍ଷୀର ଦୋକାନ । କଟକଣା ସମୟରେ ଜରୁରୀ ସେବାରେ ଥିବା କର୍ମଚାରୀଙ୍କୁ ସ୍ୱତନ୍ତ୍ର ପାସ୍‌ ଆବଶ୍ୟକ ନାହିଁ। ନିଜ ପରିଚୟ ପତ୍ର ଦେଖାଇ ଯା’ଆସ କରି ପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.