Categories: ସ୍ପେଶାଲ

ହାୱଡ଼ା ବ୍ରିଜ୍ : ବିଶ୍ବର ଏକମାତ୍ର ବ୍ରିଜ୍ ଯାହାର ଉଦଘାଟନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ

କୋଲକାତାର ହାଓ୍ଵଡ଼ା ବ୍ରିଜ୍ କେବଳ ଭାରତରେ ନୁହେଁ ପୁରା ଦୁନିଆରେ ପ୍ରସିଦ୍ଧ। ଏହି ଐତିହାସିକ ବ୍ରିଜ୍ ଦ୍ବିତୀୟ ବିଶ୍ବଯୁଦ୍ଧର ମୁକସାକ୍ଷୀ ମଧ୍ୟ । ୧୯୪୨ରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନର ଏକ ବମ୍ ଏହି ବ୍ରିଜଠାରୁ ମାତ୍ର କିଛି ଦୂରରେ ପଡିଥିଲା । କୋଲକାତା ଏବଂ ହାଓ୍ଵଡ଼ା କୁ ସଂଯୋଗ କରୁଥିବା ଏହି ନିଆରା ବ୍ରିଜ୍ ଭଳି ବିଶ୍ବରେ ମାତ୍ର ହାତଗଣତି ଅଳ୍ପ କେତୋଟି ବ୍ରିଜ୍ ଅଛି ଯାହା ପାଲଟିଛି ଆକର୍ଷଣ କେନ୍ଦ୍ରବିନ୍ଦୁ । ଗତ ୭୫ବର୍ଷ ହେବ ଏହି ବ୍ରିଜ୍ ପାଲଟିଛି କୋଲକାତାର ପରିଚୟ । ହେଲେ ଜାଣି ଆଶ୍ଚର‌୍ୟ୍ୟ ହେବେ ଏହି ବ୍ରିଜ୍ ଆଜି ଯାଏ ଉଦଘାଟନ ହୋଇନାହିଁ । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସିପାରେ ଏତେ ବଡ଼ ଐତିହାସିକ ବ୍ରିଜ୍ ଅଥତ ଉଦଘାଟନ ହୋଇନାହିଁ । ତେବେ ଏହାର ଉତ୍ତର ଜାଣିବା ପୂର୍ବରୁ ପ୍ରଥମେ ନଜର ପକାନ୍ତୁ ଏହି ବ୍ରିଜ୍ କାହିଁକି ବନାଯାଇଥିଲା ।

କଣପାଇଁ ତିଆରି ହୋଇଥିଲା ହାଓ୍ଵଡ଼ା ବ୍ରିଜ୍

ବ୍ରିଟିସ୍ ଇଣ୍ଡିଆ ସରକାର ଲୋକମାନଙ୍କ ପାଇଁ କୋଲକାତା ଏବଂ ହାଓ୍ଵଡ଼ା ମଧ୍ୟରେ ଥିବା ହୁଗୁଳି ନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ କରିବାର ଯୋଜନା କରିଥିଲେ। କାରଣ ହୁଗୁଳି ରେ ସବୁଦିନ ଏକାଧିକ ଜାହାଜ ଯିବା-ଆସିବା କରୁଥିଲା । ଲୁହାର ବ୍ରିଜ୍ ନିର୍ମାଣ ହେବା ଦ୍ବାରା ଜାହାଜର ଯିବା ଆସିବାରେ ଅସୁବିଧା ନହେବା ପାଇଁ ୧୮୭୧ରେ ହାଓ୍ଵଡ଼ା ବ୍ରିଜ୍ ଆକ୍ଟ ପାସ୍ ହୋଇଥିଲା । କିନ୍ତୁ ଏହି ଯୋଜନା ଲାଗୁହେବାରେ ଅନେକ ଦଶନ୍ଧି ଲାଗିଯାଇଥିଲା ।

ଶେଷରେ ୧୯୩୭ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୪୨ରେ ଶେଷ ହୋଇଥିଲା । ୧୯୪୩ ରେ ଏହାକୁ ସାଧାରଣଜନତାଙ୍କ ବ୍ୟବହାର ପାଇଁ ଖୋଲିଦିଆଯାଇଥିଲା । ଜନତାମାନଙ୍କର ବ୍ୟବହାର ପାଇଁ ଖୋଲାଯାଇଥିଲା । ୪ ଫେବୃଆରୀ ୧୯୪୮ରେ ହଜାର ହଜାର ଲୋକମାନେ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବାପାଇଁ ଏଠାରେ ଏକତ୍ରିତ ହୋଇଥିଲେ ।

କାହିଁକି ହୋଇପାରିନଥିଲା ଏହାର ଉଦଘାଟନ :

ହାଓ୍ଵଡ଼ାବ୍ରିଜ୍ ଏକମାତ୍ର ବ୍ରିଜ୍ ଯାହାର ଉଦ୍ଘାଟନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। କାରଣ, ଯେଉଁ ସମୟରେ ଏହି ବ୍ରିଜ୍ ତିଆରି ହୋଇଥିଲା ସେହି ସମୟରେ ଚାଲିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ତେଣୁ ନିଷ୍ପତ୍ତି ନିଆଯାଇଥିଲା ଏହାର ଉଦଘାଟନ ସମୟରେ କୌଣସି ଉତ୍ସବ କିମ୍ବା ଧୂମଧାମ୍ ହେବ ନାହିଁ । ପ୍ରସ୍ତୁତ ହୋଇଥିଲା ଏହାର ଉଦଘାଟନ ସମୟରେ କୌଣସି ଧୂମଧାମ ହେବନାହିଁ। ଏହି ଐତିହାସିକ ବ୍ରିଜ୍ କେବଳ ଦ୍ୱିତୀୟ ବିଶ୍ୱଯୁଦ୍ଧର ବମ୍ ବିସ୍ଫୋରଣ ସହି ନାହିଁ ବରଂ ସ୍ବାଧୀନତା ଆନ୍ଦୋଳନ ଏବଂ ବଙ୍ଗାଳର ଭୟାବହ ଅକାଳକୁ ଦେଖିଥିଲା ।
କୋଲକାତା ଏବଂ ହାଓ୍ଵଡ଼ା କୁ ଯୋଡ଼ୁଥିବା ଏହି ବ୍ରିଜ୍ ତିଆରି ହେବାପରେ ଏହାର ନାମ ‘ନ୍ୟୁ ହାଓ୍ଵଡ଼ା ବ୍ରିଜ୍’ ରଖାଯାଇଥିଲା। ୧୪ ଜୁନ ୧୯୬୫ରେ ଗୁରୁ ରବିନ୍ଦ୍ରନାଥ ଟାଗୋରଙ୍କ ନାମରେ ରବିନ୍ଦ୍ର ସେତୁ କରାଯାଇଥିଲା । କିନ୍ତୁ ଆଜି ବି ଲୋକ ଏହାକୁ ହାୱଡ଼ା ବ୍ରିଜ୍ ନାମରେ ଜାଣନ୍ତି।

କଣ ରହିଛି ଏହି ବ୍ରିଜ୍ ର ବିଶେଶତ୍ବ :

ହାୱଡ଼ା ବ୍ରିଜ୍ ର ଲମ୍ବା ୧୫୨୮ ଫୁଟ ଏବଂ ଚଉଡ଼ା ୬୨ ଫୁଟ। ଏହାକୁ ତିଆରି କରିବାରେ ଦେଢକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ବ୍ରିଜ୍ କୁ ତିଆରି କରିବାରେ ୨୬.୫ହଜାର ଟନ ଷ୍ଟିଲ୍ ବ୍ୟବହାର କରାଯାଇଥିଲା । ଯେଉଁଥିରୁ ୨୩.୫ହଜାର ଟନ ଷ୍ଟିଲର ସପ୍ଲାଇ ଟାଟା ଷ୍ଟିଲ କରିଥିଲା । ସେହି ସମୟରେ ଏହି ବ୍ରିଜ୍ ବିଶ୍ବର ତୃତୀୟ ସବୁଠାରୁ ଲମ୍ବା ବ୍ରିଜ୍ ଥିଲା ।

ଏହି ଐତିହାସିକ ବ୍ରିଜ୍ କେବଳ ଦେଶ ବିଦେଶର ପର୍ଯ୍ୟଟକଙ୍କ ପସନ୍ଦ ନୁହେଁ ବରଂ ସତ୍ୟଜିତ୍ ରେ,ମଣିରତ୍ନମ ଏବଂ ରିଚର୍ଡ଼ ଏଟନବରୋ ଭଳି ଅନେକ ପ୍ରସିଦ୍ଧ ନିର୍ମାତା ନିର୍ଦ୍ଦେଶକଙ୍କର ମଧ୍ୟ ପ୍ରଥମ ପସନ୍ଦ । ସେଥିପାଇଁ ଅନେକ ଫିଲ୍ମରେ ଏହି ଐତିହାସିକ ହାୱାଡା ବ୍ରିଜକୁ ଦେଖାଯାଇଛି ।

KNews Bureau

Recent Posts

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

1 hour ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

2 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

4 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

4 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

5 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

5 hours ago