Categories: ସ୍ପେଶାଲ

ବିକ୍ଷୋଭରେ ବାଟବଣା : ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ହଜିଗଲେ ମହିଳା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସିଥିଲେ ନିଜ ସରକାରଙ୍କଠୁ ଦାବି ପୂରଣ ପାଇଁ । କିନ୍ତୁ ବିକ୍ଷୋଭ ମଧ୍ୟରେ ହୋଇଗଲେ ବାଟବଣା । ଆଉ ଅଲଗା ହୋଇଗଲେ ନିଜ ଦଳରୁ । ରାସ୍ତା ଭୁଲିଗଲେ । କେଉଁଆଡେ ଯିବେ କାହାକୁ କହିବେ ? ତେଣୁ ହତାଶ ହୋଇ ଛୋଟ ପିଲା ପରି କାନ୍ଦିବାକୁ ଲାଗିଲେ ବୟସ୍କ ମହିଳା ଜଣକ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ ।

ବିଭିନ୍ନ ଦାବି ନେଇ ଲୋୟର ପିଏଜିରେ ଧାରଣାରେ ଅଛନ୍ତି ଅନେକ ସଙ୍ଗଠନ । ଆଉ ଏମାନଙ୍କ ମଧ୍ୟରେ ଏକ ସଙ୍ଗଠନ ଥିଲା ଯିଏ ଟ୍ରିପଲ୍ ତଲାକକୁ ବିରୋଧ କରି କରୁଥିଲା ବିକ୍ଷୋଭ । ବିଭିନ୍ନ ସ୍ଥାନରୁ ମହିଳାମାନେ ଏଥିରେ ଯୋଗ ଦେଇଥିଲେ । ହେଲେ ଏହି ମହିଳାମାନଙ୍କ ମଧ୍ୟରୁ ଅଲଗା ହୋଇ ଜଣେ ବାଟବଣା ହୋଇଗଲେ । ତାଙ୍କୁ ତାଙ୍କ ନିଜ ଝିଅ ସାଙ୍ଗରେ ନେଇ ଆସିଥିଲା । ତାଠାରୁ ଅଲଗା ହୋଇଯାଇଥିଲେ । ନୂଆ ଜାଗା । ଏତେ ଲୋକଙ୍କ ଭିଡ଼ । ପୁଣି ସମସ୍ତେ ନାରାବାଜିରେ ବ୍ୟସ୍ତ । କେହି କାହା କଥା ଶୁଣିବାକୁ ତର ନାହିଁ । ତା ଭିତରେ ହଜିଯିବାର ଆଶଙ୍କା । ନିଜ ଲୋକଙ୍କୁ ନପାଇ ମହିଳା ଜଣକ ରାସ୍ତାର ଏକ ପାର୍ଶ୍ବରେ ଛିଡା ହୋଇ ଛୋଟ ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲେ । ତାଙ୍କୁ ଦେଖି କିଛି ପୋଲିସ୍ କର୍ମଚାରୀ ପଚରା ଉଚରା କରିବାରୁ ଘର କେନ୍ଦ୍ରାପଡା ବୋଲି କହିଥିଲେ ମହିଳା ଜଣକ । ଆଉ କିଭଳି ଏହି ବିକ୍ଷୋଭକୁ ଆସିଲେ ସେ କଥା ବି କହିଲେ । ଏହି ଅବସ୍ଥାରେ ଆମ ପ୍ରତିନିଧି ତାଙ୍କୁ ନେଇ ଟ୍ରିପଲ ତଲାକ୍‌ ବିରୋଧରେ ବିକ୍ଷୋଭ କରୁଥିବା ଦଳ ପାଖରେ ପହଞ୍ଚାଇ ଦେଇଥିଲେ ।

KNews Bureau

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

53 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

1 hour ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago